ତୁଳସୀ ପତ୍ରକୁ ଛିଡାଇବା ସମୟରେ କହି ଦିଅନ୍ତୁ ଏହି ମନ୍ତ୍ର, ଆପଣଙ୍କ ଜୀବନରେ ହୋଇଯିବ ଧନର ବର୍ଷା

Spread the love

ହିନ୍ଦୁ ଧର୍ମ ଗ୍ରନ୍ଥରେ ତୁଳସୀ ବୃକ୍ଷର ମହତ୍ୱ ଅତ୍ୟନ୍ତ ବେଶୀ ଓ ତୁଳସୀ ବୃକ୍ଷକୁ ଗୁରୁତ୍ୱ ମଧ୍ୟ ଅଧିକ ଦିଆଯାଇଛି । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ତୁଳସୀକୁ ନିୟମିତ ରୂପରେ ଦର୍ଶନ କରିଥାଏ ଓ ତୁଳସୀ ପତ୍ର ନିୟମିତ ସେବନ କରିଥାଏ, ସେହି ବ୍ୟକ୍ତିମାନେ ରୋଗ ଓ ପାପ ମୁକ୍ତ ରହିଥାନ୍ତି ବୋଲି କୁହାଯାଏ । ଯଦି ଯେଉଁମାନେ ନିୟମିତ ତୁଳସୀ ବୃକ୍ଷକୁ ପୂଜନ କରିଥାଏ ତେବେ ସେ ମୃତ୍ୟୁର ପଶ୍ଚାତ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ତୁଳସୀର ବ୍ୟବହାର ଯଜ୍ଞ, ଜପ, ଘର ପୂଜାରେ କରାଯାଇଥାଏ, ଯାହା ଦ୍ୱାରା ମନୋବାଞ୍ଛା ପୂରଣ ହୋଇଥାଏ ଓ କାର୍ଯ୍ୟରେ ମଧ୍ୟ ସଫଳତା ପ୍ରାପ୍ତ ହୋଇଥାଏ । ଶାସ୍ତ୍ର ଅନୁସାରେ ତୁଳସୀର ପୂଜାଠାରୁ ନେଇ ତୁଳସୀକୁ ଛିଡାଇବା ପର୍ଯ୍ୟନ୍ତ କିଛି ନିୟମ ରହିଛି । ଯାହା ପାଳନ କରିବା ସମସ୍ତଙ୍କ ପାଇଁ ଶିରୋଧାର୍ଯ୍ୟ ଅଟେ । କିଛି ମନ୍ତ୍ରକୁ ଜପ କରି ସାରିଲା ପରେ ତୁଳସୀକୁ ଛିଡାଇବା ଦ୍ୱାରା କେବଳ ପାପ ହିଁ ନାଶ ହେବ ନାହିଁ ବରଂ ଏଥିସହିତ ଜୀବନରେ ସମସ୍ତ ସମ୍ପ୍ରଦାୟର ଖୁସି ପ୍ରାପ୍ତ ହୋଇଥାଏ ।

ତୁଳସୀପତ୍ରକୁ ଛିଡାଇବା ସମୟରେ ଏହି 3 ମନ୍ତ୍ରର ଜପ କରିବା କଲ୍ୟାଣକାରୀ ହୋଇଥାଏ :-

-ଓଁ ସୁଭଦ୍ରାୟ ନମଃ : – ଓଁ ସୁପ୍ରଭାୟ ନମଃ : – ମାତତୁଳସୀ ଗୋବିନ୍ଦ ହୃଦୟାନନ୍ଦ କାରିଣୀ ନାରାୟଣସ୍ୟ ପୂଜାର୍ଥ ଚିନୋମି ତ୍ଵଂ ନମସ୍ତୁତେ ।

ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ପ୍ରାୟ ସମସ୍ତ ଲୋକଙ୍କ ଘରେ ତୁଳସୀ ଗଛ ରହିଛି । ସେହି ତୁଳସୀ ବୃକ୍ଷ ମୂଳରେ ପ୍ରତିଦିନ ସ୍ନାନ ସାରି ଜଳ ଢାଳିଥାନ୍ତି ଓ ଧ୍ୟାନ ମଧ୍ୟ କରନ୍ତି । କୁହାଯାଏ କି ଯେଉଁ ଗୃହରେ ତୁଳସୀ ଗଛ ଲଗା ଯାଇଥାଏ ସେହି ଘରେ ଦୁଃଖ ଆଦି ରହି ନଥାଏ । ଏବଂ ଯେଉଁ ଗୃହରେ ତୁଳସୀ ବୃକ୍ଷରେ ତୁଳସୀପତ୍ରରେ ଭରି ରହିଥାଏ ସେଠାରେ ସର୍ବଦା ଖୁସିର ଲୋହରୀ ଖେଳିଥାଏ । ଆପଣ ସର୍ବଦା ତୁଳସୀ ଗଛରେ ଜଳ ଢାଳିଥାନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ମନ୍ତ୍ର କହିବୁ ଯାହାକୁ ଆପଣ ଜପ କରି, ଯଦି ଆପଣ ତୁଳସୀ ଗଛରେ ଜଳ ଢାଳୁଛନ୍ତି ତେବେ ତାହାର ପ୍ରଭାବରେ ଦୁଇଗୁଣ ଧନଧାନ୍ୟ ବଢିଯିବ ଓ ଆପଣଙ୍କ ପରିବାରିକ ଜୀବନ ଶାନ୍ତି ଓ ଖୁସିରେ ଭରିଉଠିବ ।

ଆସିନ୍ତୁ ଜାଣିବା ଆଉ ଗୋଟିଏ ମନ୍ତ୍ର :-

ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବିଧିନି, ଆଧି ବ୍ୟାଧି ହରା ନିତ୍ୟଂ, ତୁଳସୀ ତ୍ଵଂ ନମସ୍ତୁତେ ।