ଶେଷରେ ବିରାଟ ଓ ଅନୁଷ୍କା ପ୍ରଧାନମନ୍ତ୍ରୀ ଫଣ୍ଡକୁ ଦାନ କାଲେ ! ହେଲେ ଏହି କାରଣ ଯୋଗୁଁ ପ୍ରଶଂସକ ତାଙ୍କ ଉପରେ ବର୍ଷିଲେ ।

Google

Spread the love

ବିରାଟ କୋହଲି ଗୋଟିଏ ବର୍ଷରେ ଦୁଇଶହ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି !

ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ସାତ ଶହ କୋଟି ଅଟେ ।

ନୂଆଦିଲ୍ଲୀ:- ବିଗତ କିଛି ଦିନ ହେଲା କ୍ରିକେଟ ଓ ବଲିଉଡ ଅଭିନେତ୍ରୀ ସାଧାରଣ ଲୋକଙ୍କର ଟାର୍ଗେଟରେ ଆସିଛନ୍ତି । ଯେତେବେଳେ ଅକ୍ଷୟ କୁମାର ପ୍ରଧାନମନ୍ତ୍ରୀ ଫଣ୍ଡକୁ ୨୫ କୋଟି ଟଙ୍କା ଦାନ କରିବା ପର ଠାରୁ ସାଧାରଣ ଲୋକ ଅନ୍ୟ ସେଲିବ୍ରେଟିଙ୍କ ଉପରେ ବର୍ଷୁଛନ୍ତି । ଏଥିରେ ବିରାଟ କୋହଲି ମଧ୍ୟ ଅର୍ନ୍ତଭୁକ୍ତ ଥିଲେ ଯିଏ ବର୍ଷକୁ ୨୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମିଶାଇଲେ ତାଙ୍କ ସମ୍ପତି ପ୍ରାୟ ୭୦୦ କୋଟି ହେବ ଏବଂ ଆଗାମୀ ଦିନରେ ଏହି ସମ୍ପତ୍ତି ବଢିବାର ମଧ୍ୟ ସମ୍ଭାବନା ଅଛି । ବହୁତ ଦିନର ଅନ୍ତରାୟ ପରେ ସୋମବାର ଦିନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ଫଣ୍ଡକୁ ଦାନ କରିଛନ୍ତି । ପୁଣି ଲୋକମାନେ ପ୍ରଶ୍ନ ପଚାରିଲେ ଯେ, ତୁମେ କେତେ ଦାନ କରିଛ ? ଏମିତିରେ ଯେତେବେଳେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଦାନ ଦେଲେ ସେତେବେଳେ ସେ କେତେ ରାଶି ଦେଇଛନ୍ତି; ତାହା ସେ କହିନଥିଲେ । ହେଲେ କିଛି ସମୟ ପରେ ଯେବେ ଏହାର ଖୁଲାସା ହେଲା, ସେତେବେଳ ବିରାଟ ଓ ଅନୁଷ୍କାଙ୍କ ପ୍ରଶଂସକମାନେ ଜାଣିପାରିଥିଲେ ଯେ, ବିରାଟ ଓ ଅନୁଷ୍କା ପ୍ରଧାନମନ୍ତ୍ରୀ ଫଣ୍ଡକୁ କେତେ ଅର୍ଥ ଦାନ ସ୍ୱରୂପ ପ୍ରଦାନ କରିଛନ୍ତି । ଲୋକଙ୍କର କଥାକୁ ଧ୍ୟାନ ଦେଇ ପଢନ୍ତୁ ଓ ଆଉ ତିନୋଟି ପ୍ରଶ୍ନ ମଧ୍ୟ ପଢନ୍ତୁ ।

ଦୁଇ ଜଣ ମିଳିତ ଭାବରେ ପ୍ରଧାନମନ୍ତ୍ରୀ ଫଣ୍ଡକୁ ୩ କୋଟି ଦାନ କରିଛନ୍ତି ।

ପ୍ରଥମରୁ ସେ ନିଜର ଦାନ ସ୍ୱରୂପ ରାଶିକୁ ନେଇ କିଛି ମଧ୍ୟ ମନ୍ତବ୍ୟ ଦେଇନଥିଲେ । ହେଲେ ଯେତେବେଳେ ଦାନ ସ୍ୱରୂପ ପ୍ରଦାନ କରିଥିବା ଜମା ରାଶି ଲୋକଲୋଚନକୁ ଆସିଲା, ସେତେବେଳେ ଆପଣ ନିଜେ ହିଁ କମେଣ୍ଟ ଦେଖିନିଅନ୍ତୁ ।

ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ, ଏହି ଦୁହେଁ ପ୍ରାରମ୍ଭରେ ଗୁପ୍ତ ଦାନ କାହିଁକି ପ୍ରଦାନ କରିଲେ ? ଖୁଲସା କରିଲେ ନାହିଁ କାହିଁକି ?

ଏହି ପ୍ରଶଂସକ ଜଣକ ଏହାକୁ ବିରାଟଙ୍କ ଅବଦାନ ମନେ କରିଛନ୍ତି ଏବଂ ପଚରିଛନ୍ତି ଅନୁଷ୍କା କେତେ କେତେ ଦାନ ଦେଲେ ?

ତେବେ ଏହା ଥିଲା ବିରାଟ ଏବଂ ଅନୁଷ୍କାଙ୍କର ଦାନ କରାଯାଇଥିବା ମେସେଜର କମେଣ୍ଟ । ଏହାକୁ ତ ଆପଣ ପଢିଲେ ତେବେ ଏହାକୁ ନେଇ ଆପଣଙ୍କର କଣ ମତାମତ ଅଟେ ଏହା ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହି ଅନୁଛେଦଟିକୁ ଅନ୍ୟମାନଙ୍କ ମଧ୍ୟରେ ସେୟାର କରନ୍ତୁ ।