ବଡ଼ ଖୁଲାସା : ଆମେରିକା ପତ୍ରକାର ସିଂଥିଆଙ୍କ ବାହାରିଲା ଆଇ.ଏସ୍.ଆଇ ସହ ସମ୍ପର୍କ ! ଭାରତ ବିରୁଦ୍ଧରେ କହି ସାରିଛନ୍ତି ଅପଶବ୍ଦ

Spread the love

ପାକିସ୍ତାନର ପୂର୍ବତନ ଗୃହ ମନ୍ତ୍ରୀ ରହମାନ ମଳିକଙ୍କ ଉପରେ ବଳାତ୍କାର ଅଭିଯୋଗ କରିଥିବା ଆମେରିକା ପତ୍ରକାର ସିଂଥିଆ ଡ଼ି ରିଚି ପୁଣିଥରେ ବିବାଦରେ ଘେରି ଯାଇଛନ୍ତି । ପତ୍ରକାର ସିଂଥିଆ ଡ଼ି ରିଚି ଉପରେ ଏକ ରହସ୍ୟମୟ ଖୁଲାସା ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଦାବି କରାଯାଉଛି ଯେ ପତ୍ରକାର ସିଂଥିଆ ଡ଼ି ରିଚି ପାକିସ୍ତାନର ଗୁପ୍ତ ବିଭାଗ ISI ସହ ସଂପୃକ୍ତ ଅଟନ୍ତି। ଯାହାର ସୂଚନା ଜି ମିଡ଼ିଆ ପକ୍ଷରୁ ଦିଆଯାଇଛି । ବାସ୍ତବରେ ଜି ମିଡ଼ିଆ ଏପରି କିଛି ବିଶେଷ ଦସ୍ତାବିଜ ର ଖୁଲାସା କରିଛି । ଯେଉଁଥିରେ ସିଂଥିଆ ଡ଼ି ରିଚି ପାକିସ୍ତାନର ଗୁପ୍ତ ବିଭାଗ ISI ଓ ଇଣ୍ଟର ସର୍ଭିସ୍ ପବ୍ଲିକ ରିଲେସନ୍ ଅର୍ଥାତ ଆଇଏସପି ଆର ପାଇଁ କାର୍ଯ୍ୟ କରନ୍ତି ।

Google

ଆମେରିକୀୟ ପତ୍ରକାର ଦୀର୍ଘ ସମୟ ଧରି ପାକିସ୍ତାନରେ ବାସ କରୁଛନ୍ତି କିନ୍ତୁ ନିକଟରେ ହିଁ ସିଂଥିଆ ଡ଼ି ରିଚି ପାକିସ୍ତାନର ଭିସା ପାଇଁ ଗୃହ ମନ୍ତ୍ରାଳୟ ନିକଟକୁ ପତ୍ର ଲେଖିଥିଲେ । ଏଥିରେ ସେ କହିଛନ୍ତି ଯେ ତାଙ୍କ କମ୍ପାନୀ ୱାକ ଏବାଉଟ ଫିଲ୍ମସ ଖବର ଓ ISPR ପାଇଁ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟରି ପ୍ରସ୍ତୁତ କରିବା କାର୍ଯ୍ୟ କରେ ଏଥିପାଇଁ ମୋ ବ୍ୟବସାୟ ଭିସା କୁ ଗୋଟିଏ ବର୍ଷ ପାଇଁ ଆଗକୁ ବଢ଼ାଇ ଦିଅନ୍ତୁ । ପତ୍ରରେ ସେ ଲେଖିଛନ୍ତି ଯେ, “ମୋ ମଲ୍ଟିପଲ ଏଣ୍ଟ୍ରି ବ୍ୟବସାୟ ଭିସା ଗତ ବର୍ଷ ୧୮ ଜୁଲାଇରେ ଜାରି କରାଯାଇଥିଲା କିନ୍ତୁ ମୁଁ ଓ ମୋ କମ୍ପାନୀ ବର୍ତ୍ତମାନ ସୁଦ୍ଧା ମଧ୍ୟ ISPR ଓ KP ସରକାରଙ୍କ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ମୋର ଭିସାକୁ ଏକ ବର୍ଷ ପାଇଁ ବଢ଼ାଇ ଦିଅନ୍ତୁ ।”

ଅନ୍ୟ ପକ୍ଷରେ ବର୍ତ୍ତମାନ ଭାରତୀୟ ସୁରକ୍ଷା ସମିତି ପକ୍ଷରୁ ପତ୍ରକାର ସିଂଥିଆ ଉପରେ ଏକ ବହୁତ ବଡ଼ ଖୁଲାସା କରିଛନ୍ତି । ସୁରକ୍ଷା ସମିତି ଅନୁଯାୟୀ, ସିଂଥିଆ ପାକିସ୍ତାନର ଗୁପ୍ତ ବିଭାଗ ଓ ISPR ପାଇଁ କାମ କରନ୍ତି କାରଣ ସିଂଥିଆ ଅନେକ ଥର ପାକିସ୍ତାନ ସରକାରଙ୍କ କହିବା ଅନୁଯାୟୀ ଭାରତ ବିରୁଦ୍ଧରେ ଅନେକ କିଛି କହି ସାରିଛନ୍ତି । ସିଂଥିଆ ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନରେ ରହି ଭାରତ ବିରୁଦ୍ଧରେ ଅନେକ କଥା କହିଛନ୍ତି । ଏତିକିନୁହେଁ, ଭାରତ ଦ୍ୱାରା ପାକିସ୍ତାନ ଉପରେ ହୋଇଥିବା ଏୟାରଷ୍ଟ୍ରାଇକ ବିରୁଦ୍ଧରେ ମଧ୍ୟ ସେ ବହୁତ କିଛି କହିଥିଲେ । ସେ ଭାରତର ଏହି ପଦକ୍ଷେପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

କିଛି ଦିନ ପୂର୍ବରୁ ସିଂଥିଆ ଡ଼ି ରିଚି ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ରହମାନ୍ ମଲିକଙ୍କ ଉପରେ ବଳାତ୍କାର ଆରୋପ ଲଗାଇଥିଲେ । ସେ ଟ୍ୱିଟ କରି କହିଥିଲେ ଯେ ରହମାନ୍ ମଲିକ ୨୦୧୧ ରେ ରାଷ୍ଟ୍ରପତି ଭବନରେ ତାଙ୍କୁ ବଳାତ୍କାର କରିଥିଲେ ।