ମାଛ ଧରିବା ପାଇଁ ଯାଇଥିଲେ ଦୁଇ ଭାଇ, ଜାଲରେ ଫନ୍ଦି ହୋଇଯାଇଥିଲା ଏହି ଜିନିଷ । ଯାହା ସେମାନଙ୍କ ରାତାରାତି ଭାଗ୍ୟ ବଦଳାଇ ଦେଇଥିଲା ।

Spread the love

ମାନ୍ୟତା ରହିଛି ଭାଗ୍ୟ କେତେବେଳେ କାହାର ବଦଳି ଯାଇଥାଏ କେହି ଜାଣନ୍ତି ନାହିଁ । ଏହି କାରଣରୁ ମନୁଷ୍ୟକୁ ନିରନ୍ତର ପରିଶ୍ରମ କରି ଜୀବନରେ ଆଗକୁ ବଢିବା ପାଇଁ ହେବ । ଏହିପରି ଏକ ଘଟଣା ଘଟିଛି ମୁମ୍ବାଇର ଦୁଇଜଣ ଭାଇଙ୍କ କ୍ଷେତ୍ରରେ । ସବୁଦିନ ଭଳି ଦୁଇ ଭାଇ ମାଛ ଧରିବା ପାଇଁ ସମୁଦ୍ରତଟକୁ ଯାଇଥିଲେ । ସେମାନଙ୍କ ହାତରେ ଏହିପରି ଏକ ଜିନିଷ ଲାଗିଥିଲା, ଯାହା ସେମାନଙ୍କ ଜୀବନକୁ ବଦଳାଇ ଦେଇଥିଲା । ଏହି ଧୀବର ଭାଇଙ୍କ ହାତରେ ଏମିତି ଏକ ମାଛ ହସ୍ତଗତ ହୋଇଛି, ଯାହା ସେମାନଙ୍କୁ ଲକ୍ଷପତି କରି ଦେଇଛି । ବର୍ତ୍ତମାନ ଦୁଇ ଧୀବର ଭାଇ ଏହି ଘଟଣା ଉପରେ ବିଶ୍ୱାସ କରିପାରୁ ନାହାନ୍ତି ଯେ, ସେମାନେ ଆଜିର ଦୁନିଆରେ ଧନୀ ହୋଇଯାଇଛନ୍ତି ଏବଂ ବର୍ତ୍ତମାନ ଦୁହେଁ ନିଜର ନିଜସ୍ୱ ବ୍ୟବସାୟ କରୁଛନ୍ତି ।

ମୁମ୍ବାଇର ପାଳଘରରେ ପ୍ରତିଦିନ ଭଳି ମହେଶ ଏବଂ ତାଙ୍କର ଭାଇ ସମୁଦ୍ରତଟକୁ ମାଛ ଧରିବା ପାଇଁ ଯାଇଥିଲେ । ଯେତେବେଳେ ସେମାନେ ସମୁଦ୍ରରେ ଜାଲ ପକାଇଥିଲେ, କିଛି ସମୟ ପର୍ଯ୍ୟନ୍ତ କିଛି ମିଳିନଥିଲା । କିନ୍ତୁ ପରେ କିଛି ସମୟ ପରେ ସେମାନଙ୍କ ଜାଲରେ କିଛି ଗୋଟିଏ ଜିନିଷ ଫନ୍ଦି ହୋଇଥିଲା, ଯେତେବେଳେ ସେମାନେ ଜାଲ ବାହାରକୁ ବାହାର କରିଥିଲେ, ସେମାନଙ୍କ ଜାଲରେ ଏକ ବଡ଼ ମାଛ ଫନ୍ଦି ହୋଇ ଯାଇଥିଲା । ଯେତେବେଳେ ସେମାନେ ମାଛଟିକୁ ଭଲ ରୂପେ ନିରୀକ୍ଷଣ କରିଥିଲେ ତାହା ଗୋଟିଏ ସାଧାରଣ ମାଛ ନୁହେଁ ବରଂ ତାହା ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଘୋଲ ମାଛ ଥିଲା ଯାହା 30 କିଲୋ ଓଜନର ଥିଲା ।ସେମାନେ ବୁଝି ଯାଇଥିଲେ ମାଛଟି ସାଧାରଣ ନୁହେଁ ଯେତେବେଳେ ଦୁହେଁ ମାଛଟିକୁ ବଜାରରେ ବିକ୍ରି କରିବା ପାଇଁ ଯାଇଥିଲେ, ସେତେବେଳେ ସେମାନଙ୍କୁ ଜଣା ପଡିଥିଲା ମାଛର ଦାମ ହେଉଛି ୫ ଲକ୍ଷ ୫୦ ହଜାର ଟଙ୍କା ଦୁଇ ଭାଇ ଖୁସିରେ ଆତ୍ମବିଭୋର ହୋଇ ଯାଇଥିଲେ । ଆପଣ ମାନଙ୍କୁ କହିବା ପାଇଁ ଚାହୁଁଛୁ, ଘୋଲ ମାଛର ବ୍ୟବହାର ଔଷଧ କ୍ଷେତ୍ରରେ କରାଯାଇଥାଏ ଏବଂ ଏହାର ଚର୍ମରେ ଉଚ୍ଚ ଗୁଣବତା କୋଲେଜନ ମିଲିଥାଏ ।

1. ଘୋଲ ମାଛରେ ଉପସ୍ଥିତ ଡିଏଚଏ ଓ ଆଇପିଏ ନାମକ ରାସାଯନିକ ପଦାର୍ଥ ରହିଛି, ଯାହା ପିଲାଙ୍କ ବିକାଶରେ ସହାୟକ ହୋଇଥାଏ । ଯେଉଁମାନଙ୍କୁ ଉଚ୍ଚ ରକ୍ତଚାପ ରହିଛି, ସେହି ବ୍ୟକ୍ତିମାନେ ନିଜ ଖାଦ୍ୟରେ ଏହି ମାଛକୁ ସାମିଲ କରିବା ଉଚିତ୍ ଅଟେ ।

2. ଘୋଲ ମାଛରେ ଉପସ୍ଥିତ ଓମେଗା ୩ ଶିଶୁଙ୍କ ମସ୍ତକରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଏହା ଦ୍ୱାରା ଶିଶୁଙ୍କ ମସ୍ତିସ୍କର ବିକାଶ ହୋଇଥାଏ, ସ୍ମୃତିଶକ୍ତି ପ୍ରଖର ହୋଇଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ଓମେଗା ୩ ପ୍ରାପ୍ତ ହୋଇଥାଏ । ଘୋଲ ମାଛରେ ଉପସ୍ଥିତ ଓମେଗା ମସ୍ତିସ୍କର କୋଶିକା ଗୁଡିକୁ ବିକାଶ କରିବା ପାଇଁ ସାହାଯ୍ୟ କରିଥାଏ ।

3. ଯଦି ଆପଣ ଚାହୁଁଛନ୍ତି, ସର୍ବଦା ଆପଣ ଯୁବକ ଦେଖାଯିବା ପାଇଁ, ତେବେ ଆପଣ ଘୋଲ ମାଛ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଏଥିରେ ଉପସ୍ଥିତ ଓମେଗା ୩ ଆପଣଙ୍କ ଚେହେରାର ଧାର ଆସିବା ପାଇଁ ଦେଇ ନ ଥାଏ ।

4. ଘୋଲ ମାଛରେ ଅନେକ ପ୍ରକାରର ଭିଟାମିନ, ଖଣିଜ, ପ୍ରୋଟିନ ରହିଛି । ଯାହା ଆଖିକୁ ସୁସ୍ଥତା ପ୍ରଦାନ କରିଥାଏ । ଯଦି ଆପଣ ଚାହୁଁଛନ୍ତି ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ ଆପଣଙ୍କ ଆଖି ସୁସ୍ଥ ରହୁ, ତେବେ ଆପଣ ଏହି ମାଛକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ ।

5. ଏହି ମାଛରେ ମିଳୁଥିବା ଅନେକ ପ୍ରକାରର ଭିଟାମିନ, ଖଣିଜ, ପ୍ରୋଟିନ ହୃଦୟ ପାଇଁ ଲାଭଦାୟକ ଅଟେ । ଘୋଲ ମାଛ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ନିଜ ଖାଦ୍ୟରେ ଏହି ମାଛକୁ ସାମିଲ କରିବା ଦ୍ୱାରା ଆପଣ ଲାଭନୀତ୍ୱ ହୋଇ ପାରିବେ ।