ଅକ୍ଟୋବର ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ବଞ୍ଚିଯିବ ଦୁନିଆ ଏବଂ ବିନାଶ ହୋଇଯିବ କରୋନା ।

Spread the love

କରୋନା ମହାମାରୀ ସହ ଲଢ଼ିବା ପାଇଁ ସାରା ଦୁନିଆର ବୈଜ୍ଞାନିକ ଏବଂ ଚିକିତ୍ସକ ଦିନରାତି ପରୀକ୍ଷା ଚଳାଇଛନ୍ତି ଏବଂ କରୋନା ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଅକାଳ ପରିଶ୍ରମ ଚଳାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଧିକାରିକ ପ୍ରତିଶୃତି ସାମ୍ନାକୁ ଆସିନାହିଁ । ଏହି ସମୟ ମଧ୍ୟରେ ଦୁନିଆର ପ୍ରସିଦ୍ଧ ଔଷଧ ନିର୍ମାତା କମ୍ପାନୀ ଫାଇଜର ଦାବି କରିଛି ଏହିବର୍ଷ ଅକ୍ଟୋବର ଶେଷ ସୁଦ୍ଧା କରୋନାର ଭ୍ୟାକସିନ ପ୍ରସ୍ତୁତ ହୋଇପାରେ ।

Google

କମ୍ପାନୀର ସିଇଓ ଅଲବର୍ଟ ବୋରଲା ସୂଚନା ଦେଇ କହିଛନ୍ତି ସମ୍ଭାବନା ରହିଛି ଅକ୍ଟୋବର ସୁଦ୍ଧା କରୋନାର ଭ୍ୟାକସିନ ମିଳି ଯାଇପାରେ । କହିବା ପାଇଁ ଚାହୁଁଛୁ ଫାଇଜର ଜର୍ମନ ଏମ ଆରଏନଏ କମ୍ପାନୀ ବାୟୋଏନଟେକର ସହଯୋଗରେ କୋଭିଡ- ୧୯ କୁ ରୋକିବା ପାଇଁ ବିଏନଟି ୧୬୨ ଭ୍ୟାକସିନ କାର୍ଯ୍ୟକ୍ରମ ପାଇଁ ଆମେରିକା ଏବଂ ୟୁରୋପରେ କ୍ଲିନିକଲ ପରୀକ୍ଷା କରାଯାଉଛି । ବୋରଲା ଏହି ସପ୍ତାହରେ ଏକ ବର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଟିପ୍ପଣୀ ଦେଇଥିଲେ ।

Google

ଫିୟର୍ସବାୟୋଟେକ ଦ୍ୱାରା ଆୟୋଜିତ ଏହି ସମାରୋହରେ ବୋରଲା କହିଥିଲେ, ଯଦି ପରିସ୍ଥିତି ଠିକ ରୁହେ ତେବେ ଅକ୍ଟୋବର ଶେଷ ସୁଦ୍ଧା ଆମ ସମସ୍ତଙ୍କୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇଯିବ ।

ଏହି କାର୍ଯ୍ୟକ୍ରମରେ ଏଷ୍ଟ୍ରଜେନିକାର ସିଇଓ ପାସକଲ ସୋରିୟଟ, ଗ୍ୟାସ୍କୋସ୍କିଥକ୍ଲଇନର ପ୍ରମୁଖ ଏମା ବାଲସ୍କେ, ଜନସନ ଏଣ୍ଡ ଜନସନର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ପାଲ ସ୍କାଫ୍ଲସ ମଧ୍ୟ ସାମିଲ ଥିଲେ । ଏହା ମଧ୍ୟରୁ ପ୍ରତ୍ୟକ କମ୍ପାନୀ ମିଳିତ ରୂପରେ ଭ୍ୟାକସିନ ପ୍ରସ୍ତୁତି ନିମନ୍ତେ କାର୍ଯ୍ୟ କରୁଛନ୍ତି ।