ସଲମାନ, ଏଶ୍ୱର୍ଯ୍ୟାଙ୍କ ସହ ଆପତ୍ତିଜନକ ଫୋଟ ସୋସିଆଲ ମିଡିଆରେ ସେୟାର କରି ଅଡ଼ୁଆରେ ଛନ୍ଦି ହୋଇଯାଇଛନ୍ତି ବିବେକ ଓବ୍ରଏ ।

Spread the love

ବିବେକ ଓବ୍ରଏ ବଲିଉଡର ଏକ ଐତିହାସିକ ଫୋଟ ସେୟାର କରିବା କାରଣରୁ ସୋସିଆଲ ମିଡିଆରେ ହଙ୍ଗାମା ସୃଷ୍ଟି ହୋଇଯାଇଛି ।

ଆଜିର ଦୁନିଆରେ ସୋସିଆଲ ମିଡ଼ିଆ ଏହିପରି ଏକ ମାଧ୍ୟମ ଯେଉଁଥିରେ କୌଣସି ବ୍ୟକ୍ତି କାହାର ମଧ୍ୟ ନିଜସ୍ୱ ଜୀବନର ଘଟଣାକୁ ଦୁରୂପଯୋଗ କରିପାରନ୍ତି । କିଛି ବ୍ୟକ୍ତି ସେହି ଭିଡ଼ିଓ କିମ୍ଵା ଫୋଟକୁ ନେଇ ମଜାମସ୍ତି କରିବା ବେଳେ କିଛି ଲୋକେ ତାହାର ଖୁବ୍ ବିରୋଧ କରିଥାନ୍ତି । ଏହିପରି ଘଟଣାରେ କେବଳ ସାଧାରଣ ବ୍ୟକ୍ତି ନୁହେଁ ବରଂ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ଏହାର ଶିକାର ହୋଇପଡନ୍ତି । ଯାହାଫଳରେ ସେମାନେ ସବୁ କିଛି ଜାଣି ମଧ୍ୟ କିଛି କରିପାରନ୍ତି ନାହିଁ । କେବଳ ଅଭିନେତା ଅଭିନେତ୍ରୀ ନୁହେଁ, ଦେଶର ପ୍ରଧାନମନ୍ତ୍ରୀଙ୍କ ଉପରେ ମଧ୍ୟ ସୋସିଆଲ ମିଡଆରେ ଏହିପରି କିଛି ଖରାପ ବ୍ୟବହାର ହୋଇଥାଏ । ଯେଉଁ ଦିନରୁ ନିର୍ବାଚନର ଫଳାଫଳ ଘୋଷଣାର ସମୟ ପାଖେଇ ଆସିଛି ସେହି ଦିନଠାରୁ ହିଁ ସୋସିଆଲ ମିଡିଆରେ ନିର୍ବାଚନ ଉପରେ ଅନେକ ବ୍ୟଙ୍ଗାତ୍ମକ ଚିତ୍ର ଭାଇରଲ ହେବାରେ ଲାଗିଛି । ସଲମାନ ଏବଂ ଏଶ୍ୱର୍ଯ୍ୟାଙ୍କ ସହ ଏକ ପୁରାତନ ଫୋଟକୁ ସେୟାର କରି ବିବେକ ଓବ୍ରଏ ବିବାଦ ଘେରରେ ଫସି ଯାଇଛନ୍ତି ।

ସଲମାନ, ଏଶ୍ୱର୍ଯ୍ୟାଙ୍କ ସହ ଆପତ୍ତିଜନକ ଫୋଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି :

ବାଲିଉଡ଼ ଅଭିନେତା ବିବେକ ଓବ୍ରଏ ଏକ ଟୁଇଟ କରିଥିଲେ । ଯେଉଁଥିରେ ପୁରୁଣା ଇତିହାସ ସାମ୍ନାକୁ ଆସିଛି । ଏକଜିଟ ପୋଲ ପରେ ଏକ ଫୋଟ ଭାଇରଲ ହେବାରେ ଲାଗିଛି ଯେଉଁଥିରେ 3ଟି ଫୋଟକୁ ଏକାଠି କରି ଦର୍ଶାଯାଇଛି । ଗୋଟିଏ ଫୋଟରେ ସଲମାନଙ୍କ ସହ ଏଶ୍ୱର୍ଯ୍ୟା ଅଛନ୍ତି ଯାହାକୁ ଅପନିୟନ ପୋଲ କୁହାଯାଇଛି, ଦ୍ଵିତୀୟ ଫୋଟରେ ବିବେକଙ୍କ ସହ ଏଶ୍ୱର୍ଯ୍ୟା ଅଛନ୍ତି ଯାହାକୁ ଅକଜିଟ ପୋଲ ଏବଂ ତୃତୀୟ ଫୋଟରେ ଅଭିଷେକ ବଚ୍ଚନ, ଅଶ୍ୱର୍ଯ୍ୟା ରାୟ ଏବଂ ଆରଧ୍ୟା ଅଛନ୍ତି ଯାହାକୁ ରେଜଲ୍ଟ ବୋଲି ଲେଖାଯାଇଛି ।

ଆପଣ ଟୁଇଟରେ ଦେଖିପାରୁ ଥିବେ, ସଲମାନଙ୍କ ଫୋଟରେ ଅପନିୟନ ପୋଲ, ବିବେକଙ୍କ ଫୋଟରେ ଏକଜିଟ ପୋଲ ଏବଂ ଅଭିଷେକଙ୍କ ଫୋଟରେ ରିଜଲ୍ଟ ଲେଖା ହୋଇଛି । ଏହି ଚିତ୍ରକୁ ବିବେକ ହାଲ୍କା ରୂପେ ନେଇଥିଲେ କିନ୍ତୁ ସୋସିଆଲ ମିଡିଆରେ ଲୋକେ ଏହାର ଖୁବ୍ ନିନ୍ଦା କରିଛନ୍ତି । ଏଥିରେ ରିୟା ନାମକ ଜଣେ ୟୁର୍ଜର ଲେଖିଛନ୍ତି ଦୟାପୂର୍ବକ ଏଭଳି ଫୋଟ ସେୟାର କରନ୍ତୁ ନାହିଁ । ଏହା ଏକ ମହିଳାଙ୍କ ଚରିତ୍ର ପାଇଁ ଠିକ ନୁହେଁ ଏବଂ ଏହା ସହ ପିଲାଟିକୁ ମଧ୍ୟ ଗୋଟିଏ ଦୃଷ୍ଟି କୋଣରୁ ଟରଚର ସଦୃଶ୍ୟ ଅଟେ । ଜ୍ୱାଳା ଘୁଟା ନାମକ ଅନ୍ୟ ଜଣେ ୟୁର୍ଜର ଲେଖିଛନ୍ତି, “ଏହା ଏକ ଅପମାନଜନିତ ଫୋଟ” । ବହୁତ ଲୋକ ବିବେକଙ୍କ ଏହି ଫୋଟକୁ ଦେଖି ବହୁତ କ୍ରୋଧ ପ୍ରକାଶ କରିଛନ୍ତି । ମୋହମଦ ଜୁବେର ନାମକ ଏକ ୟୁର୍ଜର ଲେଖିଛନ୍ତି, ଜଣେ ଧନୀଙ୍କ ଝିଅ ସହ ବିବାହ କରିବା ପରେ ମଧ୍ୟ କେହି ଜଣେ ଇତିହାସରେ ଅଟକି ରହିଛନ୍ତି ।

ଏହି ଟୁଇଟ ବ୍ୟତୀତ ବିବେକ ପିଏମ ମୋଦିଙ୍କ ସକାଶେ ମଧ୍ୟ ବିବାଦରେ ଅଛନ୍ତି । ବହୁ ସମୟରୁ ରିଲିଜ ଅପେକ୍ଷାରେ ରହିଥିବା ପିଏମ ମୋଦିଙ୍କ ବାୟୋପିକର ରିଲିଜ ତାରିଖ ଅଟକି ରହିଛି କିନ୍ତୁ ଏହି ଫିଲ୍ମଟି ବର୍ତ୍ତମାନ ୨୪ ମଇରେ ରିଲିଜ୍ ହେବ । ବିଜେପି ନେତା ନିତିନ ଗଡ଼କରି ଏହି ଫିଲ୍ମର ପୋଷ୍ଟେର ରିଲିଜ୍ କରି ଦେଇଛନ୍ତି ଏବଂ ନୂଆ ପୋଷ୍ଟରରେ ବିବେକ ମାନେ ପିଏମ ମୋଦି ଶଙ୍ଖ ପୁଙ୍କୁ ଥିବାର ନଜରକୁ ଆସିଛି । ଏହି ଫିଲ୍ମରେ ପିଏମ ନରେନ୍ଦ୍ର ମୋଦିଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଦର୍ଶାଯାଇଛି ।କେଉଁଭଳି ରୂପେ ସେ ଗୋଟିଏ ସାଧାରଣ ପରିବାରରୁ ଆସି ନିଜର ସଂଘର୍ଷ, ପରିଶ୍ରମ ଏବଂ ଜିଦ ବଳରେ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି ।