ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଚଳଚ୍ଚିତ୍ର ତିଆରି କରିବାକୁ ଯାଉଛନ୍ତି ବିବେକ ଓବରଏ । ଟ୍ରୋଲର୍ସମାନେ କହିଲେ- ‘ଭାଇ ଅନୁରୋଧ କରୁଛି ଦୟା କରନ୍ତୁ….’

Spread the love

ଏହି ବର୍ଷ ଫେବୃଆରୀ ମାସରେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ କରାଯାଇଥିବା ଏୟାର ଷ୍ଟ୍ରାଇକର ଚର୍ଚ୍ଚା ପୁଣିଥରେ ଲୋକମାନଙ୍କ ମଧ୍ୟରେ ହେଉଛି । ଏଥର ଏହି ଚର୍ଚ୍ଚା ବିବେକ ଓବରଏଙ୍କ କାରଣରୁ ହେଉଅଛି । ବିବେକ ଓବରଏ ବାଲାକୋଟ ଏୟାର ଷ୍ଟ୍ରାଇକ ଉପରେ ଚଳଚ୍ଚିତ୍ର ତିଆରି କରିବାକୁ ଚାହଁନ୍ତି, ଯାହାର ଘୋଷଣା ସେ କରି ସାରିଛନ୍ତି । ଏହି ଚଳଚ୍ଚିତ୍ରକୁ ଘୋଷଣା କରିବା ପରେ ଲୋକେ ବିବେକ ଓବରଏଙ୍କୁ ଟ୍ରୋଲ କରିବା ସହିତ ତାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପରାମର୍ଶ ମଧ୍ୟ ଦେଇଛନ୍ତି । ଲୋକଙ୍କୁ ବିବେକ ଓବରଏଙ୍କ ବାଲାକୋଟ ଏୟାର ଷ୍ଟ୍ରାଇକ ଉପରେ ଚଳଚ୍ଚିତ୍ର କରିବା ଭଲ ଲାଗିଲା ନାହିଁ । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ ବିଶେଷ କଣ ରହିଛି ?

ବଲିଉଡ଼ ଅଭିନେତା ବିବେକ ଓବରଏଙ୍କ ଛବି ଇଣ୍ଡଷ୍ଟ୍ରିରେ ଗୋଟିଏ ଫ୍ଲପ ହିରୋ ହିସାବରେ ରହିଛି, ଯାହାଙ୍କ ଚଳଚ୍ଚିତ୍ର ଦେଖିବାକୁ ଲୋକେ ପସନ୍ଦ କରନ୍ତି ନାହିଁ । ଏହାର ଅର୍ଥ ସ୍ପଷ୍ଟ ଯେ, ବିବେକ ଓବରଏଙ୍କ ଚଳଚ୍ଚିତ୍ର ଜୀବନ ସେତିକି ସଫଳ ନୁହେଁ । ତଥାପି ସେ ବାଲାକୋଟ ଏୟାର ଷ୍ଟ୍ରାଇକ ଉପରେ ଚଳଚ୍ଚିତ୍ର ତିଆରି କରିବା କଥାରେ ଲୋକେ ତାଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି । ଜଣାଇ ଦେଉଛୁ ଯେ, ବିବେକ ଓବରଏ ପିଏମ ମୋଦିଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ଭଲ ଭାବରେ ସଫଳ ହୋଇପାରି ନ ଥିଲା, ଯାହା କାରଣରୁ ଲୋକେ ତାଙ୍କୁ ବର୍ତ୍ତମାନ ବାଲାକୋଟ ଉପରେ ଚଳଚ୍ଚିତ୍ର ତିଆରି ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଉପରେ ଚଳଚ୍ଚିତ୍ର କରିବାର ଘୋଷଣା :

ବିବେକ ଓବରଏ ବାଲାକୋଟ ଏୟାର ଷ୍ଟ୍ରାଇକ ଏବଂ ବିଙ୍ଗ କମାଣ୍ଡର ଅଭିନନ୍ଦନକୁ ନେଇ ଗୋଟିଏ ଚଳଚ୍ଚିତ୍ର ତିଆରି କରିବେ ବୋଲି ଘୋଷଣା କରିଛନ୍ତି, ଯାହାକୁ ସେ ତିନୋଟି ଭାଷାରେ ତିଆରି କରିବେ । ଅଭିନେତା ବିବେକ ଓବରଏଙ୍କ ଏହି ଘୋଷଣା ଶୁଣିବା ମାତ୍ରେ ତାଙ୍କ ଫେନ୍ସମାନେ ବହୁତ ଆନନ୍ଦିତ ହୋଇଗଲେ କିନ୍ତୁ ଟ୍ରୋଲର୍ସଙ୍କ ଲକ୍ଷ୍ୟରେ ଆସିଗଲେ । ବାଲାକୋଟକୁ ନେଇ ଚଳଚ୍ଚିତ୍ରର ଅପେକ୍ଷା ଲୋକଙ୍କୁ ଲାଗିଲା ଯେ, ଏଥିରେ ଅକ୍ଷୟ କୁମାର କିମ୍ବା ଜନ ଅବ୍ରହାମ ନଜର ଆସିବେ କିନ୍ତୁ ଏଥିରେ ବିବେକ ଓବରଏ ନିଜର ନାମ ଘୋଷିତ କରିଛନ୍ତି ଏବଂ ଖୋଲା ଖୋଲି ଘୋଷଣା କରିଦେଇଛନ୍ତି ।

ବର୍ଷ ଶେଷରେ ଆରମ୍ଭ ହୋଇପାରେ ସୁଟିଂ :

ବିବେକ ଓବରଏ ଏହା ଉପରେ ଆଲୋଚନା କରି କହିଛନ୍ତି ଯେ, ଏହି ଚଳଚ୍ଚିତ୍ରର ସୁଟିଂ ଦିଲ୍ଲୀ ଏବଂ ଜାମ୍ମୁକାଶ୍ମୀରରେ ହେବ, ଯାହାର କାହାଣୀର ଆରମ୍ଭ ପୁଲୱାମା ଆକ୍ରମଣରୁ ହେବ, ଯେଉଁଠାରେ ଆମର ଯବାନମାନେ ଶହୀଦ ହୋଇଥିଲେ । ଏହି ଚଳଚ୍ଚିତ୍ରରେ ସମ୍ପୂର୍ଣ୍ଣ ଭାରତର କ୍ରୋଧ ଏବଂ ରୋଷ ମଧ୍ୟ ଦର୍ଶାଯିବ ଏବଂ ପରେ କିପରି ଭାରତୀୟ ବାୟୁ ସେନା ପାକିସ୍ତାନର ଘରକୁ ଯାଇ ନଷ୍ଟ କରିଛି ତାହା ଉପରେ କେନ୍ଦ୍ରିତ ହେବ ଏବଂ କାହାଣୀର ଶେଷ ଅଭିନନ୍ଦନଙ୍କ ଦେଶ ପ୍ରତ୍ୟାବର୍ତ୍ତନରେ ହେବ, ଯେଉଁଥିରେ ବିବେକ ଓବରଏ ମୁଖ୍ୟ ଭୂମିକାରେ ନଜର ଆସିବେ, ଯାହା ପରେ ୟୁଜର୍ସମାନେ ମଧ୍ୟ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।

ୟୁଜର୍ସମାନେ ବିବେକ ଓବରଏଙ୍କ ଘୋଷଣା ପରେ ଟ୍ୱିଟ କରିବା ଆରମ୍ଭ କରି ଦେଇଛନ୍ତି । ଗୋଟିଏ ୟୁଜର ଲେଖିଛି ଯେ ଭାଇ… ଆମ ସମସ୍ତଙ୍କ ଉପରେ ଦୟା କରି ଦିଅନ୍ତୁ । ଆଉ ଗୋଟିଏ ୟୁଜର ଲେଖିଲା ଯେ ଯେପରି ପିଏମ ମୋଦିଙ୍କ ଚଳଚ୍ଚିତ୍ରକୁ ଯେପରି ଖରାପ କରି ଦେଇଥିଲେ, ସେପରି ଏହାକୁ ମଧ୍ୟ କରିବାକୁ ଚାହଁନ୍ତି କି ! ସାଥିରେ ଏହା ମଧ୍ୟ କହିଲେ ଯେ, ଚଳଚ୍ଚିତ୍ରର କାହାଣୀ ଦେଖି ଲୋକେ ଭାବୁକ ହୋଇ ନ ଥିଲେ ବରଂ ଆପଣଙ୍କ ଅଭିନୟ ଦେଖି ସମସ୍ତେ କାନ୍ଦି ପକେଇଲେ । ଆଉ ଜଣେ କହିଲେ ଯେ, ଏହି ଚଳଚ୍ଚିତ୍ରକୁ ଅକ୍ଷୟ କୁମାରଙ୍କୁ କରିବାକୁ ଦିଅନ୍ତୁ ଏବଂ ଆପଣ ଅକ୍ଷୟ ହେବାକୁ ଚେଷ୍ଟା କରନ୍ତୁ ନାହିଁ ।

ସୌଜନ୍ୟ : www.newstrend.news