Vastu Tips- ଛାତ ଉପରେ ତୁଳସୀ ଚଉରା ରଖିବା ଠିକ ନା ଭୁଲ ? ନିଶ୍ଚୟ ଦେଖନ୍ତୁ…

tulasi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏକ ବିଶେଷ ସୂଚନା ଦେବୁ କି ଛାତ ଉପରେ ଆପଣ ମାନେ ବୃନ୍ଦାବତୀ ଙ୍କୁ ରଖି ପାରିବେ କି ନାହିଁ । ଯଦି ଆମେ ଏଠାରେ ପୁରୁଣା କଥା କୁ ଦେଖିବା ତେବେ ମାତା ବୃନ୍ଦାବତୀ ଙ୍କ ସ୍ଥାପନା ମାଟି ଉପରେ ହିଁ କରାଜାଉ ଥିଲା । କୈଣସି ପୁରୁଣା ଲୋକ କିମ୍ବା ବ୍ରାହ୍ମଣ ଙ୍କୁ ପଚାରିବେ ତେବେ ସେମାନେ ଏହି କଥା କହିବେ । ଏହାର କାରଣ ହେଲା ମାଟି କୁ ଲାଗି ସମସ୍ତ ଦେବୀ ଦେବତା ଙ୍କ ମନ୍ଦିର ପ୍ରସ୍ତୁତ କରାଯାଏ ।

ସେମିତି ରେ ପୁରାତନ ସମୟ ରେ ଚାଳ ଘର ଅଧିକ ପରିମାଣ ରେ ରହିଥିଲା ଘର ସାମ୍ନା ରେ ବହୁତ ଲୋକ ମାନଙ୍କର ମାଟିର ଚୈରା ମଧ୍ୟ ରହିଥିଲା । ବର୍ତମାନ ସମୟ ରେ କେମିତି ଘର ପ୍ରସ୍ତୁତ ହେଉଛି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରୁଥିବେ । ତେବେ ମହଲା ଉପରେ ଆଉ ଏକ ମହଲା ପ୍ରସ୍ତୁତ କରାଜାଉଛି । ସେହିଥି ପାଇଁ ଛାତ ଉପରେ ଚୈରା ର ମଧ୍ୟ ସ୍ଥାପନା ହେଉଛି ।

tulasi 1

ଯେଉଁମାନେ ମାତା ବୃନ୍ଦାବତୀ ଙ୍କ ସ୍ଥାପନା ଛାତ ଉପରେ କରିବାକୁ ମନା କରିଛନ୍ତି ସେମାନଙ୍କ କହିବା କଥା ଯେ ସେଠାରେ ମାଟିର ସ୍ଥାପନା ନିହାତି ଭାବରେ ରହିବା ଆବଶ୍ୟକ । ମାତ୍ର ଆମ୍ଭେ ଛାତ ଉପରେ ଯଦି ସ୍ଥାପନା କରିବା ତେବେ ତାହା ଶୂନ୍ୟଭାଗ ହୋଇଯିବ । ମାତ୍ର ଯଦି ଆମ୍ଭେ ଠାକୁର ଘରକୁ ଛାତ ଉପରକୁ ନେଇ ପାରୁଛେ ତା ହେଲେ ଆମ୍ଭେ ମାତା ବୃନ୍ଦାବତୀ ଙ୍କୁ ମଧ୍ୟ ଛାତ ଉପରେ ବସାଇ ପାରିବା ।

ମାଟିର ଆମ୍ଭର ବାସ୍ତୁ ପୁରୁଷ ରହିଥାନ୍ତି । ଗୃହରେ ସବୁ ବେଳେ ଦେବତା ପଶ୍ଚିମ ଦିଗରେ ବସିଥାନ୍ତି । ସେହିଥି ପାଇଁ ମାଆ ଙ୍କର ମୂଖ ପଶ୍ଚିମ ଦିଗକୁ ରହିଥାଏ । ଯଦି କେବେ ଆମେ ମାନେ ବୃନ୍ଦାବତୀ ର ମନ୍ଦିର ସ୍ଥାପନା କରୁଛେ ତେବେ ମାତା ଙ୍କ ମୂଖ ପଶ୍ଚିମ ଦିଗକୁ ରହିବା ଜରୁରୀ ଅଟେ । ଛାତ ଉପରେ ଯଦି ଆପଣ ମାତା ବୃନ୍ଦାବତୀ ଙ୍କ ସ୍ଥାପନା କରୁଛନ୍ତି ତେବେ ଆପଣ ଅଗ୍ନି କୋଣରେ ସ୍ଥାପନା କରିବେ ନାହିଁ । ଆପଣଙ୍କ ଛାତରେ ପୂର୍ବ ଦିଗରେ ଯେଉଁଠାରେ ଜାଗା ଥିବ ସେଠାରେ ଆପଣ ମାତା ଙ୍କୁ ବସାଇବେ ଏବଂ ମାତାଙ୍କର ମୁଖ ପଶ୍ଚିମ କୁ ରହିବ ।

tulasi

ତେବେ ବନ୍ଧୁଗଣ ଆପଣ ମାନଙ୍କର ପୂର୍ବ ଦିଗରେ ଜାଗା ନାହିଁ ତେବେ ଆପଣ ମାନେ ଉତ୍ତର ଦିଗ ଆଡକୁ ବସେଇ ପାରିବେ । ମାତ୍ର ଆପଣ ମାନେ ଅଗ୍ନି କୋଣ ଆଡକୁ କେବେବି ବସେଇ ପାରିବେ ନାହିଁ । କାରଣ ମାଆ ହେଉଛନ୍ତି ଏକ ବୃକ୍ଷ ସ୍ୱରୂପା ତେଣୁ ଆମେ ସେହି କୋଣ ରେ ଆଦୈ ତାଙ୍କର ସ୍ଥାପନା କରି ପାରିବା ନାହିଁ । ଜାହା ଦ୍ୱାରା କେବେବି ଗଛ ଜିବିତ ରହିବେ ନାହିଁ । ଯଦି କୈଣସି ଅସୁବିଧା ହେଉଛି ତେବେ ଆପଣ ମାନେ ମାତା ଙ୍କୁ ଅଗ୍ନୀ କୋଣ ଛାଡି ଆପଣ ମାନେ କୈଣସି ଦିଗରେ ବି ସ୍ଥାପନା କରି ପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *