ଆପଣଙ୍କ ଚେହେରା ଏବଂ ଶରୀରକୁ ତେଲରେ ଏପରି କରନ୍ତୁ ସଫା !

Spread the love

ଆପଣ ନିଜ ତ୍ଵଚାକୁ ସଫା କରିବା ପାଇଁ ଅନେକ ଉପାୟ ଆପଣାଇ ଥିବେ କିନ୍ତୁ କେବେ ତେଲ ମାଧ୍ୟମରେ ତ୍ୱଚାର ସଫା କରିଛନ୍ତି ? ହଁ ଆଜ୍ଞା, ଆଜି ଆମେ ଆପଣଙ୍କୁ ତେଲ ମାଧ୍ୟମରେ ତ୍ୱଚାର ସଫା କରିବା ପାଇଁ କିଛି ଟିପ୍ସ ଦେବାକୁ ଯାଉଛୁ । ଜାଣନ୍ତୁ ଆପଣଙ୍କୁ କଣ କରିବାକୁ ହେବ ।

ତ୍ଵଚାର ପ୍ରକାର ଭେଦକୁ ଆଧାର କରି ଆପଣଙ୍କୁ ଉଚିତ ତେଲ ବ୍ୟବହାର କରିବାକୁ ପଡ଼ିବ । ତ୍ୱଚାର ସଫେଇ ପାଇଁ ଉଚିତ ତେଲ ବ୍ୟବହାର କରିବା ଅତ୍ୟନ୍ତ ମହତ୍ୱ ପୂର୍ଣ୍ଣ ଅଟେ ।

ତ୍ଵଚାର ପ୍ରକାର ଭେଦକୁ ଆଧାର କରି ଆପଣଙ୍କୁ ନିମ୍ନରେ ଥିବା ତେଲକୁ ବ୍ୟବହାର କରିବାକୁ ପଡ଼ିବ :

ସଂଯୋଜନ ତ୍ୱଚ଼ା – ସୂର୍ଯ୍ୟମୁଖୀ / ନଡ଼ିଆ ତେଲ ସହ କାଷ୍ଟର ତେଲ (ଜଡା ତେଲ) / ହେଜଲନଟ ତେଲ

ତେଲିୟା ତ୍ଵଚ଼ା – ସୂର୍ଯ୍ୟମୁଖୀ / ନଡ଼ିଆ ତେଲ ସହ କାଷ୍ଟର ତେଲ (ଜଡା ତେଲ) / ହେଜଲନଟ ତେଲ (ବାଦାମ ତେଲ)

ଶୁଖିଲା ତ୍ଵଚା – ଅଲିଭ ତେଲ / ଜଡା ତେଲ / ବାଦାମ ତେଲ ପୌଷ୍ଟିକ ତେଲ, ଯେପରି ଯୋଜାବା, ଫ୍ଲେକ୍ସିସ, ଆରଗନ ଅଥବା ଏବୋକେଡୋ ।

ସଜ୍ଜବାଜ ଯାଉଁଳିବା ପରେ ତ୍ୱଚାକୁ କରନ୍ତୁ ଏହି ତେଲରେ ସଫା :

ଯେତେବେଳେ ଆପଣ ଥକି ଯାଇଥାନ୍ତି ଏବଂ ଦିନର ଶେଷରେ ସଜ୍ଜାବଜ ଯେତେବେ ଯାଉଁଳି ଯାଇଥାଏ, ସେତେବେଳେ ଆପଣ ଚେହେରାରେ କିମ୍ବା ଶରୀରରେ ତେଲର ମାଲିସ କରିବା ଉଚିତ । ଏହାଦ୍ଵାରା ତ୍ଵଚାରୁ ସମସ୍ତ ଧୂଳି ଏବଂ ମଇଳା ବାହାରିବା ସହଜ ହୋଇଯାଇଥାଏ, ଯାହା ଦ୍ଵାରା ତ୍ଵଚ଼ା ସ୍ପଷ୍ଟ ଏବଂ ସଫା ହୋଇଯାଇଥାଏ ।

ସଫା କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ –

ତେଲ ତ୍ଵଚା ସଫା କରିବା ପାଇଁ ଆବଶ୍ୟକୀୟ ଉପାୟ ଅଟେ କିନ୍ତୁ କେବଳ ଏହା ଏକମାତ୍ର ଉପାୟ ନୁହେଁ । ଆପଣଙ୍କୁ ସଫା ଥିବା ଧଳା କପଡାରୁ ଖଣ୍ଡିଏ ଏବଂ ଉଷୁମ ପାଣିର ଆବଶ୍ୟକତା ହେବ । ଗୋଟିଏ ଗ୍ଲାସରେ ଗରମ ପାଣି ପ୍ରସ୍ତୁତ କରି ରଖନ୍ତୁ । କାହିଁକି ନା ତେଲ ଲଗାଇବା ମାତ୍ରେ ଆପଣଙ୍କୁ ଏହାର ଆବଶ୍ୟକତା ପଡ଼ିବ ।

ତେଲ ମାଧ୍ୟମରେ ତ୍ଵଚାର ସଫେଇ କିପରି କରିବେ ?

ତେଲରେ ଚେହେରାକୁ ସଫା କରିବା ପୂର୍ବରୁ ଚେହେରାକୁ ଶୁଷ୍କ କରି ଦିଅନ୍ତୁ । ନିଜ ହାତରେ ତ୍ୱଚାକୁ ଆବଶ୍ୟକ ଅନୁସାରେ ମିଶ୍ରିତ ତେଲର ଏକ ସ୍କୁପ ନିଅନ୍ତୁ । ଦୁଇ ହାତକୁ ପରସ୍ପର ବିରୋଧରେ ମାଲିସ କରନ୍ତୁ, ଯାହାଦ୍ଵାରା ହାତ ପାପୁଲି ଗରମ ହୋଇଯିବ । ଏହା ପରେ ତେଲ ତ୍ଵଚାରେ ମାଲିସ କରନ୍ତୁ । ସର୍ବ ପ୍ରଥମେ ତେଲ ସେହି କ୍ଷେତ୍ରରେ ଲଗାନ୍ତୁ, ଯେଉଁଠାରେ ଆପଣଙ୍କୁ ଲାଗୁଛି ଯେ, ଅଧିକ ମଇଳା ଅଛି । ଏହାପରେ ତେଲକୁ ଚେହେରା ଏବଂ ପେଟରେ ମାଲିସ କରନ୍ତୁ । ହାତ ଏବଂ ଗୋଡ ପାଇଁ ଆପଣ ଅନ୍ୟ ଏକ ରେଖିୟ ପେଟର୍ଣ୍ଣ ଅନୁସରଣ କରିପାରିବେ । ତେଲ ତ୍ଵଚାରେ ମାଲିସ କରିବା ପରେ ଧଳା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ତାକୁ ଚିପୁଡ଼ି ଦିଅନ୍ତୁ । ବର୍ତ୍ତମାନ ଆପଣ ସେହି କ୍ଷେତ୍ରରେ ଏହି କପଡା ବ୍ୟବହାର କରନ୍ତୁ, ଯେଉଁଠାରେ ଆପଣ ତେଲ ମାଲିସ କରିଛନ୍ତି ଏବଂ ଏହାକୁ ୧୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଆପଣ ଏହି ପ୍ରକ୍ରିୟାକୁ ପ୍ରୟୋଗ କରିବା ପାଇଁ ତେଲର ବ୍ୟବହାର ମଧ୍ୟ କରିପାରିବେ । ଶେଷରେ, ଆପଣ ସେହି କ୍ଷେତ୍ରକୁ ଭଲ ଭାବରେ ସଫା କରିଦିଅନ୍ତୁ ଯେଉଁଠାରେ ଆପଣ ତେଲ ମାଲିସ କରିଥିଲେ ।

ସୁନ୍ଦର ତ୍ଵଚା ପାଇବା ପାଇଁ ଆପଣଙ୍କୁ ତେଲର ମାଲିସ ସପ୍ତାହକୁ ୨ଥର କରିବା ଉଚିତ ।