ହିରୋଇନ ନୁହେଁ ବରଂ ନିଜର ଏକ ଫ୍ୟାନ୍ସ ସହିତ ବିଜୟ ଜୋସେଫ କରିଛନ୍ତି ବିବାହ ! ବହୁତ ସୁନ୍ଦର ଅଟେ ପ୍ରେମ କାହାଣୀ !

Spread the love

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ବିଜୟ ଜୋସେଫ ୨୨ ଜୁନରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ବିଜୟ ଜୋଫେସଙ୍କ ପୁରାନାମ ବିଜୟ ଜୋସେଫ ଚନ୍ଦ୍ରଶେଖର ଅଟେ । ସେମିତିରେ ତାଙ୍କ ପ୍ରଶଂସକ ମାନଙ୍କ ମଧ୍ୟରେ କେବଳ ବିଜୟ ନାମ ହିଁ ପ୍ରସିଦ୍ଧ ଅଟେ । ଗୋଟିଏରୁ ଭଲ ଗୋଟିଏ ହିଟ୍ ଚଳଚ୍ଚିତ୍ର ସେ ନିଜ ଫିଲ୍ମୀ କ୍ୟାରିୟରରେ ଦେଇ ସାରିଛନ୍ତି । ଆଜି ଆମେ ବିଜୟ ଜୋସେଫଙ୍କ ସହ ଜଡ଼ିତ କିଛି ଅଜଣା କଥାବିଷୟରେ ଜଣାଇବୁ । ତେବେ ଆସନ୍ତୁ ଜାଣିବା ।

ଏପରି ହୋଇଥିଲା ପ୍ରାରମ୍ଭ

ବାଲ୍ୟ କାଳରୁ ବିଜୟ ଜୋସେଫଙ୍କ ଭିତରେ ଅଭିନୟ ପ୍ରତି ରୁଚି ରହିଥିଲା । ଏହି କାରଣ ଯୋଗୁଁ ସେ ଏକ ଶିଶୁ କଳାକାର ଭାବେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଚଳଚ୍ଚିତ୍ର ମାନଙ୍କରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ମୁଖ୍ୟ ଅଭିନେତା ଭାବେ ବିଜୟ ଜୋଫେସଙ୍କ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ନାଲୟା ଥିରପୁ’ ଏହି ଚଳଚ୍ଚିତ୍ର ୧୯୯୨ ମସିହାରେ ଆସିଥିଲା । ସେହି ସମୟରେ ବିଜୟ କେବଳ ୧୮ ବର୍ଷ ବୟସର ଥିଲେ ।

ଏହି ଅଭିନେତ୍ରୀ ମାନଙ୍କ ସହ କରିଛନ୍ତି କାମ

ଏହା ପରେ ବିଜୟ ଜୋସେଫ ଗୋଟିଏରୁ ଗୋଟିଏ ଉତ୍ତମ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କଲେ । ତାଙ୍କ ଅଭିନୟକୁ ଲୋକମାନେ ଖୁବ୍ ପସନ୍ଦ ମଧ୍ୟ କଲେ । ବିଜୟ ଜୋସେଫ ନିଜ କ୍ୟାରୀୟରରେ ଅନେକ ଦିଗଜ୍ଜ ଅଭିନେତ୍ରୀ ମାନଙ୍କ ସହ ଅଭିନୟ କରିଛନ୍ତି । ଆପଣଙ୍କ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ବଲିଉଡ଼ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପଡ଼ା ଯିଏକି ବର୍ତ୍ତମାନ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ନାମ ଅଟନ୍ତି ସେ ମଧ୍ୟ ନିଜ ଫିଲ୍ମୀ କ୍ୟାରିୟରର ଆରମ୍ଭ ବିଜୟ ଜୋସେଫଙ୍କ ସହ ଏକ ଚଳଚ୍ଚିତ୍ରରୁ କରିଥିଲେ । ପ୍ରିୟଙ୍କା ଚୋପଡ଼ା ଅଭିନେତା ବିଜୟ ଜୋସେଫଙ୍କ ସହିତ ଏକ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାର ନାମ ଥମିଜାହାନ ଥିଲା । ଏହି ଚଳଚ୍ଚିତ୍ର ୨୦୦୨ ମସିହାରେ ମୁକ୍ତିଲାଭ କରିଥିଲା ।

ଆପଣଙ୍କୁ ଏହା ଜାଣି ମଧ୍ୟ ଆଶ୍ଚର୍ଯ୍ୟ ଲାଗିପାରେ ଯେ ବିଜୟ ଜୋସେଫ ବଲିଉଡ଼ର କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ସହିତ ମଧ୍ୟ କାମ କରିଛନ୍ତି । ନିଜର ଉତ୍ତମ ଅଭିନୟ ବଳରେ ବିଜୟ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରତିଷ୍ଠିତ ପୁରସ୍କାର ଲାଭ କରିଛନ୍ତି । ବିଜୟ ଉପରେ ଅନେକ ଅଭିନେତ୍ରୀଙ୍କ ହୃଦୟ ଆସିଥିଲା କିନ୍ତୁ ଏହା ପରେ ମଧ୍ୟ ବିଜୟଙ୍କ ହୃଦୟ ଏକ ବହୁତ ସାଧାରଣ ଝିଅ ଉପରେ ଆସିଥିଲା । ତାଙ୍କ ସ୍ତ୍ରୀଙ୍କ ନାମ ସଙ୍ଗୀତା ଅଟେ ।

ବିଜୟ – ସଙ୍ଗୀତାଙ୍କ ପ୍ରେମ କାହାଣୀ

ବିଜୟ ଓ ସଙ୍ଗୀତା ବର୍ତ୍ତମାନ ସାଥିରେ ଖୁସିରେ ନିଜ ଜୀବନ ଅତିବାହିତ କରୁଛନ୍ତି । ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ବିଜୟ ଜୋସେଫ ଓ ସଙ୍ଗୀତାଙ୍କ ପ୍ରେମ କାହାଣୀ ବହୁତ ରୋଚକ ଅଟେ । ବଡ଼ ପରଦାରେ ବିଜୟ ବହୁ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ନିଜର ଜଣେ ଫ୍ୟାନଙ୍କୁ ବିବାହ କରିଛନ୍ତି । ବାସ୍ତବରେ, ସଙ୍ଗୀତା ୟୁକେରେ ବାସ କରୁଥିଲେ ଏବଂ ସେ ବିଜୟଙ୍କ ବହୁତ ବଡ଼ ଫ୍ୟାନ୍ ଥିଲେ ।

ସେଟକୁ ଆସି ସଙ୍ଗୀତା ବିଜୟଙ୍କୁ ନିଜ ବିଷୟରେ କହିଥିଲେ । ତା’ପରେ ଏହି ଦୁଇଜଣଙ୍କ ମଧ୍ୟରେ ଲମ୍ବା କଥାବାର୍ତ୍ତାର ଆରମ୍ଭ ହୋଇଗଲା । ସେ ଦୁହେଁ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ତା’ପରେ ଦିନେ ସଙ୍ଗୀତାଙ୍କ ସମ୍ମୁଖରେ ବିଜୟଙ୍କ ପିତା ବିବାହର ପ୍ରସ୍ତାବ ରଖିଦେଲେ ଏବଂ ସଙ୍ଗୀତା ଏହାକୁ ସ୍ୱୀକାର କଲା ପରେ ୨୫ ଅଗଷ୍ଟ ୧୯୯୯ ମସିହାରେ ଦୁହେଁ ବିବାହ କରିନେଲେ ।

ବିଜୟ ଜୋସେଫ ଖ୍ରୀଷ୍ଟିୟାନ ଅଟନ୍ତି କିନ୍ତୁ ସଙ୍ଗୀତା ହିନ୍ଦୁ ଅଟନ୍ତି । ହେଲେ ମଧ୍ୟ ଦୁଇଜଣଙ୍କ ପ୍ରେମ ମଧ୍ୟରେ କେବେ ଧର୍ମ ଆସିଲା ନାହିଁ । ବିଜୟ ହିନ୍ଦୁ ରୀତିନୀତି ଅନୁସାରେ ସଙ୍ଗୀତାଙ୍କ ସହିତ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ ।