ସୋସିଆଲ ମିଡିଆ ଚର୍ଚ୍ଚାରେ ବିରାଟ କୋହଲୀଙ୍କ ଭଉଣୀ । ଦେଖିବାକୁ ଅନୁଷ୍କାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର !

Spread the love

ଭାରତୀୟ କ୍ରିକେଟ ଟିମର କ୍ୟାପ୍ଟେନ୍ ବିରାଟ କୋହଲୀଙ୍କ ଲୋକପ୍ରିୟତା ଏତେ ଯେ ସେ ସବୁବେଳେ ନିଜ କାରଣରୁ କିମ୍ବା ନିଜ ପ୍ରଶଂସକଙ୍କ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହନ୍ତି । ସେହିପରି ବିରାଟ କୋହଲୀଙ୍କ ପତ୍ନୀ ଅର୍ଥାତ ଅନୁଷ୍କା ଶର୍ମା ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହନ୍ତି । କିନ୍ତୁ ବର୍ତ୍ତମାନ ବିରାଟ କୋହଲୀଙ୍କ ଭଉଣୀ ଭାବନା କୋହଲୀ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ହୋଇଛନ୍ତି । ଭାବନା କୋହଲୀ ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ଲାଇମଲାଇଟରୁ ଦୂରେଇ ରହୁଥିଲେ , ସେ ସୋସିଆଲ ମିଡିଆରେ ବର୍ତ୍ତମାନ ପ୍ରଶଂସାର ପାତ୍ର ହୋଇଛନ୍ତି ।

ବଢ଼ିବାରେ ଲାଗିଲା ଫ୍ୟାନ୍ ଫୋଲୋଇଂ :-

newstrend

ବିରାଟ କୋହଲୀଙ୍କ ଭଉଣୀ ଭାବନା କୋହଲୀଙ୍କର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ପୂର୍ବରୁ ହିଁ ଥିଲା । ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଭାବନା କୋହଲୀ ଅଧିକ ନଜର ଆସୁ ନଥିଲେ । କିନ୍ତୁ ହଠାତ୍ ଇନଷ୍ଟାଗ୍ରାମରେ ଭାବନା କୋହଲୀଙ୍କ ଫ୍ୟାନ୍ ଫୋଲୋଇଙ୍ଗ ଅଧିକ ବଢ଼ିବାରେ ଲାଗିଛି । ଭାବନା କୋହଲୀଙ୍କୁ ନିଜ ଆକାଉଣ୍ଟରେ ପ୍ରାୟ ସବୁବେଳେ କୋହଲୀ ଏବଂ ନିଜ ପରିବାରର ଫୋଟ ସେୟାର କରୁଥିବାର ଦେଖାଯାଇଥାଏ ।

ଝିଅକୁ ପ୍ୟାଣ୍ଟିଙ୍ଗର ଇଚ୍ଛା :-

newstrend

ଭାବନା କୋହଲୀଙ୍କର ଦୁଇଜଣ ପିଲା ମଧ୍ୟ ଅଛନ୍ତି ଆୟୁଷ ଏବଂ ମହକ୍ । ଭାବନା କୋହଲୀଙ୍କ ଝିଅ ମହକ୍ ପ୍ୟାଣ୍ଟିଙ୍ଗ କରିବାକୁ ଖୁବ୍ ପସନ୍ଦ କରନ୍ତି । ମହକ୍ ସୁନ୍ଦର ପ୍ୟାଣ୍ଟିଙ୍ଗ ମଧ୍ୟ କରନ୍ତି ଯାହାକୁ ଭାବନା କୋହଲୀ ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ କରନ୍ତି । ଯେତେବେଳେ ସୋସିଆଲ ମିଡିଆରେ ଭାବନା କୋହଲୀ ଚର୍ଚ୍ଚାରେ ଅଛନ୍ତି ସେତେବେଳେ ମହକଙ୍କ ପ୍ୟାଟିଙ୍ଗକୁ ମଧ୍ୟ ପ୍ରଶଂସକ ମାନେ ଖୁବ୍ ପସନ୍ଦ କରିଛନ୍ତି ।

newstrend

ପ୍ରାୟ ଦେଖାଯାଇଛି ଯେ ଭାବନା କୋହଲୀଙ୍କୁ ଲାଇମଲାଇଟ ଠାରୁ ଦୂରେଇ ରହିବା ଅଧିକ ପସନ୍ଦ । କ୍ୟାମେରା ସାମ୍ନାରେ ମଧ୍ୟ ସେ ଖୁବ୍ କମ୍ ନଜର ଆସନ୍ତି । ଯେତେବେଳେ ତାଙ୍କ ସାନ ଭାଇ ବିରାଟ କୋହଲୀଙ୍କ ବିବାହ ହୋଇଥିଲା ସେତେବେଳେ ସବୁ ସମୟରେ ଭାବନା କୋହଲୀଙ୍କୁ ବିରାଟଙ୍କ ସହିତ ଦେଖାଯାଇଥିଲା । ହୁଏତ ଏହି ସମୟରେ ମଧ୍ୟ ଭାବନା କୋହଲୀ କ୍ୟାମେରା ଠାରୁ ଦୂରରେ ରହିଥିଲେ । ଏହିଭଳି ନିଜ ଭାଇ ବିବାହରେ ମଧ୍ୟ ଭାବନା କୋହଲୀ ଅଧିକ ଲାଇମଲାଇଟକୁ ଆସିନଥିଲେ ।

newstrend
newstrend

ଭାବନା କୋହଲୀ ନିଜ ଭାଇ ବିରାଟ କୋହଲୀଙ୍କର ଖୁବ୍ ନିକଟତର । ଯେତେବେଳେ ବିରାଟ କୋହଲୀଙ୍କର କୌଣସି ମ୍ୟାଚ୍ ଥାଏ ଭାବନା କୋହଲୀ ତାଙ୍କ ମ୍ୟାଚର ଫୋଟ ମଧ୍ୟ ସେୟାର କରିଥାନ୍ତି । ସେହି କାରଣରୁ ଏବେ ଭାବନା କୋହଲୀଙ୍କୁ ମଧ୍ୟ ଲୋକମାନେ ଚିନ୍ହିବା ଆରମ୍ଭ କରିଲେଣି ।

newstrend

ସୋସିଆଲ ମିଡିଆରେ ବର୍ତ୍ତମାନ ଧୀରେ ଧୀରେ ଭାବନା କୋହଲୀଙ୍କର ଫୋଲୋର୍ସ ସଂଖ୍ୟା ବଢ଼ିବାରେ ଲାଗିଛି ।
ବର୍ତ୍ତମାନ ତାଙ୍କ ଫ୍ୟାନଙ୍କ ସଂଖ୍ୟା ୭୮ ହଜାରରୁ ଅଧିକ ହୋଇଗଲାଣି । ଏମିତିରେ ଯେତେବେଳେ ବିରାଟ କୋହଲୀଙ୍କ ବିବାହ ହୋଇଥିଲା ସେତେବେଳେ ଅନେକ ଫୋଟୋରେ ଭାବନା କୋହଲୀ ମଧ୍ୟ ଥିଲେ । ସେତେବେଳେ ଅଧିକାଂଶ ଲୋକଙ୍କୁ ଏହା ଜଣାନଥିଲା ଯେ ଯେଉଁ ମହିଳା ଏହି ଫୋଟୋରେ ବିରାଟଙ୍କ ସହିତ ଦେଖାଯାଇଛନ୍ତି ପ୍ରକୃତରେ ସେ ବିରାଟଙ୍କ ଭଉଣୀ ଭାବନା କୋହଲୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ସମସ୍ତେ ତାଙ୍କୁ ଜାଣିଗଲେଣି ।