ଆପଣଙ୍କର ମନେ ଅଛି; ସେହି ପିଲା ଯିଏକି ଅମିତାଭଙ୍କର ପିଲାବେଳର ଭୂମିକାରେ ଅଭିନୟ କରୁଥିଲା, ଆଜି ସେ କୋଟି କୋଟି ଟଙ୍କାର ମାଲିକ ।

Spread the love

ଆଜି ହିନ୍ଦୀ ଚଳଚ୍ଚିତ୍ର ଜଗତରେ “ବିଗ ବି”ଙ୍କୁ କୌଣସି ପରିଚୟର ଆବଶ୍ୟକ ନୁହେଁ । ସେ ପରଦାରେ ଏମିତି ଅନେକ ଭୂମିକାରେ ଅଭିନୟ କରିଛନ୍ତି, ଯାହାକି ତାଙ୍କୁ ଶତାବ୍ଦୀର ମହାନାୟକ କରିଦେଇଛି । ୭୦ ଏବଂ ୮୦ ଦଶକରେ ଅମିତାଭ ବଚ୍ଚନଙ୍କର ଯାଦୁ ଚାଲୁଥିଲା ଏବଂ ସେହି ଯାଦୁ ଆଜି ମଧ୍ୟ ଚାଲିଛି । କିନ୍ତୁ କଣ ଆପଣମାନଙ୍କୁ ସେହି ପିଲାର କଥା ମନେ ଅଛି କି ଯିଏ ଅମିତାଭ ବଚ୍ଚନଙ୍କର ପିଲାବେଳେର ଭୂମିକାରେ ଅଭିନୟ କରୁଥିଲେ । ହଁ ଆଜ୍ଞା, ସେହି ପିଲାଟି ଥରେ ଦୁଇ ଥର ନୁହେଁ ବରଂ ଅନେକ ଥର ଅମିତାଭ ବଚ୍ଚନଙ୍କର ପିଲାବେଳର ଭୂମିକାରେ ଅଭିନୟ କରିଥିଲେ ଏବଂ ଦର୍ଶକ ବିଶ୍ୱାସ କରିବା ପାଇଁ ବାଧ୍ୟ ହେଉଥିଲେ ଯେ, ଏହି ପିଲାଟି ବଡ଼ ହୋଇ ଅମିତାଭ ହୋଇଯାଇଛି । ଆଜି ଆମେ ଆପଣମାନଙ୍କୁ କହିବୁ କି ସେହି ପିଲା ଜଣକ ବଡ ହୋଇ ବର୍ତ୍ତମାନ କଣ କରୁଛନ୍ତି । ତେବେ ଚଲାନ୍ତୁ ଜାଣିବା ଆଜିର ଏହି ଅନୁଛେଦରେ ଆପଣଙ୍କ ପାଇଁ କଣ ଖାସ୍ ରହିଛି !

ରବି ବଲେଚା ନିଜର ପରିଚୟ ସୃଷ୍ଟି କରିଥିଲେ :

୭୦ ଏବଂ ୮୦ ଦଶକରେ ଅମିତାଭ ଆକାଧିକ ସୁପରହିଟ ଫିଲ୍ମ କରିଛନ୍ତି । ତାଙ୍କ ଜୀବନର କାହାଣୀ ପ୍ରାୟତଃ ତାଙ୍କର ପିଲାବେଳରୁ ହିଁ ଆରମ୍ଭ ହୋଇଥାଏ, ସେଥିପାଇଁ ଶିଶୁ କଳାକାରକୁ ମଧ୍ୟ ମୁଖ୍ୟ ବୋଲି ଧରାଯାଇଥାଏ । ଅମିତାଭଙ୍କ ଅଭିନୀତ ଅନେକ ଫିଲ୍ମର କାହାଣୀରେ ଏହି ପିଲା ଜଣକ ଅମିତାଭଙ୍କ ପିଲାବେଳେର ଭୂମିକାରେ ଅଭିନୟ କରିଥିଲେ । ସେହି ପିଲା ଜଣକ ଥିଲେ ରବି ବଲେଚା । ୧୯୭୬ରେ ରବି ପ୍ରଥମ ଥର ଫିଲ୍ମ ‘ଫକୀରା’ରୁ ପରଦାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ପରିଚୟ ମିଳିଲା ଫିଲ୍ମ “ଅମର୍ ଅକବର ଏନ୍ଥନୀ”ରୁ । ଏହା ବ୍ୟତୀତ ସେ “ଦେଶ ପ୍ରେମୀ”, “ଶକ୍ତି” ଏବଂ “କୁଲି” ଭଳି ଫିଲ୍ମରେ ଅମିତାଭଙ୍କ ପିଲାବେଳର ଭୂମିକାରେ ଅଭିନୟ କରିଛନ୍ତି ।

ସେହି ସମୟରେ ରବିଙ୍କର ଭୂମିକକୁ ବହୁତ ମହତ୍ଵ ଦିଆଯାଉଥିଲା । କାହିଁକି ନା ଅମିତାଭଙ୍କ ଯୁବାବସ୍ଥା ଦେଖାଇବା ପାଇଁ ତାଙ୍କର ଛୁଆବେଳ ଦେଖାଇବା ବହୁତ ଆବଶ୍ୟକ ହେଉଥିଲା । ରବି ଅମିତାଭଙ୍କର ପିଲାବେଳେର ଭୂମିକା ପାଇଁ ଏକଦମ ଫିଟ ଥିଲେ । ସେହି ବ୍ୟକ୍ତିତ୍ୱ, ସେହି କ୍ରୋଧ ଏବଂ ସେହି ଦମଦାର ଅଭିନୟ ଯାହା କି ଅମିତାଭଙ୍କ ଭୂମିକାକୁ ଅଧିକ ମଜୁବୁତ କରିବାରେ କାମରେ ଆସୁଥିଲା । ତାଙ୍କର ଅଭିନୟ ଦେଖି ବିଶ୍ୱାସ ହେଉନଥିଲା ଯେ, କେହି ଛୁଆ ଏତେ ଭଲ ଅଭିନୟ କରିପାରିବ । କହିଦେଉଛୁ ଯେ, ସେ ଅଲଗା ଅଲଗା ଭାଷାରେ ୩୦୦ରୁ ଉର୍ଦ୍ଧ୍ଵ ଫିଲ୍ମରେ କାମ କରିଛନ୍ତି ।

ପରଦାରେ ଡେବ୍ୟୁ କଲେ ନାହିଁ :

କହିବାକୁ ଗଲେ ଶିଶୁ କଳାକାରମାନେ ମଧ୍ୟ ଚାହାନ୍ତି ଯେ, ସେମାନେ ଯେତେ ଶୀଘ୍ରରୁ ଶୀଘ୍ର ବଡ ହେବା ପାଇଁ ଇଚ୍ଛା ରଖିଥାନ୍ତି, କାହିଁକି ନା ସେମାନେ ମଧ୍ୟ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । କିନ୍ତୁ ରବିଙ୍କ ସହିତ ଏମିତି କିଛି ହୋଇନାହିଁ । ସେ ଶିଶୁ କଳାକାର ରୂପରେ କାମ କରିଲେ କିନ୍ତୁ ବୟସ ବଢିବା ସହିତ ତାଙ୍କ ମୁଣ୍ଡ ଉପରୁ ଅଭିନୟର ଯାଦୁ ମଧ୍ୟ ଧୀରେ ଧୀରେ ଦୁରେଇ ଗଲା ଏବଂ ସେ ଏହି ଅଭିନୟ ଦୁନିଆକୁ ଛାଡିଦେଲେ ।

ଗୋଟିଏ ଏମିତି ସ୍ଥାନରେ ନିଜ କ୍ୟାରିଅରକୁ ପହଞ୍ଚାଇ ଦେଲେ ଯାହା ତାଙ୍କୁ ଏହି ମୌକା ମିଳିବା ସହଜ ନ ଥିଲା । ଯଦିଓ ଆଜି ଆମେ ରବିର ଏହି ନିଷ୍ପତ୍ତିକୁ ଭୁଲ କହିପାରିବା ନାହିଁ । କାହିଁକି ନା ତାଙ୍କର କାରବାର ସମୃଦ୍ଧିଶାଳୀ ହେଲା ଏବଂ ଏହି କାରବାର ଯୋଗୁ ସେ ଆଜି କୋଟି କୋଟି ଟଙ୍କାର ମାଲିକ ଅଟନ୍ତି ।

୩୦୦ କୋଟିର ମାଲିକ ଅଟନ୍ତି :

ରବି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଅହମ୍ମଦାବାଦରୁ ଏମ୍.ବିଏରେ ଡିଗ୍ରୀ ହାସଲ କରିବା ପରେ ନିଜର କମ୍ପାନୀ ଆରମ୍ଭ କରି ହସ୍ପିଟାଲିଟି ଇଣ୍ଡଷ୍ଟ୍ରିରେ ନିଜର କାରବାରକୁ ବଡ ସ୍ତରରେ ପହଞ୍ଚାଇଛନ୍ତି । ଆଜି ତାଙ୍କ ପାଖରେ ଅମିତାଭ ବଚ୍ଚନ ଭଳି ଗାଡି, ବଙ୍ଗଳା ଏବଂ ବ୍ୟାଙ୍କ ବ୍ୟାଲ୍ୟାଂସ ରହିଛି । ବର୍ତ୍ତମାନ ରବି ୩୦୦ କୋଟି ଟଙ୍କାର ମାଲିକ ଅଟନ୍ତି । ଯଦିଓ ସେ ଅଭିନେତା ରୂପେ ଦର୍ଶକଙ୍କ ସମ୍ମୁଖକୁ ଆସିଥାନ୍ତେ; ତେବେ ତାଙ୍କୁ କିଭଳି ଭାବେ ପସନ୍ଦ ମିଳିଥାନ୍ତା, ତାହା କେବଳ ଦର୍ଶକ ହିଁ କହିପାରିବେ । କିନ୍ତୁ ଆଜି ମଧ୍ୟ ଅମିତାଭଙ୍କର ପିଲାବେଳର ଭୂମିକାରେ ଅଭିନୟ କରିଥିବା କଳାକାରକୁ ଦର୍ଶକମାନେ ଭୁଲିନାହାନ୍ତି ଏବଂ ନା ହିଁ କେବେ ଭୁଲିବେ ।