ଜୋତା, ପର୍ସ କିମ୍ବା ବ୍ୟାଗରେ ମିଳୁଥିବା ଏହି ପ୍ୟାକେଟକୁ ଅଦରକାରୀ ଭାବନ୍ତୁ ନାହିଁ । ଲାଭ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ପଡିବେ ।

Spread the love

ଆମ୍ଭେମାନେ ଆମର ଜିନିଷ ପତ୍ରକୁ ଜଗରତରେ ରଖିବା ପାଇଁ ଅହରହ ଚେଷ୍ଟା କରିଥାଉ । କିନ୍ତୁ ସମୟ ଅତିକ୍ରମ ହେବ ସଙ୍ଗେ ସଙ୍ଗେ ସେହି ଜିନିଷ ଗୁଡିକ ମଧ୍ୟ ଆପେ ଆପେ ନଷ୍ଟ ହେବାକୁ ଲାଗେ । ଆପଣ ଦେଖିଥିବେ, ବଜାରରେ ଅନେକ ଏହିପରି ଜିନିଷ ମିଳିଥାଏ ଯେଉଁଥିରେ ଧଳା ରଙ୍ଗର ଛୋଟ ପୁଡ଼ିଆ ଦିଆ ଯାଇଥାଏ । ପ୍ରାୟତଃ ଲୋକେ ଏହି ପୁଡ଼ିଆକୁ ରଖିବା ପ୍ରତିବଦଳରେ ତାହାକୁ ଫୋପାଡ଼ି ଦେଇଥାନ୍ତି । କହିବା ପାଇଁ ଚାହୁଁଛୁ, ଏହି ଛୋଟ ପୁଡ଼ିଆର ଲାଭ ଜାଣିବା ପରେ ଆପଣ ଏହି ପୁଡ଼ିଆକୁ ଫିଙ୍ଗିବା ବଦଳରେ ଏହାକୁ ସଞ୍ଚୟ କରିଵା ପାଇଁ ଚେଷ୍ଟା କରିବେ । ଜୋତା, ପର୍ସ, ବ୍ୟାଗ କିମ୍ବା କୌଣସି ଇଲୋକଟ୍ରନିକ ଜିନିଷରେ ଏହି ପୁଡ଼ିଆ ଦେଖିବା ପାଇଁ ମିଳିଥାଏ । ଏହାକୁ ସିଲିକା ଜେଲ୍ କୁହାଯାଏ । ଏହି ପୁଡ଼ିଆରେ ଲେଖା ହୋଇଥାଏ “do not eat” । ଏହାକୁ ଦେଖିବା ପରେ ଲୋକେ ଡରି ଯାଇଥାନ୍ତି ଓ ନିଜ ପିଲାଙ୍କ ଠାରୁ ଏହାକୁ ଦୁରେଇ ରଖନ୍ତି ଏବଂ ଏହି ସିଲିକା ଜେଲକୁ ଫୋପାଡ଼ି ଦିଅନ୍ତି । ଏହି ସିଲିକା ଜେଲ୍ ଆପଣଙ୍କୁ କୌଣସି ଔଷଧ ଡବାରେ ଦେଖିବା ପାଇଁ ମିଳି ପାରେ ।

ଦେଖିବା ପାଇଁ ଲୁଣ ପରି ଦେଖା ଯାଉଥିବା ସିଲିକାକୁ ଲୋକେ ଦେଖିବା କ୍ଷଣି ଫୋପାଡ଼ି ଦେଇଥାନ୍ତି । ସେମାନେ କଦାପି ଭାବି ନ ଥାନ୍ତି, ଏହାକୁ କଣ ପାଇଁ ଜିନିଷ ଗୁଡିକରେ ଦିଆ ଯାଇଥାଏ । କୌଣସି ବିନା କାରଣରେ କମ୍ପାନୀ ଏହାକୁ ଦେଇନଥାଏ । ଆସନ୍ତୁ ଜାଣିବା ଜୋତା, ପର୍ସ, ବ୍ୟାଗ କିମ୍ବା କୌଣସି ଇଲୋକଟ୍ରନିକ ଜିନିଷରେ କଣ ପାଇଁ ଦିଆ ଯାଇଥାଏ ଏହି ସିଲିକା ପୁଡ଼ିଆକୁ । ଏହା ସହ ଜାଣନ୍ତୁ ଏହାର ଲାଭ କଣ ରହିଛି ?

ସିଲିକା ଜେଲ୍ ନାମନୀୟତା ସୁଖଇବାରେ ସାହାଯ୍ୟ କରିଥାଏ । ଏଥିରେ ଲେଖା ହୋଇଥାଏ ଏହାକୁ ପିଲାଙ୍କ ଠାରୁ ଦୁରେଇ ରଖନ୍ତୁ । କିଛି ସାବଧାନିତା ଆପଣାଇବା ଏହାକୁ ଏକତ୍ର କରିବା ପାଇଁ ଆପଣ ପଛେଇବେ ନାହିଁ । ସିଲିକାର ଏହି ଜେଲ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।

1. ନାମନୀୟତା ସୁଖଇବା ପାଇଁ ଏହାକୁ ଆପଣ ନିଜର କାଗଜ ପତ୍ର ଗୁଡିକରେ ରଖିପାରିବେ । ଏହିପରି କରିବା ଦ୍ୱାରା କାଗଜପତ୍ର ଗୁଡିକ ନଷ୍ଟ ହୋଇନଥାଏ ।

2. ଅନେକ ସମୟରେ ଆପଣଙ୍କ ମୋବାଇଲ ପାଣିରେ ପଡି ଯାଇଥାଏ କିମ୍ବା ବର୍ଷାରେ ଓଦା ହୋଇ ଯାଇଥାଏ । ଏହିପରି ହେବା ପରେ ଆପଣ ତୁରନ୍ତ ନିଜ ମୋବାଇଲ ବ୍ୟାଟେରୀ କାଢିଵା ପରେ ତାକୁ ଭଲ ରୂପେ ପୋଛି ବ୍ୟାଟେରୀକୁ ଗୋଟିଏ ସିଲିକା ପ୍ୟାକେଟରେ ରଖି ଦିଅନ୍ତୁ । ଏହିଭଳି କରିବା ଦ୍ୱାରା ଆପଣଙ୍କ ବ୍ୟାଟେରୀରୁ ପାଣି ଶୀଘ୍ର ଶୁଖି ଯାଇଥାଏ ।

3. ସିଲିକାକୁ ଇଲୋକଟ୍ରନିକ ଜିନିଷରେ ଏଥିପାଇଁ ରଖାଯାଇଥାଏ କାରଣ ସେଥିରେ ଯେପରି କଳଙ୍କ ନ ଲାଗେ ।

4. ଏହା ସତ୍ତ୍ୱେ ଡ୍ରାଇ ଫୁଡ଼, ମସଲା, ଡାଲି, ଚଣା, ବାଦାମ ପରି ଜିନିଷ ଗୁଡିକକୁ ଶୁଖିଲା ରଖିବା ପାଇଁ ଏବଂ ଅଧିକ ଦିନ ପର୍ଯ୍ୟନ୍ତ ଶୁଷ୍କ ରଖିବା ନିମନ୍ତେ ସିଲିକାର ବ୍ୟବହାର ହୋଇଥାଏ ।

5. ବେଳେବେଳେ ଆପଣ ଦେଖିଥିବେ ଆପଣଙ୍କ ପୁରୁଣା ଫୋଟ ଗୁଡିକ ଖରାପ ହୋଇ ଯାଇଥାଏ । ଆପଣ ନିଜ ଫୋଟ ଆଲବମରେ ସିଲିକା ପ୍ୟାକେଟ ରଖିବା ଫଳରେ ଆପଣଙ୍କ ଫୋଟ ଆଲବମ ଖରାପ ହୋଇନଥାଏ ।