ଶରୀରର କଳାପଣକୁ ଦୂର କରିବା ପାଇଁ ହେଲେ ଏହି ଘୋରେଇ ଚିକିତ୍ସା ପଦ୍ଧତିକୁ ବ୍ୟବହାର କରନ୍ତୁ ।

Spread the love

ସୂର୍ଯ୍ୟାଲୋକରେ ବାହାରକୁ ବାହାରିଲା ବେଳେ ଆମର ତ୍ୱଚା କଳା ପଡ଼ିଯାଏ ଆହୁରି ତ୍ୱଚା ଉପରେ କଳାପଣ ମଧ୍ୟ ଆସି ଯାଇଥାଏ । ଯଦି ଆପଣଙ୍କ ମଧ୍ୟ ତ୍ୱଚା ବାରମ୍ବାର କଳା ପଡି ଯାଉଥାଏ, ତେବେ ଆପଣ ନିମ୍ନରେ ବର୍ଣ୍ଣିତ ଚିକିତ୍ସା ପଦ୍ଧତିକୁ ବ୍ୟବହାର କରନ୍ତୁ । ଏହି ଚିକିତ୍ସା ପଦ୍ଧତିକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ କଳାପଣ ସମ୍ପୁର୍ଣ୍ଣ ରୂପେ ଦୁରେଇ ଯିବ ।

ଶରୀରକୁ କଳାପଣରୁ ଦୂର କରିବା ପାଇଁ ଏହି ଉତ୍ତମ ଚିକିତ୍ସା ପଦ୍ଧତିକୁ ଆପଣାନ୍ତୁ :

ଲେମ୍ବୁ ଓ ଗୋଲାପ ଜଳ :

ଆପଣ ଲେମ୍ବୁର ରସ ବାହାର କରି ସେଥିରେ ଏକ ଚାମଚ ଗୋଲାପ ଜଳ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାଇ ଦିଅନ୍ତୁ ଏବଂ ଅଧ ଘଣ୍ଟା ପରେ ଭଲ ଭାବରେ ଧୋଇ ଦିଅନ୍ତୁ । ଆପଣ ଚାହିଁଲେ, ରାତିରେ ମଧ୍ୟ ଶୋଇବା ସମୟରେ ତ୍ୱଚାରେ ଲଗାଇ ପାରିବେ ଏବଂ ସକାଳୁ ଉଠି ଏହାକୁ ଧୋଇ ପାରିବେ । ବାରମ୍ବାର ଏହି ପ୍ରଲେପକୁ ଏକ ସପ୍ତାହ ପର୍ଯ୍ୟନ୍ତ ଲଗାଇଲେ, କଳାପଣ ଧୀରେ ଧୀରେ ଚାଲିଯିବ ।

ଲେମ୍ବୁ ଏବଂ ମହୁ :

ଆପଣ ଲେମ୍ବୁ ରସରେ ମହୁ ମିଶାଇ ଏହାକୁ ମୁହଁ ଓ ବେକରେ ଲଗାଇ ପାରିବେ । ଲେମ୍ବୁ ଓ ମହୁର ପ୍ରଲେପକୁ ଲଗାଇଲେ, ଆପଣଙ୍କ ତ୍ୱଚାର କଳାପଣ ଅତିଶୀଘ୍ର ଚାଲିଯିବ ।

କାକୁଡି :

ମୁହଁରେ କଳାପଣ ଆସିବା ମାତ୍ରକେ ଆପଣ କାକୁଡିକୁ ମୁହଁରେ ଘୋଷି ଦିଅନ୍ତୁ ଏବଂ ୧୫ ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ । କାକୁଡି ଲଗାଇବା ଫଳରେ ଆପଣଙ୍କ ତ୍ୱଚା ସମ୍ପୂର୍ଣ୍ଣ ରୂପେ ସଫା ହୋଇଯିବ ।

ଦହି ଏବଂ ହଳଦୀ :

ଦହିରେ ଆପଣ ଅଳ୍ପ ହଳଦୀ ମିଶାଇ, ସେହି ମିଶ୍ରଣକୁ ତ୍ୱଚା ଓ ବେକରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ଲଗାଇଲା ବେଳେ ଆପଣ ନିଜର ତ୍ୱଚା ଓ ବେକକୁ ଭଲ ଭାବରେ ମାଲିସ କରି ନିଅନ୍ତୁ । ଯେତେବେଳେ ଏହି ମିଶ୍ରଣ ଶୁଖି ଯିବ, ତାହାକୁ ପାଣିରେ ଧୋଇ ଦିଅନ୍ତୁ । ପ୍ରତିଦିନ ଏହି ମିଶ୍ରଣକୁ ଲଗାଇବା ଫଳରେ ଆପଣଙ୍କ ତ୍ୱଚା ଭଲ ରୂପେ ସଫା ହୋଇଯିବ ଏବଂ କଳାପଣ ମଧ୍ୟ ଦୂର ହୋଇଯିବ ।

ବେସନ ଏବଂ ଦହି :

ବେସନ ଏବଂ ଦହିର ମିଶ୍ରଣ ଯଥେଷ୍ଟ ପ୍ରଭାବ ପକାଇଥାଏ ଏବଂ ଏହା ଦ୍ୱାରା ମୁହଁର ଚମକ ଆସିଥାଏ । ଏହି ମିଶ୍ରଣକୁ ପ୍ରସ୍ତୁତ କରିବା ପାଇଁ ଆପଣ ୩ ଚାମଚ ଦହିରେ ଏକ ଚାମଚ ବେସନକୁ ପକାଇ ଭଲ ଭାବରେ ମିଶାନ୍ତୁ । ଏହି ଦୁଇଟିକୁ ଭଲ ଭାବରେ ମିଶ୍ରଣ କରିବା ପରେ ଆପଣ ଏହି ମିଶ୍ରଣକୁ ମୁହଁ ଏବଂ ବେକରେ ଲଗାନ୍ତୁ ।

ଏହି ମିଶ୍ରଣକୁ ଆପଣ ଅଧ ଘଣ୍ଟା ପର୍ଯ୍ୟନ୍ତ ମୁହଁରେ ଲଗାଇ ରହିବାକୁ ଦେବେ, ଯେତେବେଳେ ଏହା ଶୁଖିଯିବ ଆପଣ ନିଜ ହାତକୁ ଅଳ୍ପ ଓଦା କରି ୧୦ ମିନିଟ୍ ପର୍ଯ୍ୟନ୍ତ ଏହି ମିଶ୍ରଣରେ ମୁହଁ ଓ ବେକର ମାଲିସ କରିବେ । ପରେ ଆପଣ ସଫା ପାଣିରେ ମୁହଁକୁ ଧୋଇ ଦେବେ । ମୁହଁ ଓ ବେକରେ ଏହି ମିଶ୍ରଣକୁ ସପ୍ତାହରେ ଅତିକମରେ ତିନି ଥର ଲଗାଇବା ଦ୍ୱାରା ଏହାର ଫଳ ଆପଣ ପାଇପାରିବେ ।

ଘିକୁଆଁରି ଓ ଲେମ୍ବୁ :

ଘିକୁଆଁରି ରସରେ ଆପଣ ଲେମ୍ବୁ ରସ ପକାଇ ଭଲ ଭାବରେ ଏହାକୁ ମିଶାଇ ଏକ ମିଶ୍ରଣ ତିଆରି କରିବେ । ଏହି ମିଶ୍ରଣକୁ ନିଜର ମୁହଁରେ ଲଗାଇ ଦେବେ ଏବଂ ଯେବେ ଏହା ଭଲ ଭାବରେ ଶୁଖିଯିବ, ଆପଣ ଏହାକୁ ଧୋଇ ଦେବେ । ଏହାର ବ୍ୟବହାର ଫଳରେ ଆପଣଙ୍କ ତ୍ୱଚାର କଳାପଣ ଚାଲିଯିବ ଏବଂ ଆପଣଙ୍କ ତ୍ୱଚା କୋମଳ ରହିବ ।