ନିଜ ଭକ୍ତକୁ ବଞ୍ଚାଇବା ପାଇଁ ଭଗବାନ ବିଷ୍ଣୁ ନରସିଂହଙ୍କ ଅବତାର ନେଇଥିଲେ, ପଢନ୍ତୁ ଭଗବାନ ଶ୍ରୀ ନରସିଂହଙ୍କ ଯୋଡିତ କିଛି କଥା ।

Spread the love

ଭଗବାନ ଶ୍ରୀ ନରସିଂହ, ବିଷ୍ଣୁଙ୍କ ଅବତାର ଅଟେ । ନରସିଂହ ଭଗବାନଙ୍କୁ ଶକ୍ତି ଓ ବଳର ଦେବତା କୁହାଯାଇଥାଏ । ମାନ୍ୟତା ଅଛି କି ବୈଶାଖ ମାସର ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀରେ ନରସିଂହ ଭଗବାନ ପ୍ରକଟ ହୋଇଥିଲେ ଓ ତାଙ୍କ ସବୁଠାରୁ ବଡ଼ ଭକ୍ତ ପ୍ରହ୍ଲାଦକୁ, ତାଙ୍କର ବାପା ହିରଣ୍ୟ କାଶପ୍ୟଙ୍କ ଠାରୁ ରକ୍ଷା କରିଥିଲେ । ଯାହାପରେ ପ୍ରତ୍ୟେକ ବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀରେ ନରସିଂହ ଜୟନ୍ତୀ ପାଳନ କରାଯାଉଅଛି । ଏହି ବର୍ଷ ଲଷ୍ମୀ ନରସିଂହ ଭଗବାନ ଜୟନ୍ତୀ ୧୭ ମଇରେ ପାଳନ କରାଯାଇଛି । ଏହିଦିନ ଭକ୍ତିମାନେ ଭଗବାନ ନରସିଂହଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ।

ଭଗବାନ ନରସିଂହଙ୍କ ସହ ଜଡିତ କିଛି କଥା –

ମାନ୍ୟତା ଅନୁସାରେ ହିରଣ୍ୟ କାଶ୍ୟପୁ ନାମକର ଏକ ରାଜା ଥିଲେ ଓ ହିରଣ୍ୟ କାଶ୍ୟପୁ କଠିନ ଜପ କରି ଭାଗବନଙ୍କ ଠାରୁ ଏହି ବରଦାନ ହାସଲ କରିଲେ କି, ତାଙ୍କ ଦେହାନ୍ତ କୌଣସି ବି ଅସ୍ତ୍ର, ଦେବତା, ମନୁଷ୍ୟ ବା ପଶୁଙ୍କ ଦ୍ୱାରା ନ ହେଉ । ହିରଣ୍ୟ କାଶ୍ୟପୁକୁ ମିଳିଥିବା ବରଦାନ ଅନୁସାରେ, ସେ ନା ଆକାଶରେ ମୃତ୍ୟୁ ବରଣ କରିପାରିବେ ନା ପୃଥିବୀ ଉପରେ ନା ଦିନରେ ମୃତ୍ୟୁ ହୋଇପାରିବ ନା ରାତ୍ରରେ । ଏହି ବରଦାନ ମିଳିବା ପରେ ହିରଣ୍ୟ କାଶ୍ୟପୁ ଭାବିଲା କି ସେ ଅଜୟ ଅଟେ । ତାକୁ ଏବେ କେହି ମଧ୍ୟ ବଦ୍ଧ କରି ପାରିବେ ନାହିଁ ।

ବରଦାନ ପ୍ରାପ୍ତ କରିବା ପରେ ହିରଣ୍ୟ କାଶ୍ୟପୁ ନିଜ ରାଜ୍ୟରେ କୌଣସି ବି ଭଗବାନଙ୍କୁ ପୂଜା କରିବା ନିଷେଧ କରିଥିଲେ ଓ ରାଜ୍ୟର ଅଧିବାସୀ ଯେକୌଣସି ଭଗବାନଙ୍କୁ ପୂଜାର୍ଚ୍ଚନା କରୁଥିଲେ ସେମାନଙ୍କୁ କଠୋର ଦଣ୍ଡ ଦେଉଥିଲେ । ହିରଣ୍ୟ କାଶ୍ୟପୁର ଗୋଟିଏ ସନ୍ତାନ ଥିଲା ଯାହାର ନାମ ହେଉଛି ପ୍ରହ୍ଲାଦ । ପ୍ରହ୍ଲାଦ ବିଷ୍ଣୁଙ୍କ ପରମ ଭକ୍ତ ଥିଲା । ହିରଣ୍ୟ କାଶ୍ୟପୁ, ପ୍ରହ୍ଲାଦକୁ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା ଠାରୁ ଦୁରେଇବା ପାଇଁ ବହୁତ ଥର ପ୍ରୟାସ କରିଥିଲେ କିନ୍ତୁ ସଫଳ ହୋଇ ପାରିନଥିଲା । ହିରଣ୍ୟ କାଶ୍ୟପୁ ନିଜ ସନ୍ତାନ ପ୍ରହ୍ଲାଦ ଉପରେ ଅନେକ ଅତ୍ୟାଚାର ମଧ୍ୟ କରିଥିଲେ ଓ ତାକୁ ମାରିବା ପାଇଁ ଅନେକ ଥର ପ୍ରୟାସ କରିଥିଲେ କିନ୍ତୁ ପ୍ରତ୍ୟେକ ଥର ପ୍ରହ୍ଲାଦକୁ ଭଗବାନ ବିଷ୍ଣୁ ରକ୍ଷା କରୁଥିଲେ ।

ଦିନେ ପ୍ରହ୍ଲାଦର ଭକ୍ତିକୁ ଦେଖି ହିରଣ୍ୟ କାଶ୍ୟପୁକୁ ଅତ୍ୟଧିକ କ୍ରୋଧ ଆସିଲା ଓ ହିରଣ୍ୟ କାଶ୍ୟପୁ ନିଜ ସନ୍ତାନକୁ ନିଜ ରାଜ କକ୍ଷକୁ ଡାକିଲେ ଓ ବହୁତ କ୍ରୋଧିତ ହୋଇ ପ୍ରହ୍ଲାଦକୁ କହିଲେ କି, ତୁ ଆଜି ଠାରୁ ଭଗବାନ ବିଷ୍ଣୁଙ୍କର ପୂଜା କରିବା ବନ୍ଦ କରିଦେ ।

ନିଜ ବାପାଙ୍କ କଥା ଶୁଣିବା ପରେ ପ୍ରହ୍ଲାଦ କହିଲା କି ବାପା ଏହି ସଂସାରକୁ ଭଗବାନ ବିଷ୍ଣୁ ହିଁ ସୃଷ୍ଟି କରିଛନ୍ତି ଓ ଭଗବାନ ଏହି ସଂସାରର କୋଣ ଅନୁକୋଣରେ ବିଦ୍ୟମାନ । ଏପରି କି ପ୍ରତ୍ୟେକ ଜିନିଷରେ ବାସ କରନ୍ତି । ଆପଣ କୁହନ୍ତୁ, ମୁଁ କେମିତି ଭଗବାନଙ୍କ ପୂଜା କରିବା ବନ୍ଦ କରି ପାରିବି ।

ନିଜ ସନ୍ତାନ ଠାରୁ ଏହି କଥା ଶୁଣିବା ପରେ ହିରଣ୍ୟ କାଶ୍ୟପୁ ପୁଣି ଅଧିକ କ୍ରୋଧିତ ହେବାକୁ ଲାଗିଲା ଓ ସେ ପ୍ରହ୍ଲାଦକୁ ପଚାରିଲେ ଯଦି ତୁମ ଭଗବାନ ସବୁଠାରେ ବିଦ୍ୟମାନ; ତେବେ ଏହି ଖମ୍ବରେ କାହିଁ ପାଇଁ ଦେଖାଯାଉ ନାହାନ୍ତି ?

ହିରଣ୍ୟ କାଶ୍ୟପୁଙ୍କ ଉତ୍ତର ଶୁଣିବାରେ ପରେ ଭକ୍ତ ପ୍ରହଲ୍ଲାଦ କହିଲେ, ଭଗବାନ ଏହି ଖମ୍ବରେ ମଧ୍ୟ ବିଦ୍ୟମାନ କରିଛନ୍ତି ?

ପୁଅ ପ୍ରହଲ୍ଲାଦ ମୁଖରୁ ଏହା ଶୁଣିବ କ୍ଷଣେ, ହିରଣ୍ୟ କାଶ୍ୟପୁ ନିଜ ଗଦାରେ ଖମ୍ବକୁ ପ୍ରହାର କରିଲେ । ଗଦା ପ୍ରହାର ହେବ କ୍ଷଣେ ଭଗବାନ ନରସିଂହ ସେଠାରୁ ପ୍ରକଟ ହୋଇଥିଲେ ଓ ହିରନ୍ୟାକସିପୁକୁ ବଦ୍ଧ କରିଥିଲେ । ହିରଣ୍ୟ କାଶ୍ୟପୁକୁ ମାରିବା ସମୟରେ ନରସିଂହ ଭଗବାନ ହିରଣ୍ୟକାଶ୍ୟପୁକୁ ନିଜ ଜଂଘ ଉପରେ ରଖିଥିଲେ । ଯେଉଁ କାରଣରୁ ହିରଣ୍ୟ କାଶ୍ୟପୁ ଶରୀର ନା ପୃଥିବୀ ଉପରେ ଥିଲା ନା ଆକାଶ ଉପରେ । ଯେଉଁ ସମୟରେ ତାକୁ ମାରିଲେ ସେତେବେଳେ ନା ଦିନ ହୋଇଥିଲା ନା ରାତ୍ର ହୋଇଥିଲା । ନରସିଂହ ଭଗବାନ ନା ମଣିଷ ଥିଲେ ନା ପଶୁ, ଓ ହିରନ୍ୟାକସିପୁ ବଦ୍ଧ କରିବା ପାଇଁ କୌଣସି ଅସ୍ତ୍ରର ମଧ୍ୟ ବ୍ୟବହାର କରି ନ ଥିଲେ । ସେ ନିଜ ନଖର ବ୍ୟବହାର କରିଥିଲେ । ଯେଉଁ କାରଣରୁ ହିରଣ୍ୟ କାଶ୍ୟପୁକୁ ମିଳିଥିବା ବରଦାନ ଭାଙ୍ଗିଲା ନାହିଁ ଓ ତାର ବଦ୍ଧ ମଧ୍ୟ ହୋଇଗଲା ।