ସଲମାନଙ୍କ ଭଣଜାକୁ କେତେକ ୟୁଜର୍ସ ପୋଲିଓ ରୋଗୀ ବୋଲି ସୋସିଆଲ ମିଡ଼ିଆରେ ଆକ୍ଷେପ କରିଛନ୍ତି । ପ୍ରତିକ୍ରିୟାରେ ଅର୍ପିତା ଖାନ କହିଛନ୍ତି ତାହା ଆପଣମାନେ ହୋଇଥିବେ …

Spread the love

ଅର୍ପିତା ଖାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୁଅ ଆହିଲର ଜନ୍ମଦିନରେ କିଛି ଫୋଟ ଓ ଭିଡିଓ ଶେୟର କରିଥିଲେ । ଏହି କଥାକୁ ନେଇ ଆରମ୍ଭ ହେଲା….

ସଲମାନ୍ ଖାନଙ୍କ ଭଉଣୀ ଅର୍ପିତା ଖାନକୁ କିପରି ଖୁସିରେ ରହିପାରିବେ, ତାହା ତାଙ୍କୁ ବେଶ୍ ଭଲ ଭାବରେ ଜଣାଅଛି । କେବେ ସେ ଫ୍ୟାସନ୍ ଶୋ’ରେ ଦେଖାଯାନ୍ତି ତ କେବେ ନିଜ ପତି ସହିତ ଫିଲ୍ମର ପ୍ରମୋସନ୍ ରେ । ଆଉ କେବେକେବେ ପୁଅ ଆହିଲ ସହିତ ସପିଙ୍ଗରେ ଦେଖିବାକୁ ମିଳିଥାଏ ତ ଆଉ କେବେ କୌଣସି ସେଲିବ୍ରିଟିର ବାହାଘରରେ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏତେ ବର୍ଷ ରହି ଅର୍ପିତା ଖାନ ବୁଝିଯାଇଛନ୍ତି, ଖୁସିରେ ରହିବା ପାଇଁ କଣ କରିବାକୁ ହେବ । ଅର୍ପିତା ଖାନ ସୋସିଆଲ ମିଡ଼ିଆରେ ବହୁତ ଚଳଚଞ୍ଚଳ ଅଟନ୍ତି । ସେ ଯେତେବେଳେ ସୋସିଆଲ ମିଡ଼ିଆକୁ ଆସନ୍ତି କିଛି ନା କିଛି ନିଜର ଫୋଟ ଶେୟର କରନ୍ତି । କହିବାକୁ ଗଲେ ଅର୍ପିତାଙ୍କ ପୁଅ ଆହିଲର ଜନ୍ମଦିନ ଥିଲା । ଜନ୍ମଦିନର କିଛି ଫୋଟ ଓ ଭିଡିଓକୁ ସୋସିଆଲ ମିଡ଼ିଆରେ ଶେୟର କରିଥିଲେ । ଅର୍ପିତା କିଛିବି ସୋସିଆଲ ମିଡ଼ିଆରେ ଶେୟର କରିବା ମାତ୍ରେ ଭାଇରାଲ ହୋଇଯାଏ । ଜନ୍ମ ଦିନ ଫୋଟକୁ ଯେତେବେଳେ ଶେୟର କରିଛନ୍ତି, କେତେ ୟୁଜର୍ସ ପସନ୍ଦ କଲେ ଓ ଆଉ କେତେ ଆକ୍ଷେପ କଲେ ।

ଅର୍ପିତାଙ୍କ ପୁଅକୁ କେହିକେହି କହିଲେ ଟ୍ରୋଲ :

ଅର୍ପିତା ଗୋଟିଏ ଭିଡିଓ ଶେୟର କରିଥିଲେ ଯେଉଁଥିରେ ତାଙ୍କ ପୁଅ ଜେଜେ ସଲିମ ଖାନଙ୍କ ସହିତ କେକ୍ କଟୁଥିଲା । ଏହି ଭିଡିଓକୁ ନେଇ ଲୋକମାନେ ଅର୍ପିତାଙ୍କ ପୁଅ ଆହିଲକୁ ଟ୍ରୋଲ୍ କରିଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି; ଅର୍ପିତାଙ୍କ ପୁଅ ପୋଲିଓ ରୋଗଗ୍ରସ୍ତ ଏବଂ ତାକୁ ପୋଲିଓ ଟୀକା ଦେବାପାଇଁ ପରାମର୍ଶ ଦେଇଛନ୍ତି । ନିଜ ପୁଅ ନାମରେ ଏପରି ଶୁଣି ଅର୍ପିତା ରାଗିଗଲେ । ଅର୍ପିତାଙ୍କ ରାଗକୁ କେହି କେହି ଉଚିତ କହିଛନ୍ତି । ଜଣେ ମାଆ କେବେ ମଧ୍ୟ ନିଜ ପୁଅର ଖରାପ ଟିପ୍ପଣୀ ସହ୍ୟ କରିପାରିବେ ନାହିଁ । ନିଜ ପୁଅ ନାମରେ ଖରାପ ଟିପ୍ପଣୀକୁ ପ୍ରତିକ୍ରିୟା କରି, ସେ ମଧ୍ୟ କିଛି ଜବାବ୍ ଦେଇଛନ୍ତି ।

ଅର୍ପିତାଙ୍କ ରାଗ ବିସ୍ଫୋରଣ ହେଲା

ଭିଡିଓରେ ସଲମାନ ଖାନଙ୍କ ପିତା, ନାତି ସହିତ କେକ୍ କାଟିବା ନଜରକୁ ଆସିଛି । ଏହି ଭିଡିଓରେ ଆହିଲ ନାନାଜିଙ୍କ ପାଖରେ ବସିଛି । ଏହି ଭିଡିଓରେ ସୋହେଲ ଖାନ ବି ଉପସ୍ଥିତ ଅଛନ୍ତି । ଏହି ଭିଡିଓକୁ ଦେଖି ଜଣେ ବ୍ୟକ୍ତି ଆକ୍ଷେପ କରି କହିଛନ୍ତି “ଏହି ପିଲାଟି ପୋଲିଓ ଆକ୍ରାନ୍ତ” ଏହିପରି କମେଣ୍ଟ ଦେଖି ପ୍ରତିକ୍ରିୟାରେ ଲେଖିଲେ “ଆପ୍ ଲୋଗ୍ ବେହୁଦା ହୈ” ଏହିପରି ନେଗେଟିଭି କମେଣ୍ଟ ପିଲା ପ୍ରତି କାହିଁକି ଦେଉଛନ୍ତି” । ଦେଖିବାକୁ ମିଳିଛି; କିଛି ଲୋକ ଆହିଲକୁ ଆକ୍ଷେପ କରିଛନ୍ତି ତ କିଛି ଲୋକ ଅର୍ପିତାକୁ ସପୋର୍ଟ କରିଛନ୍ତି ଏବଂ ଲେଖିଛନ୍ତି “ଏହି ଲୋକମାନେ କାହା ବିଷୟରେ କିଛି ବି କହନ୍ତି । ଆଉ ଲେଖିବା ବେଳେ ଚିନ୍ତା କରନ୍ତି ନାହିଁ ଗୋଟିଏ ଛୋଟ ପିଲା ପାଇଁ ଲେଖୁଛନ୍ତି । ଆଉ ଜଣେ ୟୁଜର୍ସ୍ ଅର୍ପିତାକୁ ସପୋର୍ଟ କରି ଲେଖିଛନ୍ତି, “ୟେ ଲୋଗ ବୀମାର ହେ, ସର୍ମନାକ ଲୋଗ୍ ହେ, ଜୋ କି ଦୁସରକି ନୁକ୍-ସାନ୍ ପହଁଚାନେ କି କୋଶିଷ କରତିହେ ।”

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅର୍ପିତା ଖାନ ସଲମାନ ଖାନଙ୍କ ପାଳିତ ଭଉଣୀ । କିନ୍ତୁ ପୁରା ଖାନ ପରିବାର ଅର୍ପିତାକୁ ନିଜ ଝିଅ ପରି ସ୍ନେହ କରୁଛନ୍ତି । 2014 ମସିହାରେ ଅର୍ପିତାଙ୍କ ବିବାହ ଆୟୁସ୍ ଶର୍ମାଙ୍କ ସାଥିରେ ହୋଇଛି । ଵିଵାହର କିଛି ବର୍ଷ ପରେ ଗୋଟିଏ ପୁଅ ହେଲା, ଯାହାର ନାମ ଆହିଲ ରଖିଛନ୍ତି ।