ବିଦୁରଙ୍କ ମତରେ ପାଞ୍ଚଟି ଲକ୍ଷଣରୁ ଚିହ୍ନନ୍ତୁ ମୂର୍ଖଙ୍କୁ :

Spread the love

ମହାଭାରତର ଜଣେ ଅନ୍ୟତମ ପୁରୋଧା ହେଉଛନ୍ତି ମହାତ୍ମା ବିଦୁର । ଯିଏ ନିଜର ବିଚକ୍ଷଣ ବୁଦ୍ଧି ଓ କୌଶଳ ରାଜନୀତିଜ୍ଞ ଦ୍ୱାରା ମହାଭାରତରେ ନିଜ ସ୍ଥିତିକୁ ମଜବୁତ କରିପାରିଛନ୍ତି । ଆପଣମାନେ ଜାଣିଥିବେ ଗୋଟିଏ ଦାସୀର ଗର୍ଭରୁ ବିଦୁରଙ୍କ ଜନ୍ମ । ବିଦୁର ଅତ୍ୟନ୍ତ ଧର୍ମ ପରାୟଣ ବ୍ୟକ୍ତି ଥିଲେ । ମହାତ୍ମା ବିଦୁର ତାଙ୍କର ନୀତିବାଣୀରେ ଦୈନନ୍ଦିନ ଜୀବନ ସହ ସମ୍ପର୍କିତ ବହୁତ କିଛି ଜାଣିବା କଥା ବର୍ଣ୍ଣନା କରିଛନ୍ତି । ଆଜିର ଏହି ଅନନୁଛେଦଟି ମହାତ୍ମା ବିଦୁରଙ୍କ ନୀତି ବାଣୀରୁ ସଂଗୃହିତ । ଏଥିରେ ମୂର୍ଖଙ୍କ କିପରି ଚିହ୍ନାବା ସେ ବିଷୟରେ ମହାତ୍ମା ବିଦୁର ବର୍ଣ୍ଣନା କରିଛନ୍ତି । ଆସନ୍ତୁ ଜାଣିବା :

୧) ଏହି ପରି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ କିଛି ନ ଜାଣି ଅନେକ କଥା କହିଥାନ୍ତି । ଅଜ୍ଞାନ ବ୍ୟକ୍ତି ଅତ୍ୟଧିକ ଗର୍ବ କରିଥାଏ ଓ ମଧୁର ବଚନ କହି ଲୋକଙ୍କ ପ୍ରିୟପାତ୍ର ହେବାକୁ ଚେଷ୍ଟା କରନ୍ତି ଏବଂ ବିନା ପରିଶ୍ରମରେ ଅତ୍ୟଧିକ ଧାନ ଉପାର୍ଜନ କରିବାର ମନୋବୃତ୍ତି ରଖିଥାନ୍ତି, ସେହିପରି ବ୍ୟକ୍ତିମାନେ ମୂର୍ଖ ବୋଲି ମହାତ୍ମା ବିଦୁର କହିଛନ୍ତି ।

୨) ଯେଉଁ ବ୍ୟକ୍ତି ନିଜ କାମ ଛାଡି ଅନ୍ୟର କର୍ତ୍ତବ୍ୟ ପାଳନ କରିବାରେ ଲାଗି ରହନ୍ତି ଏବଂ ସାଙ୍ଗସାଥିମାନଙ୍କ ସହିତ ଅସାମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି, ଏହି ପରି ଲକ୍ଷଣ ଥିବା ବ୍ୟକ୍ତିମାନେ ମୂର୍ଖ ବୋଲି ମହାତ୍ମା ବିଦୁର ଅଭିହିତ କରିଛନ୍ତି ।

୩) ସେହି ବ୍ୟକ୍ତିମାନେ ମୂର୍ଖ ଅଟନ୍ତି; ଯେଉଁମାନେ ନ ପାଇବା ଅର୍ଥାତ ଅସମ୍ଭବ ଭଳି ପଦାର୍ଥ ବା ଜିନିଷ ପ୍ରତି ଆଶା ରଖନ୍ତି, ଯେଉଁ କାର୍ଯ୍ୟ ନିଜ ଦ୍ୱାରା ସମ୍ଭବ ନୁହେଁ, ସେହିପରି କାର୍ଯ୍ୟ କରିବା ପାଇଁ ଇଛା ପ୍ରକାଶ କରନ୍ତି ଏବଂ ପାଇବା ଭଳି ଜିନିଷ ଅର୍ଥାତ ନିଜ ଦ୍ୱାରା ସାଧ୍ୟ ଜିନିଷ ବା କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତି । ଏହିପରି ବ୍ୟକ୍ତିମାନେ ଜୀବନରେ କେବେ ଖୁସିରେ ରହିପାରିବେ ନାହିଁ ।

୪) ଯେଉଁ ବ୍ୟକ୍ତି ଶତ୍ରୁକୁ ମିତ୍ର ଭାବିନ୍ତି ଏବଂ ମିତ୍ରାଙ୍କୁ ଇର୍ଷା କରନ୍ତି ସେହିପରି ବ୍ୟକ୍ତିମାନଙ୍କୁ ମଧ୍ୟ ମୂର୍ଖ ବୋଲି ଅଭିହିତ କରିଛନ୍ତି ।

୫) ଯେଉଁ ବ୍ୟକ୍ତି ଅନ୍ୟର କାର୍ଯ୍ୟରେ ଭେଦ ବା ପାର୍ଥକ୍ୟ ସୃଷ୍ଟି କରେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସନ୍ଦେହ କରେ, ସେହିପରି ବ୍ୟକ୍ତିମାନଙ୍କୁ ମୂର୍ଖ ବୋଲି ଅଭିହିତ କରିଛନ୍ତି ।

ବିଦୁରଙ୍କ ଏହି ନୀତି ବାଣୀ ଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବା ବୋଲି ଆଶା କରୁଛୁ । ନିଜର ମତାମତ Comment କରି ଜଣାନ୍ତୁ ।