ଫ୍ରି ହେଲା ATM ର ଆନଲିମିଟେଡ଼ ଟ୍ରାଞ୍ଜେକ୍ସନ , SBI ଦେବାକୁ ଯାଉଛି ଖାତା ଧାରକଙ୍କ ପାଇଁ ନୂଆ ସୁବିଧା

Spread the love

ଯଦି ଆପଣଙ୍କର ସେଲେରି ଏକାଉଣ୍ଟ ଅଛି, ତେବେ  ଆପଣ ATMର ଫ୍ରି ଆନଲିମିଟେଡ଼ ଟ୍ରାଞ୍ଜେକ୍ସନର ଲାଭ ଉଠେଇ ପାରିବେ । ଏହାଛଡା ଯେଉଁ ଖାତା ଧାରକଙ୍କ ଖାତାରେ 1 ଲକ୍ଷ ରୁ ଅଧିକ ଜମା ଅଛି ସେମାନେ ମଧ୍ୟ ATM ରୁ  ଆନଲିମିଟେଡ଼ ଫ୍ରି ଟ୍ରାଞ୍ଜେକ୍ସନ କରି ପାରିବେ । ଏହି ସୁବିଧା ଷ୍ଟେଟ ବ୍ୟାଙ୍କ ନିଜର ଖାତା ଧାରକଙ୍କୁ ଦେବାକୁ ଯାଉଛୁ । ଏବେ ଯାଏଁ ନିର୍ଦ୍ଧିଷ୍ଟ ସଂଖ୍ୟକ ଗ୍ରାହକମାନେ ATM ଫ୍ରି ଟ୍ରାଞ୍ଜେକ୍ସନ କରି ପାରୁଥିଲେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ କିଛିଦିନ ତଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ କୁ ଏହା ନିର୍ଦେଶ ଦେଇଛି ଯେ ସେ ପ୍ରତି ମାସ ଗ୍ରାହକଙ୍କୁ ନିଶ୍ଚିତ ସଂଖାର ଫ୍ରି ATM ଟ୍ରାଞ୍ଜେକ୍ସନର ସୁବିଧା ଉପଲବ୍ଧ କରନ୍ତୁ । ବ୍ୟାଙ୍କର ଅଧିକାରୀମାନଙ୍କ ଠାରୁ ମିଳିଥିବା ଖବର ଅନୁସାରେ,  ଯଦି ଆପଣ ଜଣେ ସାଧାରଣ ଉପଭୋକ୍ତା ଅଟନ୍ତି ଆଉ ATMର ଫ୍ରି ଆନଲିମିଟେଡ଼ ଟ୍ରାଞ୍ଜେକ୍ସନ ସୁବିଧାର ଲାଭ ଉଠେଇବାକୁ ଚାହାନ୍ତି,  ତେବେ ଗ୍ରାହକଙ୍କୁ ପ୍ରତି ମାସରେ ତାଙ୍କ ଖାତାରେ ଏଭରେଜ 1 ଲକ୍ଷ ରୁ ଅଧିକ  ଟଙ୍କା ରଖିବାକୁ ହେବ । ତା’ହେଲେ ଆପଣ ଭାରତୀୟ ଷ୍ଟେଟବ୍ୟାଙ୍କ ଗ୍ରୁପର ସହଯୋଗୀ ବ୍ୟାଙ୍କ ବା ଶାଖା ବ୍ୟାଙ୍କରୁ ATM ଦ୍ୱାରା ଆନଲିମିଟେଡ଼ ଫ୍ରି ଟ୍ରାଞ୍ଜେକ୍ସନ କରି ପାରିବେ । ଏହି ସୁବିଧା ଅତିଶୀଘ୍ର ମିଳିବା ଆରମ୍ଭ ହୋଇ ଯିବ ।

ଭାରତୀୟ ଷ୍ଟେଟବ୍ୟାଙ୍କ ନିକଟରେ କ୍ଲାସିକ ଆଉ ମେଷ୍ଟ୍ର ଡେବିଟ କାର୍ଡ ରଖୁ ଥିବା ଗ୍ରାହକଙ୍କୁ ଟ୍ରାଞ୍ଜେକ୍ସନ ଲିମିଟ୍ 40 ହଜାରରୁ 20 ହଜାର ଟଙ୍କା ପ୍ରତିଦିନ କରି ଦେଇଛି । ନୂଆ ନିୟମ 31 ଅକ୍ଟୋବର , 2018ରୁ ଲାଗୁ ହୋଇ ସାରିଛି । ATM ରୁ 10 ଫ୍ରି କେସ ବାହାର କରିବା ପାଇଁ ବ୍ୟାଙ୍କ ସର୍ତ୍ତ ରଖିଛି ଯେ ଏହି ସୁବିଧାର ଲାଭ ସେଇ ଗ୍ରାହକ ଉଠାଇ ପାରିବ ଯାହାଙ୍କ ଖାତାରେ ଅତିକମ ରେ 25000 ଟଙ୍କା ସବୁବେଳେ ଉପଲବ୍ଧ ରହିଥିବ । ଅର୍ଥାତ  ଆନଲିମିଟେଡ଼ ଫ୍ରି ଟ୍ରାଞ୍ଜେକ୍ସନ ସୁବିଧା ପାଇବା ପାଇଁ ଆପଣଙ୍କ ଖାତାରେ ଅତିକମରେ 25000 ଟଙ୍କା ଜମା ଥିବା ଦରକାର ଅଟେ ।

ଚାଲୁ ଖାତା ଧାରକମାନଙ୍କୁ ଏବେ 8 ଟ୍ରାଞ୍ଜେକ୍ସନ ପ୍ରତି ମାସ ଫ୍ରି ଯେଉଁ ଥିରେ 5 ଷ୍ଟେଟବ୍ୟାଙ୍କ ATM ରୁ 3 ଅନ୍ୟ ବ୍ୟାଙ୍କ ATM ରୁ
ଟ୍ରାଞ୍ଜେକ୍ସନ କରିପାରିବେ ।  ନିର୍ଦ୍ଧାରିତ ଟ୍ରାଞ୍ଜେକ୍ସନ ସଂଖ୍ୟାରୁ ଅଧିକ ଥର ATM ରୁ ପଇସା ବାହାର କଲେ ପ୍ରତି ଥର 5 ରୁ ଆରମ୍ଭ କରି 20 ଟଙ୍କାରୁ ଅଧିକ GST ଚାର୍ଜ କରା ଯାଇ ଥାଏ । ଡେବିଟ କାର୍ଡ ଧାରକଙ୍କୁ 5 ଥର ଫ୍ରି ନିୟମ ରହିଛି ।