ଗର୍ଭାଶୟ କର୍କଟ ଶିଘ୍ରତାର ସହ ବଢ଼ିବାରେ ଲାଗିଛି ମହିଳାମାନଙ୍କ କ୍ଷେତ୍ରରେ । ଜାଣନ୍ତୁ ଏହାର ଲକ୍ଷଣ ।

Spread the love

ଯେଉଁ ମହିଳା ମାନଙ୍କ ବୟସ ୫୦ରୁ ଅଧିକ ହୋଇ ଯାଇଥାଏ, ସେମାନଙ୍କୁ ଗର୍ଭାଶୟ କର୍କଟ ହେବାର ସମ୍ଭାବନା ସବୁଠୁ ଅଧିକ ରହିଥାଏ । ମହିଳା ମାନଙ୍କ କ୍ଷେତ୍ରରେ ଅନ୍ୟ କର୍କଟ ତୁଳନାରେ ଗର୍ଭାଶୟ କର୍କଟରେ ମୃତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ । ଗର୍ଭାଶୟ କର୍କଟ ହେବାର ବିଶେଷ କୌଣସି କାରଣ ନଥାଏ । ପ୍ରାରମ୍ଭିକ ଅବସ୍ଥାରେ ଏହାର କୌଣସି ପ୍ରକାରର ଲକ୍ଷଣ ଦେଖା ଯାଇ ନ ଥାଏ । ଗର୍ଭାଶୟ କର୍କଟର ଲକ୍ଷଣ, ବହୁତ ସମୟ ପରେ ଦେଖାଯିବା କାରଣରୁ ଏହାଙ୍କୁ ନୀରବ ମୃତ୍ୟୁ ବୋଲି କୁହାଯାଏ । ଯେତେବେଳେ ଗର୍ଭାଶୟର ଆନ୍ତରିକ କୋଷିକା ଗୁଡିକ ଆବଶ୍ୟକ ଠାରୁ ଅଧିକ ବଢିଯାଇଥାଏ, ଯାହାଫଳରେ ଗର୍ଭାଶୟ କର୍କଟ ହୋଇଥାଏ । ଏହାକୁ ଶିଶୁଦାନୀ କର୍କଟ ମଧ୍ୟ କୁହାଯାଇ ଥାଏ । ଏହି କୋଷିକା ଗୁଡିକ ବୃଦ୍ଧି ହୋଇ ଶରୀରର ଅନ୍ୟ ଭାଗରେ ପ୍ରସାରିତ ହୋଇଥାଏ । ଏହା ଆକାର ଏବଂ ସରାଂଚନାରେ ନାସପତି ଭଳି ହୋଇଥାଏ । ଜନ୍ମ ନେବା ପୂର୍ବରୁ ଶିଶୁ ମହିଳାଙ୍କ ଗର୍ଭାଶୟର ଏହି ଭାଗରେ ରହିଥାଏ ।

ଗର୍ଭାଶୟ କର୍କଟର ସାଧାରଣ ଲକ୍ଷଣ ହେଉଛି ଯୋନିରୁ ଅସାମାନ୍ୟ ରକ୍ତସ୍ରାବ କିନ୍ତୁ ଏହା ଆବଶ୍ୟକ ନୁହେଁ ଯେ, ଏହି ଲକ୍ଷଣ ଦେଖା ଗଲେ ଆପଣ କର୍କଟ ପୀଡିତ ଅଛନ୍ତି ।ଏହାର ଅନ୍ୟ ଲକ୍ଷଣ ଏବଂ କାରଣ କିଛି ଭିନ୍ନ ହୋଇପାରେ । ଏହି କାରଣରୁ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ । ଆଜି ଆମେ ଆପଣଙ୍କୁ ଗର୍ଭାଶୟ କର୍କଟର କିଛି ଏହିଭଳି ଲକ୍ଷଣ ବିଷୟରେ କହିବୁ; ଯେଉଁ ଲକ୍ଷଣ ଗୁଡିକୁ ଜାଣିବା ପରେ ଆପଣ ସାବଧାନ ହୋଇଯିବ ଉଚିତ୍ ଏବଂ ତୁରନ୍ତ ଏହାର ଯାଞ୍ଚ କରାଇ ନେବା ଉଚିତ୍ ।

ଆସନ୍ତୁ ଜାଣିବେ ଗର୍ଭାଶୟ କର୍କଟର ଲକ୍ଷଣ ବିଷୟରେ :

ନିଶ୍ୱାସ ନେବାରେ କଷ୍ଟ ଅନୁଭଵ କରିବା :

ଗର୍ଭାଶୟ କର୍କଟ କାରଣରୁ ପେଟରେ ତରଳ ପଦାର୍ଥ ସୃଷ୍ଟି ହୋଇ, ପେଟର ଲାଇନିଙ୍ଗ ସମସ୍ୟା ସୃଷ୍ଟି କରିଥାଏ । ଏହି କାରଣରୁ ଏହି କ୍ଷେତ୍ରରେ ଚାପ ସୃଷ୍ଟି ହୋଇଥାଏ, ଯାହାଫଳରେ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯଦି ଆପଣଙ୍କ କ୍ଷେତ୍ରରେ ଏହିଭଳି ଲକ୍ଷଣ ଦେଖାଯାଏ; ତେବେ ଏହା ଗର୍ଭାଶୟ କର୍କଟର ଲକ୍ଷଣ ଅଟେ ।

ସମ୍ଭୋଗ କରିବାରେ ଅସୁବିଧା ଅନୁଭଵ କରିବା :

ଯଦି ଆପଣଙ୍କୁ ସମ୍ଭୋଗ କରିବା ସମୟରେ କୌଣସି ପ୍ରକାରର ଅସୁବିଧା ଅନୁଭଵ ହୋଇଥାଏ; ତେବେ ଏହି ସମସ୍ୟାକୁ ଡ଼ାୟସପ୍ରୟୁନିୟା କୁହାଯାଇ ଥାଏ ଏବଂ ଓଭରିରେ ଟିୟୁମର ହେବା କାରଣରୁ ସମ୍ଭୋଗ କରିବାରେ ବହୁତ ପୀଡ଼ାର ସାମ୍ନା କରିବା ପାଇଁ ପଡିଥାଏ ।

ପରିସ୍ରା ସମ୍ବନ୍ଧୀୟ ଅଭ୍ୟାସରେ ପରିବର୍ତ୍ତନ :

ଯଦି ଆପଣଙ୍କର ପରିସ୍ରା ସମ୍ବନ୍ଧୀୟ ଅଭ୍ୟାସରେ ହଠାତ କୌଣସି ପରିବର୍ତ୍ତନ ଦେଖାଯାଏ; ତେବେ ଏହା ଗର୍ଭାଶୟ କର୍କଟର ଲକ୍ଷଣ ହୋଇପାରେ । ଏହା ବ୍ୟତୀତ ଆପଣ ଅନ୍ୟ କିଛି ପରିବର୍ତ୍ତନ ମଧ୍ୟ ଦେଖି ପାରିବେ; ଯାହା ହେଉଛି ବାରମ୍ବାର ପରିସ୍ରା ଆସିବା, ପରିସ୍ରାରେ ରକ୍ତ ପଡିବା, ମୂତ୍ରାଶୟରେ ନିୟନ୍ତ୍ରିତ ନ ହେବା ।

ପିଠିରେ ପୀଡ଼ା ଅନୁଭୂତ ହେବା :

ଯେତେବେଳେ ମହିଳା ମାନେ ଗର୍ଭାଶୟ କର୍କଟରେ ପୀଡିତ ହୁଅନ୍ତି; ତେବେ ପିଠିରେ ପୀଡ଼ା ଅନୁଭୂତ କରିଥାନ୍ତି । ଏହି ପୀଡ଼ା ସମୟ ଅନୁସାରେ ବଢ଼ିବାରେ ଲାଗିଥାଏ; ଯାହାଫଳରେ ଆପଣଙ୍କୁ ଅନେକ ସମସ୍ୟା ଭୋଗିବା ପାଇଁ ପଡିଥାଏ ।

ପେଟ ଫୁଲି ଯାଇଥାଏ :

ଯେତେବେଳେ ମହିଳା ମାନଙ୍କ ବୟସ ୫୦ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇ ଯାଇଥାଏ; ସେହି ମହିଳା ମାନଙ୍କ ତଳି ପେଟରେ ଗ୍ୟାସ ସୃଷ୍ଟି ହେବା, ପେଟ ଫୁଲିବା, ହୃଦୟ ଜ୍ୱାଳା, ଅପଚ ଭଳି ଲକ୍ଷଣ ଦେଖା ଯାଇଥାଏ ।

ସର୍ବଦା ଥକ୍କାପଣ ଅନୁଭୂତ କରିବା :

ଗର୍ଭାଶୟ କର୍କଟର ପ୍ରାରମ୍ଭିକ ଲକ୍ଷଣ ହେଉଛି; ଥକ୍କାପଣ । ଯଦି ଆପଣ କୌଣସି ପରିଶ୍ରମ ନ କରି ମଧ୍ୟ ଥକ୍କାପଣ ଅନଭୂତ କରୁଛନ୍ତି ଏବଂ ସମାନ୍ୟରୁ ଅଧିକ ନିଦ ଆସେ; ତେଵେ ଏହା ଗର୍ଭାଶୟ କର୍କଟର ଲକ୍ଷଣ ହୋଇଥାଏ ।

ସ୍ୱାସ୍ଥ୍ୟ ହିଁ ସମ୍ପଦ । ତେଣୁ ସ୍ୱାସ୍ଥ୍ୟ ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜାଣନ୍ତୁ । ଭଲ ଲାଗିଲେ ଆପଣଙ୍କ ସାଙ୍ଗମାନଙ୍କ ସହ Share କରନ୍ତୁ । ଧନ୍ୟବାଦ !