“ତୁମେ ଆରାମରେ ଶୋଇଯାଅ, ଆମ୍ଭେମାନେ ଏଠାରେ ଅଛୁ । “ଟୁଇଟ୍ ରେ ଜଣାଇଥିଲେ ପାକିସ୍ଥାନ ଡିଫେନ୍ସ

Spread the love

ନୂଆ ଦିଲ୍ଲୀ : ଭାରତ ମଙ୍ଗଳବାର ଦିନ, ୨୬ ଫେବୃୟାରି ପ୍ରାତଃ ସମୟରେ ପାକିସ୍ଥାନରେ ପଶି ଆଉ ଏକ ସର୍ଗିକାଲ ଷ୍ଟ୍ରାଇକ କରି ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ନେବାରେ ପୂର୍ଣ୍ଣ ସଫଳତା ହାସଲ କରିଛି । ଏବଂ ଦେଶ ସାରା ସମସ୍ତ ନାଗରିକ ଏବଂ ରାଜନୈତିକ ଦଳର ମୁଖ୍ୟାମାନେ ଭାରତୀୟ ସୈନ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏତଦ୍ବ୍ୟବତିତ ଭାରତବାସୀ ଭାରତୀୟ ବାୟୁସେନାକୁ ପ୍ରଶଂସା କରି କହୁଛନ୍ତି, ପାକିସ୍ଥାନକୁ ଉଚିତ ଶିକ୍ଷା ଦିଆଯାଉ । ଭାରତୀୟ ବାୟୁ ସେନା କରିଥିବା ଏହି ଦ୍ଵିତୀୟ ସର୍ଗିକାଲ ଷ୍ଟ୍ରାଇକ୍‌ ପାକିସ୍ତାନକୁ ଶକ୍ତ ଧକ୍କା ଦେଇଛି । ପାକିସ୍ଥାନର ଡେ଼ଫେନ୍ସ ସୋମବାର ରାତିରେ ଗୋଟିଏ ଟୁଇଟ୍ କରିଥିଲେ, ଯେଉଁଥିରେ ଲେଖିଥିଲେ, “Sleep tight because PAF is awake.” ଅର୍ଥାତ “ତୁମେ ଆରାମରେ ଶୋଇଯାଅ, ଆମ୍ଭେମାନେ ଏଠାରେ ଅଛୁ ।”

ସୋମବାର ଏବଂ ମଙ୍ଗଳବାର ରାତି 12.06 ମିନିଟ ସମୟ ମଧ୍ୟରେ ପାକିସ୍ଥାନ ଡିଫେନ୍ସ ଟୁଇଟ୍ କରିଥିଲେ ଏବଂ ଏହା ପରେ ଏୟାର୍‌ ଷ୍ଟ୍ରାଇକ୍‌ ହୋଇଥିଲା । ଏହି ଟ୍ୱଇଟରେ ଗୋଟିଏ ଲଢୁଆ ବିମାନର ଫୋଟୋ ମଧ୍ୟ ଦିଆଯାଇଥିଲା । ଏହାପରେ ମଙ୍ଗଳବାର ସମୟ ପ୍ରାୟ 3.30 ମିନିଟ ପ୍ରାତଃ, ଭାରତୀୟ ବାୟୁସେନା ୧୨ଟି ମିରାଜ ୨୦୦୦ ଜେଟ ସହାୟତାରେ ପାକିସ୍ତାନରେ ପଶି ଏୟାର୍‌ ଷ୍ଟ୍ରାଇକ୍‌ କରି ୧୦୦୦ କେଜି ବୋମା ବର୍ଷଣ କରିଥିଲା । ଏହି ବିମାନଗୁଡି଼କ କେବଳ କାଶ୍ମୀର ଅଧିକୃତ ଆତଙ୍କବାଦୀଙ୍କ ଠିକଣାକୁ ନିଜର ନିଶାନ ବା ଲକ୍ଷ୍ୟ କରିଥିଲା । ଏହା ସଂଗେ ସଂଗେ ପ୍ସତୁଁଖବା ପ୍ରାନ୍ତ ବାଲକୋଟ ପର୍ଯ୍ୟନ୍ତ ପହଂଚିଥିଲେ ଏବଂ ଜୈସର ଆତଙ୍କ ଆଡ୍ଡା ଗୁଡିକୁ ନଷ୍ଟଭ୍ରଷ୍ଟ କରି ଦେଇଥିଲେ ।

ସକାଳୁ ଯେତେବେଳେ ଲୋକେ ଆଖି ଖୋଲିଲେ ଭାରତ ତରଫରୁ ସର୍ଗିକାଲ ଷ୍ଟ୍ରାଇକର ଖବର ଚାରିଆଡେ ବ୍ୟାପିବାରେ ଲାଗିଲା । ଭାରତର ଏହି ଏୟାର୍‌ ଷ୍ଟ୍ରାଇକ୍‌ ର ଖଲାସ ମଧ୍ୟ ପାକିସ୍ଥାନର ସେନା ହିଁ କରିଥିଲେ । ଏହାପରେ ସର୍ଗିକାଲ ଷ୍ଟ୍ରାଇକର ଖବର ଜଙ୍ଗଲରେ ନିଆଁ ଲାଗିଲା ଭଳି ଚାରିଆଡେ ପ୍ରସାରିତ ହେଲା । ଦେଖୁ ଦେଖୁ ଭାରତର ବୀର ସୈନ୍ୟମାନେ ପାକିସ୍ଥାନରେ ପଶି 200 ରୁ 300 ଆତଙ୍କବାଦୀଙ୍କୁ ମାରି ଦେଇଥିଲେ ।

ଅନ୍ୟପଟେ ଲୋକଙ୍କୁ ଟୁଇଟ୍ ରେ ପାକିସ୍ଥାନ ଡେ଼ଫେନ୍ସ କଥା ମଧ୍ୟ ମନେ ପଡିଯାଇଛି ଏବଂ ସର୍ବ ସାଧାରଣ ଟୁଇଟ୍ ରେ ଖୁବ୍ ମଜା ମଧ୍ୟ ନେଇଛନ୍ତି ।