ଟୁଥପେଷ୍ଟର ବ୍ୟବହାର କରି ଶରୀରର ଅନିଚ୍ଛା ସ୍ଥାନରେ ଉଠିଥିବା କେଶକୁ ସମୂଳେ ଚିରଦିନ ପାଇଁ ମୁକ୍ତି ପାଇ ପାରିବେ ।

Spread the love

ପ୍ରତି ବ୍ୟକ୍ତି ଆଜିର ସମୟରେ ସୁନ୍ଦର ଦେଖାଯିବା ପାଇଁ ଚାହାନ୍ତି । ସୁନ୍ଦର ଦେଖାଯିବା ପାଇଁ ଲୋକେ ବଜାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି ଏବଂ ସେଲୂନ୍ ବିୟୁଟିପାର୍ଲାର ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି । କେଶ, ଶରୀରର ସୁନ୍ଦରତାର ଏକ ପ୍ରତୀକ ରୂପେ ମାନ୍ୟତା ରହିଛି । ପ୍ରତି ବ୍ୟକ୍ତି ଚାହିଁଥାନ୍ତି ତାଙ୍କ କେଶ ସୁନ୍ଦର ଘନ ରହୁ କିନ୍ତୁ କୁହାଯାଇ ପାରେ ପ୍ରତି ଜିନିଷର ଏକ ନିର୍ଦ୍ଧିଷ୍ଟ ସ୍ଥାନ ରହିଛି ଏହିପରି ହିଁ କିଛି କୁହାଯାଇ ପାରିବ କେଶ ବିଷୟରେ । ଯଦି କେଶ ମୁଣ୍ଡରେ ଥାଏ, ତେବେ ଆପଣଙ୍କ ସୁନ୍ଦରତା ବଢିଯାଇଥାଏ କିନ୍ତୁ ଏହି କେଶ ଯଦି ଆପଣଙ୍କ ଚେହେରାରେ ଆସିଯାଏ ତେବେ ଏହା ଆପଣଙ୍କ ସୁନ୍ଦରତାକୁ ବିଗାଡି ଦେଇଥାଏ ।

ଲୋକେ ବିୟୁଟିପାର୍ଲର ସେଳୁନକୁ ଯାଇ ଏହି ଅନିଚ୍ଛା କେଶରୁ ମୁକ୍ତି ପାଇବା ପାଇଁ ବହୁତ କିଛି କରିଥାନ୍ତି, ଭେକ୍ସିନ, ଥରୋଡିଂ ଯାହା କରିବା ପାଇଁ ବହୁତ କଷ୍ଟ ହୋଇଥାଏ କିନ୍ତୁ ସୁନ୍ଦରତା ପାଇଁ ଏହି କଷ୍ଟକୁ ମଧ୍ୟ ସହିବା ପାଇଁ ପଡିଥାଏ । ଏହି ଅନିଛା କେଶରୁ ମୁକ୍ତି ପାଇବା ପାଇଁ ମହିଳାମାନେ ଅନେକ କିଛି କରିଥାନ୍ତି କିନ୍ତୁ ଏକ ସମୟ ପରେ ପୁଣି ଥରେ ସେହି ସବୁ କଷ୍ଟ ସହିବା ପାଇଁ ପଡିଥାଏ ।

କାରଣ ଏହି ପ୍ରଡକ୍ଟ ଗୁଡିକ କିଛି ସମୟ ପାଇଁ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ କିନ୍ତୁ କିଛି ସମୟ ପରେ ପୁଣି ଏହି ସମସ୍ୟା ଗୁଡିକ ଉପୁଜି ଯାଇଥାଏ । ଏହି ପ୍ରଡକ୍ଟରେ ବ୍ୟବହାର ହୋଇଥିବା କେମିକାଲ ଆପଣଙ୍କ ଚେହେରା ଏବଂ ଚର୍ମକୁ ବିଗାଡି ଦେଇଥାଏ । ଆଜି ଆମେ କିଛି ଘରୋଇ ଉପଚାର ବିଷୟରେ ଅବଗତ କରାଇବୁ, ଯାହାର ବ୍ୟବହାର କରିବା ପରେ ନିଜ ଶରୀରର ଅନିଛା କେଶ ଦୂର ହୋଇପାରିବ । ଆପଣଙ୍କୁ କଷ୍ଟ ମଧ୍ୟ ଅନୁଭବ ହେବ ନାହିଁ । ଏହା ସହ ଆପଣଙ୍କ କୌଣସି ପର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହେବ ନାହିଁ । ତେବେ ଆସନ୍ତୁ ଜାଣିବା :

ସାମଗ୍ରୀ :

1. କୋଲଗେଟ୍ ଟୁଥ୍ ପେଷ୍ଟ ଧଳା ରଙ୍ଗର

2. ପିଲ୍ ଅଫ୍ ମାସ୍କ

ବିଧି :

* ସର୍ଵ ପ୍ରଥମେ ଏକ ଗିନାରେ 2 ଚାମଚ ଏଭର୍ ର୍ୟୁଥ୍, ପିଲ୍ ମାସ୍କ ନିଅନ୍ତୁ ଏବଂ ସେଥିରେ ଏକ ଚାମଚ କୋଲଗେଟ୍ ନେଇ ଭଲ ରୂପେ ଦୁଇଟି ଜିନିଷକୁ ମିଶ୍ରଣ କରନ୍ତୁ ।

* ଏହାପରେ ଯେଉଁ ସ୍ଥାନରେ ଅନିଛା କେଶ ଉଠିଛି, ସେଠାରେ ଏହି ମାସ୍କକୁ ଲଗାନ୍ତୁ ।

* 20 ମିନିଟ୍ ପରେ ପେଷ୍ଟ ଶୁଖିଯିବା ପରେ ମାସ୍କକୁ କାଢି ଦିଅନ୍ତୁ । କହିବା ପାଇଁ ଚାହୁଁଛୁ; ଏହାକୁ କାଢିଵା ସମୟରେ ଆପଣଙ୍କୁ କଷ୍ଟ ଅନୁଭଵ ହେବ ନାହିଁ ଏହା ସହଜରେ ବାହାରି ଯିବ ।