ତୁଳସୀ ଓ ହଳଦୀର ଦ୍ଵାରା କର୍କଟ ରୋଗରୁ ସଂପୂର୍ଣ୍ଣ ଆରୋଗ୍ୟ ମିଳିବ । ବର୍ତ୍ତମାନ ସୁଦ୍ଧା ବହୁ ଲୋକ ଭଲ ହୋଇ ସାରିଲେଣି ।

Spread the love

ତୁଳସୀ ଓ ହଳଦୀର ବ୍ୟବହାର ଫଳରେ କର୍କଟ ରୋଗ ପୁରାପୁରି ଭଲ ହୋଇଯାଏ । ବର୍ତ୍ତମାନ ସୁଦ୍ଧା ବହୁ ଲୋକ ଭଲ ହୋଇ ସାରିଲେଣି । ମାତ୍ର ୨୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ ।

ଗୁଟୁଖା ଓ ତମ୍ବାଖୁରେ ହେଉଥିବା ମୁଖ କର୍କଟର ଚିକିତ୍ସା ପାଇଁ ବର୍ତ୍ତମାନ ଦେଶୀ ଚିକିତ୍ସାର ଉପାୟ ବାହାରିଲାଣି । କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟର ଦନ୍ତବିଜ୍ଞାନ ସଂସ୍ଥାର ଡ଼ିନ ପ୍ରୋଫେସର୍ ଟିପି ଚତୁର୍ବେଦୀ ପରୀକ୍ଷା ଦ୍ଵାରା ପାଇଛନ୍ତି, ପାଟିରେ ହେଉଥିବା ଜଟିଳ ରୋଗର ଉପଶମ ପାଇଁ ହଳଦୀ ଓ ତୁଳସୀ ଉପଯୁକ୍ତ ଅଟେ ।

ହଳଦୀ ଓ ତୁଳସୀର ପ୍ରାକୃତିକ ଗୁଣ ବିଷୟରେ ଆମେ ସୁପରିଚିତ । ବର୍ତ୍ତମାନ ଏହି ଦୁଇଟି ଏହି ବିଶେଷ୍ୟ ଗୁଣକୁ ବ୍ୟବହାର କରି ଓରଲ ସବମ୍ୟୁକସ୍ ଫାଇବ୍ରୋସିସ୍ ଡିସିଜ, ଯାହାପରେ ବୃଦ୍ଧି ପାଇ ପରେ ମୁଖ କର୍କଟ ରୋଗକୁ ରୂପାନ୍ତରିତ ହୋଇଥାଏ, ଏହାର ଉପଶମ ପାଇଁ ଆମେ ହଳଦୀ ଓ ତୁଳସୀକୁ ବ୍ୟବହାର କରିପାରିବା ।

ପ୍ରାୟ ଏକ ବର୍ଷ ହେଲା ପ୍ରଫେସର୍ ଚତୁର୍ବେଦୀଙ୍କ ଦଳ, ଏହି ପରୀକ୍ଷାକୁ ଡେନ୍ଟାଲ କାଉସିଲ୍ ଅଫ୍ ଇଣ୍ଡିଆ ପୂର୍ବରୁ ହିଁ ମାନ୍ୟତା ପ୍ରଦାନ କରିଛସାରିଛି । ମାର୍ଚ୍ଚ ୨୦୧୩ରେ ବିଏଚୟୁ ମଧ୍ୟ ଚିକିତ୍ସକଙ୍କ ଦେଖାଶୁଣାରେ ଏହି ପଦ୍ଧତିରେ ଉପଚାର ପାଇଁ ଅନୁମତି ପ୍ରଦାନ କରିଛି । ସର ସୁନ୍ଦରଲାଲ ଡାକ୍ତରଖାନାରେ ତୁଳସୀ ଓ ହଳଦୀର ମିଶ୍ରଣରୁ ତିଆରି ଔଷଧକୁ ବ୍ୟବହାର କରି ଚିକିତ୍ସା କରାଯାଉଛି । ପାଟି ରୋଗର ଉପଶମ ପାଇଁ ହଳଦୀ ଓ ତୁଳସୀର ବ୍ୟବହାର ଏହା ପ୍ରଥମ ଅଟେ ।

ଚିକିତ୍ସା କିପରି ହୁଏ :

ପ୍ରୋ॰ ପି. ଚତୁର୍ବେଦୀ କହିଛନ୍ତି, ତାଙ୍କ ଚିକିତ୍ସକ ଦଳ ତୁଳସୀ ଓ ହଳଦୀକୁ ଶୁଖାଇ, ତାହାକୁ ପାଉଡର କରନ୍ତି । ସେହି ପାଉଡରରେ ଗ୍ଲିସେରିନରେ ମିଶାଇ ମୁହଁର ମାଂସ ପେଶୀରେ ମାଲିସି କରାଯାଏ । ଚତୁର୍ବେଦୀଙ୍କ ସହଯୋଗୀ ପ୍ରଫେସର୍ ଡା.ଅଦିତ କୁହନ୍ତି, ପୀଡିତ ବ୍ୟକ୍ତିଙ୍କୁ ଚିକିତ୍ସା ପୂର୍ବରୁ ଗୁଟୁଖା ଖାଇବା ଛାଡିବାକୁ ପଡିଥାଏ ।

ରୋଗର ଲକ୍ଷଣ :

ଗୁଟୁଖା ଖାଇବା ଦ୍ୱାରା ପାଟିର ମାଂସ ପେଶୀର ସଙ୍କୋଚନ ହୁଏ ନାହିଁ, ତାହା ଟାଣ ହୋଇଯାଏ । ଆଉ ପାଟି ଖୋଲିବା ଧୀରେ ଧୀରେ ବନ୍ଦ ହୋଇଯାଏ ଏବଂ ମୁହଁରୁ ଗଳା ପର୍ଯ୍ୟନ୍ତ ଜଳିବା ଆରମ୍ଭ ହୁଏ । ଜିଭ ବୁଲେଇବା ମଧ୍ୟ ଧୀରେ ଧୀରେ ବନ୍ଦ ହୋଇଯାଏ । ଏହା ପ୍ରତି ଧ୍ୟାନ ନଦେଲେ; ଏହା ମୁଖକର୍କଟ ରୋଗରେ ପରିଣତ ହୁଏ । ପରେ ଏହା ଗଳା ପର୍ଯ୍ୟନ୍ତ ମଧ୍ୟ ବ୍ୟାପିଥାଏ । ଚତୁର୍ବେଦୀଙ୍କ କହିବା ଅନୁଯାୟୀ; ଏହି ରୋଗ ବିଶେଷ କରି ଯୁବକମାନଙ୍କ ଠାରେ ଦେଖାଯାଏ । କାରଣ ଆମ ଭାରତୀୟ ଯୁବସମାଜ ବହୁଳ ଭାବେ ଗୁଟୁଖା ଖାଆନ୍ତି ।

ତୁଳସୀ ଓ ହଲଦୀ ହିଁ କାହିଁକି :

ଡାକ୍ତର. ଆଦିତ କୁହନ୍ତି; ତୁଳସୀ ଓ ହଳଦୀରେ ପ୍ରାକୃତିକ ଔଷଧୀୟ ଗୁଣ ଅଛି । ଏଥିରେ କର୍କଟ ପ୍ରତିରୋଧକ ଶକ୍ତି ରହିଛି । ତୁଳସୀରେ ରୋଗର ପ୍ରତିରୋଧକ ଶକ୍ତି ରହିଛି । ଆଘାତ ଶୁଖିବାରେ ତୁଳସୀ ସହାୟକ ହୁଏ । ଖୁବ୍ ସହଜରେ ମିଳୁଥିବା ଏହି ଦୁଇଟି ଔଷଧର ସାହାଯ୍ୟ ନେଇ ଚିକିତ୍ସା କରାଯାଉଛି । ପ୍ରତିଦିନ ୮ ରୁ ୧୦ ଜଣ ପୀଡ଼ିତ ବ୍ୟକ୍ତି ପ୍ରଫେସର୍ ଚତୁର୍ବେଦୀଙ୍କ ପାଖକୁ ଚିକିତ୍ସା ପାଇଁ ଆସନ୍ତି । ବର୍ତମାନ ପ୍ରାୟ ୨୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ଏହି ପଦ୍ଧତି ଚିକିତ୍ସାରେ ବହୁତ ଶସ୍ତାରେ ଗୋଟିଏ ବଡ ରୋଗର ଚିକିତ୍ସା ହେଇପାରୁଛି । ପ୍ରାଥମିକ ଅବସ୍ଥାରେ ଚିକିତ୍ସା କଲେ ୨୦୦୦ ଟଙ୍କାରେ ରୋଗ ପୁରା ଭଲ ହୋଇଯିବ ।