ପେଟରେ ଗ୍ୟାସ୍ ଜନିତ ସମସ୍ୟା ପାଇଁ ହଇରାଣ ହେଉଛନ୍ତି କି ? ତେବେ ଆପଣାନ୍ତୁ ଏହାକୁ; ଗ୍ୟାସର ସମସ୍ୟାକୁ ମୂଳରୁ ଶେଷ କରିଦେବ ଏହି ୨ ଟଙ୍କାର ଏକ ଜିନିଷ !

Spread the love

ଗ୍ୟାସର ସମସ୍ୟାକୁ ମୂଳରୁ ଶେଷ କରିଦେବ ଏହି ୨ ଟଙ୍କାର ଏକ ଜିନିଷ ।

ଏମିତିରେ ତୋ ଗ୍ୟାସ୍ ହେବା ପରିପାକ ପ୍ରକ୍ରିୟାର ଏକ ମାଧ୍ୟମ ଅଟେ କିନ୍ତୁ ଅଧିକାଂଶ ଲୋକଙ୍କୁ ଅନ୍ୟ ଲୋକଙ୍କ ଆଗକୁ ଯିବା ପାଇଁ ଡର ଲାଗିଥାଏ । ଅନେକ ଥର ପେଟରେ ହେଉଥିବା ଗ୍ୟାସ୍ ଉପରେ କଣ୍ଟ୍ରୋଲ କରିବା ଲୋକଙ୍କ ପକ୍ଷରେ କଷ୍ଟକର ହୋଇଥାଏ । ଏହା ଦ୍ଵାରା ଅନ୍ୟ ସମ୍ମୁଖରେ ବେଳେବେଳେ ପରିହାସର ପାତ୍ର ହେବାକୁ ପଡିଥାଏ । ଅଧିକରୁ ଅଧିକ ପେଟରେ ଗ୍ୟାସ୍ ହେବା ପାଇଁ ଅନେକ କାରଣ ରହିଥାଏ ।

କେଉଁ କାରଣ ଯୋଗୁଁ ହୋଇଥାଏ ଗ୍ୟାସ୍ ସମସ୍ୟା :

ପ୍ରାୟତଃ କିଛି ଖାଇବା ପରେ ପେଟରେ ଗ୍ୟାସ କିମ୍ବା ଜଳାପୋଡା ହୋଇଥାଏ । ଗରମ ଖାଦ୍ୟ ଖାଇବା ଫଳରେ ଏପରି ହୋଇଥାଏ ନଚେତ ଅତ୍ୟଧିକ ମସଲା କିମ୍ବା ଲଙ୍କା ଯୁକ୍ତ ଖାଦ୍ୟ ଖାଇବା ଫଳରେ ଏପରି ହୋଇଥାଏ । ଯେଉଁମାନଙ୍କ ଏସିଡିଟି ଥାଏ, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅତ୍ୟଧିକ ଦେଖାଯାଇ ଥାଏ । ପେଟରେ ଗରମ ବଢି ଯାଇଥିଲେ ନିଜର ନୀତିଦିନିଆ ଦିନଚର୍ଯ୍ୟା ବିଗିଡି ଯାଇଥାଏ । ଏହା ଫଳରେ ଛାତି ଏବଂ ପେଟରେ ଜଳାପୋଡା ହୋଇଥାଏ । ଖାଦ୍ୟ ଠିକରେ ହଜମ ନହେଲେ ଏପରି ସମସ୍ୟା ଦେଖାଯାଇ ଥାଏ । ପେଟର ଜଳାପୋଡାକୁ ଦୁରେଇବା ପାଇଁ ଏହି ଉପାୟ ଅବଲମ୍ବନ କଲେ ୧୦ ମିନିଟ ମଧ୍ୟରେ ଏହି ପରିସ୍ଥିତିରୁ ମୁକୁଳି ପାରିବେ ।

ଗୁଜୁରାତି :

ଅଳେଇଚ ବା ଗୁଜୁରାତିର ସେବନ କରିବା ଦ୍ୱାରା ଅନେକ ପ୍ରକାର ଫାଇଦା ହୋଇଥାଏ । ଏହା ଆମର ସ୍ୱାସ୍ଥ୍ୟକୁ ଭଲ କରିବା ସହିତ ପେଟ ସମ୍ବନ୍ଧିତ ସମସ୍ୟା ମାନଙ୍କଠାରୁ ଦୂରେଇ ରଖିବାରୁ ମଧ୍ୟ ସାହାର୍ଯ୍ୟ କରିଥାଏ । ପ୍ରତିଦିନ ଏକ ସପ୍ତାହ ପର୍ଯ୍ୟନ୍ତ ଯଦି ଆପଣ ନିୟମିତ ରୂପରେ ଅଳେଇଚର ସେବନ କରିବେ; ତେବେ ଆପଣଙ୍କ ଗ୍ୟାସ୍ ସମସ୍ୟା ମୂଳରୁ ନଷ୍ଟ ହୋଇଯିବ । ଏହାର ସେବନ ଆମର ପାଚନ ପ୍ରକ୍ରିୟାକୁ ଦୃଢ଼ କରିବାରେ ସାହାଯ୍ୟ କରିଥାଏ, ଯାହା ଆପଣଙ୍କ ପେଟରେ ଗ୍ୟାସ୍ ହେବାକୁ ରୋକିଥାଏ ।

ଆପଣଙ୍କୁ ପ୍ରତିଦିନ ଖାଦ୍ୟ ଖାଇ ସାରିବା ପରେ କେବଳ ୨ଟି ଅଳେଇଚର ସେବନ କରିବା ଦରକାର । ଧ୍ୟାନ ରଖନ୍ତୁ ଏହାର ସେବନ କରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବେ ନାହିଁ । ଏହା ଆପଣଙ୍କ ହଜମକୁ ଦୃଢ ରଖିବ ଏବଂ ଆପଣଙ୍କ ଗ୍ୟାସର ସମସ୍ୟାକୁ ମୂଳରୁ ନଷ୍ଟ କରିଦେବ ।

ଜୁଆଣି :

ଗୋଟିଏ ପତ୍ରରେ ଜୁଆଣି ଗରମ କରି ସେହି ଗରମ ହୋଇଥିବା ଜୁଆଣିକୁ ଗୁଣ୍ଡ କରି କଳା ଲୁଣ ମିଶାଇ ଅଳ୍ପ ଉଷୁମ ପାଣିରେ ପିଇବା ଦ୍ୱାରା ପେଟ ସମସ୍ୟା ଦୂର ହୋଇଥାଏ । ଜୁଆଣିରେ ଥାୟମାଲ ଏବଂ କଳା ଲୁଣରେ ଅକ୍ଳେଲାଇଡ୍ସ ରହିଛି; ଯାହା ଏସିଡିଟିକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

ପାନ ମହୂରୀ ପାଣି :

ଏକ କପ ଗରମ ପାଣିରେ ୧ ଚାମଚ ପାନମହୂରୀ ମିଶାଇ ରାତି ସାରା ଛାଡି ଦିଅନ୍ତୁ । ସକାଳେ ଏହାକୁ ଛାଣି, ମହୁ ସହ ଏହାକୁ ପିଇ ଯାଆନ୍ତୁ । ଏହି ମିଶ୍ରଣକୁ ଦିନରେ ୩ ଥର ପିଇଲେ ପେଟର ଗରମ ଦୂର ହେବା ସହ ଏସିଡିଟି ଭଳି ସମସ୍ୟାରୁ ତ୍ରାହି ମିଳିଥାଏ । ଯଦି ଆପଣଙ୍କ ପେଟ ଫୁଲି ଯାଇଥାଏ; ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହୋଇପାରିବ ।