ଟୁଇଟ୍ ମାଧ୍ୟମରେ ମମତା ବନର୍ଜିଙ୍କୁ ପଚାରିଲେ, ‘ଦିଦି, ଏଥର ପ୍ରମାଣ ମାଗିବେ ନାହିଁ କି ?

Spread the love

ପୁଲୱାମା ଆକ୍ରମଣର ପ୍ରଶିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନର ଆତଙ୍କବାଦୀଙ୍କ ଆଡ୍ଡ଼ା ବୋମା ପକାଇ ଯେଉଁ ସାହସିକତା ଦେଖେଇଛିନ୍ତି, ତାହା ପାଇଁ ସୋସିଆଲ ମିଡିଆରେ ଭାଇରଲ ହେବ ସହ କୋଟି କୋଟି ଜନତାଙ୍କ ମନ୍ତବ୍ୟ ମଧ ଆସୁଅଛି । ଏହାକୁ ନେଇ ସୋସିଆଲ ମିଡିଆ ଓ ଟୁଇଟର୍ ମାଧ୍ୟମରେ ଲୋକୋମାନେ ଟୁଇଟ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ମଧ୍ୟ ଆରମ୍ଭ କରାଯାଉଛି ।

ପାକିସ୍ତାନର ଆତାଙ୍କବାଦୀଙ୍କ ଠିକଣା ଗୁଡିକୁ ଭାରତୀୟ ବାୟୁସେନାର ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟୁଇଟ୍ କରି ଭାରତୀୟ ବାୟୁସେନାଙ୍କୁ ଶୁଭାକାମନା ଜ୍ଞାପନ କରିଥିଲେ । ସେ ଲେଖିଛନ୍ତି ଯେ, ଭାରତୀୟ ବାୟୁସେନା ଦୁନିଆର ସବୁଠୁ ଭଲ ଓ ବଡ ସେନା ବୋଲି ଅବିହିତ କରିଛନ୍ତି ।

ଏହାପରେ ମମତାଙ୍କ ଟୁଇଟ୍ ଉପରେ ଗୋଟେ ପରେ ଗୋଟେ ଲୋକ ନିଜ ନିଜର ଟୁଇଟ୍ ମାଧ୍ୟମରେ ମନ୍ତବ୍ୟ ଜାହିର୍ କରିଛନ୍ତି । ଜଣେ ଟୁଇଟ୍ ଆକାଉଣ୍ଟଧାରୀ ଉଚ୍ଚାରଣ ଭଙ୍ଗୀରେ ଲେଖିଲେ,

ଦିଦି, “ମମତା ଏଥର ଆଉ ପ୍ରମାଣ ମାଗିବେନି । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି “how is the josh boss” ।

ଆଉ ଜଣେ ଟୁଇଟ୍ ଆକାଉଣ୍ଟଧାରୀ, ମମତା ବାନାର୍ଜୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, ପାକିସ୍ଥାନ ଆତଙ୍କବାଦୀଙ୍କ ଠିକଣା ତ ନଷ୍ଟ ହୋଇଗଲା, ବର୍ତ୍ତମାନ ପଶ୍ଚିମବଙ୍ଗରେ ସେହିପରି ବାଂଲାଦେଶକୁ ନଷ୍ଟ କରାଯିବ ।

ଅନ୍ୟ ଜଣେ ଟୁଇଟ କରି କହିଲେ, ଆଜି ମମତାଙ୍କ ଦୋମୁହାଁ ଚେହେରା ସମସ୍ତଙ୍କୁ ଜଣାପଡୁଛି । ପୁଲୱାମା ହାମଲା ହୋଇଥିବାରୁ କେନ୍ଦ୍ର ସରକାର ଦାୟୀ ବୋଲି କହୁଥିଲେ, ପ୍ରତିଶୋଧ ନେବା ପରେ ମମତା କେନ୍ଦ୍ର ସରକାରଙ୍କ ସପକ୍ଷରେ ଲେଖୁ ନାହାନ୍ତି ।

ଅନ୍ୟଜଣେ ଭୋଜପୁରୀ ଆକାଉଣ୍ଟଧାରୀ ନିଜ ଟୁଇଟ୍ ରେ ଲେଖିଛନ୍ତି, ପୁଲୱାମ ଆକ୍ରମଣରେ ପ୍ରମାଣ ମାଗିବେ କି ଦିଦି ?

ଅନ୍ୟ ଜଣେ ଲେଖକ ଲେଖିଛନ୍ତି ଯେ, ପାକିସ୍ତାନ ମଧ୍ୟ ଭାରତୀୟ ବାୟୁସେନାର ଆକ୍ରମଣ ପରେ ସ୍ଵୀକାର କରିଦେଇଛି, ତେଣୁ ମମତା ଦିଦୀଙ୍କୁ ପ୍ରମାଣର ଆବଶ୍ୟକତା ନାହି । କାରଣ ଦିଦି ଭାରତ ଅପେକ୍ଷା ପାକିସ୍ତାନ ଉପରେ ଅଧିକ ବିଶ୍ବାସ କରନ୍ତି ।

ଅନ୍ୟ ଜଣେ ଆକାଉଣ୍ଟଧାରୀ ଲେଖିଛନ୍ତି ଯେ, ଏଥର ମମତା ସରକାରଙ୍କ ଉପରେ ସର୍ଜିକାଳ ଷ୍ଟ୍ରାଇକ ହେବ ଦରକାର ।