ଝାଡୁକୁ ଏଭଳି ବ୍ୟବହାର କରନ୍ତୁ ବର୍ଷୀବ ଧନ ଦୌଲତ

Spread the love

କଣ ଆପଣ ଜାଣନ୍ତି କି ? ପ୍ରତ୍ୟେକ ଘରେ ବ୍ୟବହାର ହେଉଥିବା ଝାଡୁ ଯୋଗୁଁ ବି ଘରେ ଅନେକ ବସ୍ତୁ ଦୋଷ ହେଇଥାଏ । ଏତିକି ହିଁ ନୁହେଁ ଏହା ସହ ଜଡ଼ିତ ଅନେକ ଧାର୍ମିକ ମାନ୍ୟତା ମଧ୍ୟ ଅଛି । ଯାହାର ଅନୁସାରେ ଯଦି ଝାଡୁ କୁ ଅପମାନ କରାଯାଏ, ତେବେ ମା’ ଲକ୍ଷ୍ମୀ ଙ୍କୁ ଅପମାନ କରିବା ସହ ସମାନ ହେଇଥାଏ ।

ଆସନ୍ତୁ ଏବେ ଆମେ ଝାଡୁର ମହତ୍ତ୍ୱ ବିଷୟରେ ସମ୍ପୂର୍ଣ ରୁପେ ଜାଣିବା

  • କୁହାଯାଇଛି କି କବାଟ ଦ୍ବାରରେ ଝାଡୁ ଦେଖାଗଲା  ଭଳି କେବେ ବି ରଖିବା ଉଚିତ ନୁହେଁ । ଝାଡୁର ଯେତେବେଳେ କିଛି ବ୍ୟବହାର କରିବାର ଆବଶ୍ୟକ ନ ଥିବ ସେତେବେଳେ ତାହାକୁ ଉତ୍ତର ଦିଗରେ କାହାକୁ ନ ଦିଶିଲା ଭଳି କୌଣସି ଜାଗାରେ ଲୁଚାଇ ରଖିବା ଉଚିତ ।
  • କେବେବି ଝାଡୁକୁ ଡାଇନିଙ୍ଗ ହଲରେ ରଖିବା ଉଚିତ ନୁହେଁ । ଏହା ଯୋଗୁଁ ନିଜ ପରିବାରର ସଦସ୍ୟଙ୍କୁ ସ୍ୱାସ୍ଥ୍ୟର ଅସୁବିଧା ହେଇପାରେ ।
  • ଝାଡୁକୁ କେବେବି ବେଡ୍ ରୁମ୍ ବା ମନ୍ଦିର ରୁମ୍ ରେ ରଖିବା ଉଚିତ ନୁହେଁ । ବେଡ୍ ରୁମ୍ ରେ ଝାଡୁ ରଖିଲେ ବୈବାହିକ ଜୀବନରେ ଅଶାନ୍ତି ସୃଷ୍ଟି ହୁଏ ।
  • ଘରର କୌଣସି ସଦସ୍ୟ ବାହାରକୁ ଯିବା ତୁରନ୍ତ ଝାଡୁ କରନ୍ତୁ ନାହିଁ । ଏହା ଯୋଗୁଁ ସେହି ବ୍ୟକ୍ତି ଯେଉଁ କାମ ପାଇଁ ଯାଇଥିବେ ସେଥିରେ ଅସୁବିଧାକୁ ସମ୍ମୁଖିନ କରିବାକୁ ପଡ଼ିଥାଏ ।
  • ଝାଡୁ କୁ କେବେବି ଛିଡା କରି ରଖିବା ଉଚିତ ନୁହେଁ  ।
  • ଝାଡୁକୁ କେବେବି ଜଳାନ୍ତୁ ନାହିଁ, ଏହା କରିଲେ ମା ଲକ୍ଷ୍ମୀ ଙ୍କୁ ଅପମାନ କରିବା ଭଳି ହେଇଥାଏ ।