ବଲିଉଡର ଏହି ଅଭିନେତାଙ୍କ ସହ ଟ୍ୱିଙ୍କଲଙ୍କର ହୋଇଥିଲା ପାଞ୍ଚ ଥର ନିର୍ବନ୍ଧ ! ସମ୍ପର୍କ ଭାଙ୍ଗିବା ମାତ୍ରେ ହିଁ ଅବସାଦର ଶିକାର ହୋଇଥିଲେ ।

Spread the love

ଟ୍ୱିଙ୍କଲ ଖାନ୍ନା ବଲିଉଡର ଜଣେ ନାମିଦାମୀ ଅଭିନେତ୍ରୀ । ସେ ଖିଲାଡ଼ି ମାନଙ୍କର ଖିଲାଡ଼ି ଅକ୍ଷୟ କୁମାରଙ୍କୁ ବିବାହ କରିଛନ୍ତି । ଟ୍ୱିଙ୍କଲ ଖାନ୍ନା ତାଙ୍କର ସ୍ପଷ୍ଟଭାଷୀ କଥା ପାଇଁ ସବୁଠି ପରିଚିତ । ତାଙ୍କୁ ଯାହାବି କହିବାର ଥାଏ ସେ ଖୋଲାଖୋଲି କହିଦିଅନ୍ତି । ନିଜର ଏହି ଗୁଣ ପାଇଁ ସେ କେତେଥର ଚର୍ଚ୍ଚାରେ ରହିଛନ୍ତି । ଆଜି ଟ୍ୱି୍ଙ୍କଲ ଏବଂ ଅକ୍ଷୟଙ୍କ ବିବାହକୁ ୧୭ ବର୍ଷ ହେଲାଣି, ମାତ୍ର ବିବାହର ଏତେ ବର୍ଷ ପରେ ବି ଦୁହିଁଙ୍କ ମଧ୍ୟରେ ପୂର୍ବ ଭଳି ଭଲପାଇବା ବଜାୟ ରହିଛି । ୧୭ ଜାନୁୟାରୀ ୨୦୦୧ ମସିହାରେ ଟ୍ୱିଙ୍କଲ ଏବଂ ଅକ୍ଷୟ ବିବାହ କରିଥିଲେ । ମାତ୍ର ଏକ ଇଣ୍ଟରଭିଉରେ ଅକ୍ଷୟ ନିଜେ କହିଛନ୍ତି ଯେ, ଟ୍ୱିଙ୍କଲଙ୍କୁ ବିବାହ କରିବା ତାଙ୍କ ପାଇଁ ଏତେ ସହଜ ନଥିଲା । ତାଙ୍କୁ ଟ୍ୱିଙ୍କଲ ଙ୍କୁ ବିବାହ କରିବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିଥିଲା । ଆପଣମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ଜଣାନଥିବ ଯେ ଟ୍ୱି୍ଙ୍କଲ ଖାନ୍ନାଙ୍କର ଦୁଇଥର ନିର୍ବନ୍ଧ ହୋଇଥିଲା । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ତାଙ୍କ ନିର୍ବନ୍ଧ ଦୁଇଥର ଦୁଇ ଅଲଗା ଅଲଗା ଲୋକଙ୍କ ସହ ନୁହେଁ ବରଂ ଜଣେ ଲୋକଙ୍କ ସହ ହୋଇଥିଲା । ପ୍ରକୃତରେ ଘଟଣା କଣ ଥିଲା ଚାଲନ୍ତୁ ଜାଣିବା ।

Google

ଘଟଣା ସେହିଦିନର ଯେତେବେଳେ ଟ୍ୱିଙ୍କଲ ଏବଂ ଅକ୍ଷୟ ଦୁଇଜଣ ରିଲେସନସିପରେ ଥିଲେ ଏବଂ ସେମାନଙ୍କର ନିର୍ବନ୍ଧ ମଧ୍ୟ ହୋଇଥିଲା । ମାତ୍ର ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ କାରଣରୁ ଦୁଇଜଣଙ୍କ ସମ୍ପର୍କରେ ଅସୁବିଧା ଆସିବା ଆରମ୍ଭ ହୋଇଯାଇଥିଲା । ସେତେବେଳେ ଅକ୍ଷୟ କୁମାର, ଶିଳ୍ପା ସେଟ୍ଟୀଙ୍କର ଅତି ନିକଟତର ହୋଇଥିଲେ ଯାହା ଟ୍ୱିଙ୍କିଲଙ୍କୁ ସହ୍ୟ ହେଲାନାହିଁ । ବାରମ୍ବାର ସଚେତନ କରିବା ପରେ ବି ଯେତେବେଳେ ଅକ୍ଷୟ କୁମାର ମାନିନଥିଲେ ସେତେବେଳେ ଟ୍ୱି୍ଙ୍କଲ ନିଜର ଏବଂ ଅକ୍ଷୟ କୁମାରଙ୍କ ନିର୍ବନ୍ଧ ଭାଙ୍ଗିଦେଇଥିଲେ । ମେଡିଆ ସୂଚନା ଅନୁଯାୟୀ ନିର୍ବନ୍ଧ ଭାଙ୍ଗିବା ପରେ ଟ୍ୱିଙ୍କଲ ଅତ୍ୟନ୍ତ ଅବସାଦରେ ରହୁଥିଲେ ।ଏବଂ ପରେ ଅକ୍ଷୟ କୁମାର ଶିଳ୍ପା ଙ୍କ ଠାରୁ ଦୂରେଇ ଗଲେ ଏବଂ ଟ୍ୱିଙ୍କଲ ଖାନ୍ନାଙ୍କ ଠାରୁ କ୍ଷମା ମାଗିନେଲେ । ଟ୍ୱି୍ଙ୍କଲ ଅକ୍ଷୟ କୁମାରଙ୍କୁ କ୍ଷମା କରିଥିଲେ ଏବଂ ପୁଣିଥରେ ନିର୍ବନ୍ଧ ହୋଇଥିଲା ।

ବିବାହ ପାଇଁ ରଖିଲେ ଏହି ସର୍ତ୍ତ :-

Google

ପ୍ରକୃତରେ ଯେତେବେଳେ ଅକ୍ଷୟ କୁମାର ଟ୍ୱି୍ଙ୍କଲ ଖାନ୍ନା ଙ୍କୁ ପ୍ରୋପୋଜ କରିଥିଲେ ସେତେବେଳେ ଟ୍ୱିଙ୍କଲ ଖାନ୍ନାଙ୍କର ଫିଲ୍ମ ” ମେଲା ” ରିଲିଜ ହେବାର ଥିଲା । ଟ୍ୱିଙ୍କଲଙ୍କ ଫିଲ୍ମ ହିଟ୍ ହେବ ବୋଲି ଆଶା ରଖିଥିଲେ । ଆଶା ନୁହେଁ ବରଂ ବିଶ୍ୱାସ ଥିଲା ଯେ ଫିଲ୍ମ ନିହାତି ହିଟ୍ ହେବ । ସେଥିପାଇଁ ସେ ଅକ୍ଷୟ କୁମାରଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ, ଯଦି ଫିଲ୍ମ ହିଟ୍ ନହୁଏ ତାହାଲେ ସେ ବିବାହ କରିବେ ଏବଂ ଯଦି ହିଟ୍ ହୋଇଯାଏ ତାହାଲେ ତାଙ୍କୁ ବିବାହ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ । ଫିଲ୍ମ ରିଲିଜ ହୋଇଥିଲା ଏବଂ ସୁପର ଫ୍ଲପ ପ୍ରମାଣିତ ହୋଇଥିଲା । ସର୍ତ୍ତ ମୁତାବିକ ଟ୍ୱିଙ୍କଲ ଙ୍କୁ ଅକ୍ଷୟ କୁମାରଙ୍କୁ ବିବାହ କରିବାକୁ ପଡ଼ିଥିଲା ।

ଏମାନେ ମଧ୍ୟ ଟ୍ୱିଙ୍କିଲଙ୍କୁ ପସନ୍ଦ କରୁଥିଲେ :-

Google

ପ୍ରଥମରୁ ହିଁ ଟ୍ୱିଙ୍କଲଙ୍କୁ ଅଭିନୟ ବ୍ୟତୀତ ଇଣ୍ଟେରିୟର ଡିଜାଇନରେ ଆଗ୍ରହ ଥିଲା । ସମୟ ମିଳିଲେ ସେ ଅବସର ସମୟରେ ଏହି କାମ କରୁଥିଲେ । ଟ୍ୱି୍ଙ୍କଲଙ୍କ ସୌନ୍ଦର୍ଯ୍ୟକୁ କେବଳ ଅକ୍ଷୟ କୁମାର ନୁହେଁ ବରଂ ବଲିଉଡର ଦୁଇ ଅନ୍ୟ ପ୍ରସିଦ୍ଧ ଲୋକ ମଧ୍ୟ ପସନ୍ଦ କରୁଥିଲେ । ବଲିଉଡ ନିର୍ଦେଶକ କରଣ ଜୋହର ଏବଂ ଅଭିନେତା ଶାହୀଦ କପୁର ଟ୍ୱିଙ୍କଲଙ୍କୁ ପ୍ରୋପୋଜ କରିସାରିଛନ୍ତି ।

ଅନୁଛେଦଟି ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ପ୍ରଦାନ କରନ୍ତୁ । ଧନ୍ୟବାଦ !