ବିଳମ୍ବିତ ରାତିରେ ଚାଲୁଥିବା ରେଳରେ ଟିଟିଆଇ ଡାକ୍ତର ସାଜି ଏହିଭଳି ମହିଳାଙ୍କ ପ୍ରସବ କରାଇଲେ ।

Spread the love

ଭାରତୀୟ ରେଳସେବା ସର୍ବଦା ନିଜର ଖରାପ ସେବା ପାଇଁ ଜଣାଶୁଣା ଅଟେ । ଲୋକେ ଏହାକୁ ନେଇ ଅନେକ ସମାଲୋଚନା କରିଥାନ୍ତି, ତାହା ରେଳର ବିଳମ୍ବ ହେଉ କିମ୍ବା ସଫାସୁତୁରା କିମ୍ବା ଅନ୍ୟ କୌଣସି ଜିନିଷର ଅଭାବ ହେଉ । ଏହା ବ୍ୟତୀତ ରେଳରେ କାର୍ଯ୍ୟରତ ଟିଟିଆଇଙ୍କୁ ମଧ୍ୟ ଲୋକେ ସମାଲୋଚନା କରିବା ପାଇଁ ପଛାଇ ନଥାନ୍ତି । କୌଣସି ବ୍ୟକ୍ତି କହିଥାନ୍ତି, ଟିଟିଆଇ ଟଙ୍କା ନେଇ କାହାରିକୁ ସିଟ ଦେଇଥାନ୍ତି ତ ଆଉ କିଛି ଲୋକ କୁହନ୍ତି ପ୍ରାୟତଃ ଟିଟିଆଇ ସେମାନଙ୍କ ସହ ଦୁର୍ବ୍ୟବହାର କରିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବୁ; ଯାହାକୁ ଶୁଣିବା ପରେ ପୁଣିଥରେ ଆପଣଙ୍କୁ ଟିଟିଆଇଙ୍କ ଉପରେ ବିଶ୍ୱାସ ଆସିଯିବ ।ଦିଲ୍ଲୀ ରେଳସେବାର କାର୍ଯ୍ୟରତ ଏଚ୍.ଏସ୍ ରାଣା ଜଣେ ସୁହୃଦୟ ଟିଟିଆଇ ଅଟନ୍ତି । ନିକଟରେ ସେ ରେଳ ଭିତରେ ଏହିଭଳି ଏକ ଭଲ କାମ କରିଛନ୍ତି, ଯାହା ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ରେଳ ମନ୍ତ୍ରାଳୟ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସାରେ ସତମୁଖ ହୋଇ ଯାଇଛନ୍ତି ।

ଟିଟିଆଇ ଏଚ୍.ଏସ୍ ରାଣା ଯେଉଁ ରେଳରେ ଯାତ୍ରା କରୁଥିଲେ, ସେହି ରେଳରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଯାତ୍ରା କରୁଥିଲେ । ରାତ୍ରି ସମୟରେ ମହିଳାଙ୍କୁ ହଠାତ ପୀଡ଼ା ଆରମ୍ଭ ହୋଇ ଯାଇଥିଲା । ଯେତେବେଳେ ଏହାର ସୂଚନା ଟିଟିଆଇ ଏଚ୍.ଏସ୍ ରାଣାଙ୍କୁ ପ୍ରାପ୍ତ ହୋଇଥିଲା; ସେ ରେଳରେ କୌଣସି ଡାକ୍ତର ଯାତ୍ରୀଙ୍କୁ ଖୋଜିବାରେ ଲାଗି ପଡିଥିଲେ କିନ୍ତୁ ତାଙ୍କର ଶତଚେଷ୍ଟା ସ୍ୱତେ ରେଳରେ କୌଣସି ଡାକ୍ତର ଯାତ୍ରୀ ମିଳି ନଥିଲେ । ଏହି ପରିସ୍ଥିତିରେ ଟିଟିଆଇ ଏଚ୍.ଏସ୍ ରାଣା ନିର୍ଣ୍ଣୟ ନେଇଥିଲେ, ସେ ମହିଳାଙ୍କ ପ୍ରସବ କରାଇବେ । ଟିଟିଆଇରେ କାର୍ଯ୍ୟରତ ଏଚ୍.ଏସ୍ ରାଣା ମହିଳାଙ୍କ ଅବସ୍ଥା ଦେଖି ଡାକ୍ତର ହେବା ପାଇଁ ଚିନ୍ତା କରିଥିଲେ । ସେ ରେଳରେ ଯାତ୍ରା କରୁଥିବା କିଛି ଯାତ୍ରୀଙ୍କ ସହାୟତାରେ ମହିଳାଙ୍କ ସଫଳ ପୂର୍ବକ ପ୍ରସବ କରାଇଥିଲେ । ମହିଳା ଜଣଙ୍କ ବିନା କୌଣସି ସମସ୍ୟାରେ ଏକ ସୁସ୍ଥ ଶିଶୁ ଜନ୍ମ ଦେଇଥିଲେ ।

ରେଳରେ ଶିଶୁର ଜନ୍ମର ଖବର ପ୍ରସାରିତ ହେବା ପରେ ହର୍ଷଉଲ୍ଲାସ ଭରି ଯାଇଥିଲା । ପ୍ରତିଟି ଯାତ୍ରୀ ଟିଟିଆଇଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଥିଲେ । ଯେତେବେଳେ ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହୋଇଥିଲା, ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେମାନଙ୍କୁ ବିଶ୍ୱାସ ହୋଇନଥିଲା, ଜଣେ ଟିଟିଆଇ ଡାକ୍ତର ସାଜି ଜଣେ ମହିଳାଙ୍କ ସଫଳ ପୂର୍ବକ ପ୍ରସବ କରାଇଥିଲେ ! ଟିଟିଆଇଙ୍କ ଏହି ଭଲ କର୍ଯ୍ୟ ପାଇଁ ସମସ୍ତେ ତାଙ୍କର ପ୍ରଶଂସା କରିବାରେ ଲାଗି ପଡ଼ିଥିଲେ । ଯେତେବେଳେ ରେଳ ମନ୍ତ୍ରାଳୟକୁ ଏହି ବିଷୟରେ ଜଣା ପଡିଥିଲା, ସେମାନେ ମଧ୍ୟ ଟିଟିଆଇଙ୍କ ପ୍ରଶଂସା କରିବାରେ ଲାଗି ପଡ଼ିଥିଲେ । ରେଳ ମନ୍ତ୍ରାଳୟର ଅଧିକାଶରୀକ ଟୁଇଟର ଆକାଉଣ୍ଟରେ ଏକ ଟୁଇଟ୍ କରାଯାଇଥିଲା, ଯେଉଁଥିରେ ଲେଖା ହୋଇଥିଲା ଟିଟିଆଇ ଏଚ୍.ଏସ୍ ରାଣାଙ୍କ ଏହି ମହତ୍ତ୍ୱପୂର୍ଣ କାର୍ଯ୍ୟ ପାଇଁ ଭାରତୀୟ ରେଳ ବିଭାଗ ଗର୍ବିତ ଅଟେ ।

ଆଜିର ଏହି ଦୁନିଆରେ ଜଣେ ଜାଗୃତ ଟିଟିଆଇଙ୍କ କାରଣରୁ ମହିଳା ଏବଂ ଶିଶୁର ଜୀବନ ବଞ୍ଚି ଯାଇଛି । ସେହି ମହିଳାଙ୍କୁ ଏହି ଅନୁଭଵ ଜୀବନ ତମାମ ସ୍ମୃତି ହୋଇରହିବ । ଚଳନ୍ତା ରେଳରେ ଜଣେ ଶିଶୁର ଜନ୍ମ ହେବା ଘଟଣା ପ୍ରତିଦିନ ଶୁଣିବା ପାଇଁ ମିଳି ନଥାଏ । ଯଦି ଏହି ଟିଟିଆଇଙ୍କ ଭଳି ଆମ୍ଭେମାନେ ମଧ୍ୟ ପରସ୍ପରର ସାହାଯ୍ୟ କରିବା; ତେବେ ଏହି ଦୁନିଆ ସ୍ୱର୍ଗ ପାଲଟି ଯିବ ।

ବନ୍ଧୁଗଣ ନିଜ ମତାମତ Comment ଜରିଆରେ ଆମକୁ ପ୍ରଦାନ କରନ୍ତୁ ! ଅନୁଛେଦଟିକୁ ନିଜ ବନ୍ଧୁ ଓ ପରିବାର ବର୍ଗଙ୍କ ମଧ୍ୟରେ ଶେୟାର କରନ୍ତୁ ! ଧନ୍ୟବାଦ !