ଗୋଟିଏ ବର ସହିତ ଏକାଥରକେ ବିବାହ କରିବେ ଦୁଇଟି କନ୍ୟା, ପୂର୍ବରୁ ଅଛି ତିନୋଟି ସନ୍ତାନ !

Spread the love

ଏବେ ପର୍ଯ୍ୟନ୍ତ ଆପଣ ଗୋଟିଏ ବର ସହିତ ଗୋଟିଏ କନ୍ୟା ବିବାହ କରିଥିବା ଦେଖିଛନ୍ତି । କିନ୍ତୁ ମୁମ୍ବାଇର ତଲାସରିରେ, ଗୋଟିଏ ଏଭଳି ବିବାହ ହେବାକୁ ଯାଉଛି ଯେଉଁଥିରେ ଗୋଟିଏ ବର ସହ ଦୁଇଟି କନ୍ୟା ବିବାହ କରିବେ । ଏହା ପଢି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିଥିବ କିନ୍ତୁ ଏହା ସତ୍ୟ ଅଟେ । ଆସନ୍ତୁ ଏବେ ଏହାର ସତ୍ୟତା ଜାଣିବା ।

ସୁତାରପାଡ଼ା ରେ ରହୁଥିବା ୨୬ ବର୍ଷର ସଞ୍ଜୟ ଧାଗଡ଼ା ଦୁଇ ମହିଳାଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହି ଦୁଇ ମହିଳାଙ୍କ ସହ ପୂର୍ବରୁ ରିଲେସନ୍ ରେ ଥିଲା ଓ ଏବେ ସେହି ଦୁଇ ମହିଳାଙ୍କ ସହ ବିବାହ କରିବାକୁ ଚାହୁଁଛି ।

ଝଟକା ଦେବା ଭଳି କଥା ତ ଏହା ଅଟେ କି, ବିବାହ ପୂର୍ବରୁ ସଞ୍ଜୟଙ୍କର ତିନୋଟି ସନ୍ତାନ ରହିଛି । ବିବାହ ପାଇଁ କାର୍ଡ ମଧ୍ୟ ପ୍ରସ୍ତୁତ ହୋଇଯାଇଛି ଓ ସମସ୍ତଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି ।

ଏଭଳି ଲୋଭ ଷ୍ଟୋରୀ ଆରମ୍ଭ ହୋଇ ପାଖାପାଖି ୧୦ ବର୍ଷ ହୋଇଗଲା । ସଞ୍ଜୟ, ବେବି ନାମକ ଗୋଟିଏ ଝିଅ ସହିତ ଅନୈତିକ ପ୍ରେମ ସମ୍ପର୍କ ଚାଲୁଥିଲା । ଦୁହେଁ ବିବାହ ନ ହୋଇ ମିଳିମିଶି ରହିବାକୁ ଲାଗିଲେ । ଏହି ମଧ୍ୟରେ ସଞ୍ଜୟର ପିଲାଦିନର ସାଙ୍ଗ ରିମା ମଧ୍ୟ, ସଂଜୟଙ୍କ ସହ ରହିବାକୁ ଲାଗିଲା ।

ସଞ୍ଜୟକୁ ବିବାହ ପୂର୍ବରୁ ହିଁ ରିମା ଓ ବେବି ଦ୍ୱାରା ତିନୋଟି ସନ୍ତାନ ହୋଇଗଲେ । ପିଲାମାନେ ବଡ଼ ହେବାକୁ ଲାଗିଲେ; ତେଣୁ ସେହି ଦୁହେଁଙ୍କ ସହ ବିବାହ କରିବାକୁ ନିର୍ଣ୍ଣୟ ନେଲେ । ସଞ୍ଜୟ ଏହି ଦୁହେଁଙ୍କ ସହ ୨୨ ଅପ୍ରେଲରେ ବିବାହ କରିବେ ।

ଏହି ମାମଲାରେ ପୋଲିସ ଅଧିକାରୀ କହିଲେ କି, ଆଦିବାସୀ ଜାଗା ମାନଙ୍କରେ ଏଭଳି ମାମଲା ହୋଇଥାଏ । ଗୋଟିଏ ପୁରୁଷ ସହ ଦୁଇଟି ମହିଳା ବିବାହ କରିବା ତାଙ୍କର ନିୟମ ଅଛି । ଦୁଇ ମହିଳା ମଧ୍ୟ ଖୁସିରେ ଅଛନ୍ତି ସଞ୍ଜୟ ସହ ବିବାହ କରିବା ପାଇଁ ।

ସଞ୍ଜୟ ଅଟୋ ଚଲାନ୍ତି, ଯେତେବେଳେ କି ଗୋଟିଏ ଯୁବତୀ ଚାକିରୀ କରନ୍ତି ଓ ଅନ୍ୟ ମହିଳା ଘର ସମ୍ଭାଳନ୍ତି । ସେମାନେ କହିଲେ, ଆମେ ସମସ୍ତେ ଖୁସିରେ ଅଛୁ, ତେଣୁ ବିବାହ କରିବା ପାଇଁ ନିର୍ଣ୍ଣୟ ନେଲୁ ।