ଭଗବାନ ଶ୍ରୀରାମଙ୍କ ସାନ ଭାଇ ଲକ୍ଷମଣଙ୍କ ବିଷୟରେ ସାତୋଟି ରୋଚକ ତଥ୍ୟ ଯାହା ବୋଧହୁଏ ଆପଣ ଜାଣିନଥିବେ !

Spread the love

ହିନ୍ଦୁ ମହାକାବ୍ୟ ମାନଙ୍କ ମଧ୍ୟରେ ରାମାୟଣର ଏକ ଭିନ୍ନ ସ୍ଥାନ ରହିଛି । ଏହି ମହାକାବ୍ୟରେ ଭଗବାନ ରାମଙ୍କୁ ମୁଖ୍ୟ ଚରିତ୍ର ରୂପରେ ବର୍ଣନା କରାଯାଇଛି , ଏହା ସହିତ ଲକ୍ଷ୍ମଣଙ୍କ ମଧ୍ୟ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଚରିତ୍ର ରହିଛି । ସେ ଭଗବାନ ରାମଙ୍କର ଭକ୍ତ ଏବଂ ଅବିଭାଜ୍ୟ ଅଙ୍ଗ ଅଟନ୍ତି । ଲକ୍ଷ୍ମଣଙ୍କ ନିଷ୍ଠା , କର୍ତ୍ତବ୍ୟ ପରାୟଣତା ଏବଂ ଲକ୍ଷ୍ମଣଙ୍କ କ୍ରୋଧ ସମ୍ଵନ୍ଧରେ ସମସ୍ତେ ଜାଣିଛନ୍ତି, ଏବଂ ତାଙ୍କର ଭଗବାନ ଶ୍ରୀରାମଙ୍କ ପାଖରେ ନରହିବା ଶରୀରର କୌଣସି ଅଙ୍ଗର ନରହିବା ସହିତ ସମାନ ଅଟେ । ତେଣୁ ଚାଲନ୍ତୁ ଭଗବାନ ଶ୍ରୀରାମଙ୍କ ଅନୁଜ ଲକ୍ଷ୍ମଣଙ୍କ ବିଷୟରେ ୧୦ଟି ରୋଚକ ତଥ୍ୟ ବିଷୟରେ ଜାଣିବା ।

Google

୧ . କଣ ଆପଣ ଜାଣନ୍ତି, ଲକ୍ଷ୍ମଣ ବଳରାମଙ୍କ ରୂପରେ ପୁନର୍ଜନ୍ମ ନେଇଥିଲେ ।

୨ . ଭଗବାନ ଶ୍ରୀରାମଙ୍କ ସାନ ଭାଇ ଲକ୍ଷ୍ମଣଙ୍କୁ ‘ଗୁଡାକେଶ’ ମଧ୍ୟ କୁହାଯାଏ ।

୩ . ଲକ୍ଷ୍ମଣଙ୍କୁ କଦାପି ରାମଙ୍କ ଠାରୁ ଅବିଭାଜ୍ୟ କରାଯାଇପାରିବ ନାହିଁ ।

Google

୪ . ଲକ୍ଷ୍ମଣ ଶେଷନାଗଙ୍କ ଏକ ଅବତାର ଥିଲେ, ସେହି ସର୍ପ ଯାହା ଉପରେ ଭଗବାନ ବିଷ୍ଣୁ କ୍ଷୀରସାଗରରେ ବିରାଜମାନ ଥିଲେ । ଶେଷନାଗ ସମସ୍ତ ନାଗଙ୍କ ରାଜା ଅଟନ୍ତି । ସେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହକୁ ନିଜ ଫଣା ଉପରେ ରଖନ୍ତି । ଶେଷନାଗ ଏବଂ ଭଗବାନ ବିଷ୍ଣୁ ଅବିଭାଜ୍ୟ ଅଟନ୍ତି ।

୫ . ଯେତେବେଳେ ଭଗବାନ ଶ୍ରୀରାମ , ସୀତା ଏବଂ ସାନ ଭାଇ ଲକ୍ଷ୍ମଣ ବନବାସ ଯାଇଥିଲେ ସେହି ସମୟରେ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ କୌଣସି ମହିଳାଙ୍କ ଚେହେରା ଦେଖିନଥିଲେ ।

୬ . ଲକ୍ଷ୍ମଣ ରାମଙ୍କର ଅତି ପ୍ରିୟ ଥିଲେ । ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଲକ୍ଷ୍ମଣ ଆହତ ହୋଇଥିଲେ , ସେହି ସମୟରେ ରାମ ଜୀବନରେ ପ୍ରଥମଥର ପାଇଁ କାନ୍ଦିଥିଲେ ଏବଂ ସ୍ୱୀକାର କରିଥିଲେ ଯେ ସେ ଅଯୋଧ୍ୟାରେ ଧନ ବିନା ବଞ୍ଚି ପାରିବେ , ପତ୍ନୀ ସୀତାଙ୍କ ବିନା ବଞ୍ଚି ପାରିବେ କିନ୍ତୁ ଭାଇ ଲକ୍ଷ୍ମଣଙ୍କ ବିନା ବଞ୍ଚି ପାରିବେ ନାହିଁ ।

Google

୭ . ରାମ, ଲକ୍ଷ୍ମଣଙ୍କ ପାଇଁ କେବେଳ ଭାଇ ନୁହଁନ୍ତି ବରଂ ଜଣେ ପିତା ଏବଂ ଗୁରୁ ମଧ୍ୟ ଥିଲେ । ବିଶ୍ଵାମିତ୍ର ରାମଙ୍କୁ ଅନେକ ଅସ୍ତ୍ରଶସ୍ତ୍ରର ଜ୍ଞାନ ଦେଇଥିଲେ ଏବଂ ବିଶ୍ଵାମିତ୍ର ରାମଙ୍କ ଗୁରୁ ହୋଇଯାଇଥିଲେ । ରାମ ଏହି ଜ୍ଞାନ ଲକ୍ଷ୍ମଣଙ୍କୁ ଦେଇଥିଲେ ଏବଂ ଲକ୍ଷ୍ମଣଙ୍କ ଶିକ୍ଷକ ହୋଇଥିଲେ ।