ଯଦି ବହୁତ ଧନସମ୍ପତ୍ତି ପାଇବାକୁ ଚାହୁଁଛନ୍ତି; ତେବେ ଆପଣନ୍ତୁ ଏ ଫେଙ୍ଗସୁଇର ପଦକ୍ଷେପ ମାନ ।

Spread the love

ଶକ୍ତି ଓ ସମୃଦ୍ଧି ପାଇବା ପାଇଁ ଘରେ ରଖନ୍ତୁ ଏହି ସବୁ ଜିନିଷ ।

ଫେଙ୍ଗସୁଇରେ କୁହାଯାଇଥିବା ପଦକ୍ଷେପ ଗୁଡ଼ିକୁ ଆପଣେଇ ଆପଣ ନିଜ ଜୀବନରେ ଧନ, ସଫଳତା ଓ ସମୃଦ୍ଧି ଆଣି ପାରିବେ । ଫେଙ୍ଗସୁଇ ଟିପ୍ସରେ କୁହାଯାଇଥିବା ପଦକ୍ଷେପ ଗୁଡ଼ିକ ବହୁତ ଗୁଣକାରୀ ଓ ପ୍ରଭାବଶାଳୀ ଅଟେ ଏବଂ ଏହା ସାହାଯ୍ୟରେ ଆପଣ ଗୋଟିଏ ସୁଖୀ ଜୀବନ ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଏହି ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କିଛି ମହତ୍ତ୍ୱପୂର୍ଣ୍ଣ ଉପାୟ ।

ସମୃଦ୍ଧି ଓ ଧନ ପାଇବା ନିମନ୍ତେ ଆପଣନ୍ତୁ ଫେଙ୍ଗସୁଇର ଏହି ପଦକ୍ଷେପ :

କଇଁଛ :

କଇଁଛକୁ ବହୁତ ଶୁଭ ବୋଲି ମନେ କରାଯାଏ ଓ ଏହାକୁ ଘରେ ରଖିବା ଦ୍ୱାରା ଘରର ସବୁବେଳେ ଉନ୍ନତି ହୋଇଥାଏ । ଯଦି ଆପଣଙ୍କୁ ଆପଣଙ୍କ ଜୀବନରେ ଅଧିକ ଧନର ଆବଶ୍ୟକତା ରହିଛି; ତେବେ ଆପଣ ନିଜ ଘରେ କଇଁଛର ମୂର୍ତ୍ତି କିମ୍ବା ଅସଲି କଇଁଛ ଆଣି ରଖନ୍ତୁ । ଫେଙ୍ଗସୁଇ ଛଡ଼ା ଭାରତୀୟ ବାସ୍ତୁ ଶାସ୍ତ୍ର ଅନୁସାରେ ମଧ୍ୟ କଇଁଛକୁ ବହୁତ ଶୁଭ ମନେ କରାଯାଏ ଏବଂ ଏହା ବିଷ୍ଣୁ ଭଗବାନଙ୍କ ପ୍ରତୀକ ମଧ୍ୟ ଅଟେ । ଘରେ କଇଁଛ ଥିଲେ ଜୀବନରେ ପ୍ରଗତି ହୁଏ ଏବଂ ଜୀବନରେ ଅପାର ଧନ ଆସିଥାଏ ।

ସିନ୍ଦୁକରେ ରଖନ୍ତୁ ଦର୍ପଣ :

ଦର୍ପଣକୁ ମଧ୍ୟ ଫେଙ୍ଗସୁଇରେ ବହୁତ ଶୁଭ ମନେ କରାଯାଏ । ଫେଙ୍ଗସୁଇ ଅନୁସାରେ ସିନ୍ଦୁକରେ ଦର୍ପଣ ଲଗାଇବା ଦ୍ୱାରା ସିନ୍ଦୁକ ସବୁବେଳେ ଧନ ସମ୍ପତିରେ ପରିପୂର୍ଣ୍ଣ ହୋଇ ରହିଥାଏ । ସେଥିପାଇଁ ଆପଣ ଧନର ବୃଦ୍ଧି କରିବା ପାଇଁ ନିଜ ସିନ୍ଦୁକରେ ଗୋଟିଏ ଦର୍ପଣ ରଖନ୍ତୁ ଓ ସମୟ ସମୟରେ ଏହି ସିନ୍ଦୁକକୁ ଖୋଲନ୍ତୁ ।

କ୍ରିଷ୍ଟଲ ବଲ :

କ୍ରିଷ୍ଟଲ ବଲକୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ଓ ଘରର ଲୋକଙ୍କ ମଧ୍ୟରେ ସ୍ନେହା, ଶ୍ରଦ୍ଧା, ଭଲ ପାଇବା ସବୁବେଳେ ବଜାୟ ରହିଥାଏ । ଏଥିପାଇଁ ଆପଣ ନିଜ ଘରେ ଦୁଇଟି କ୍ରିଷ୍ଟଲ ବଲ ନିଶ୍ଚୟ ଲଗାନ୍ତୁ । କ୍ରିଷ୍ଟଲ ବଲକୁ ହଲରେ ଲଗାଇବା ସବୁଠାରୁ ଉତ୍ତମ ଅଟେ ।

ହାତୀଙ୍କ ମୂର୍ତ୍ତି :

ଘରେ ହାତୀଙ୍କ ମୂର୍ତ୍ତି ଥିବା ଦ୍ୱାରା ସମସ୍ତ କାର୍ଯ୍ୟରେ ଓ ସମସ୍ତ କ୍ଷେତ୍ରରେ ସଫଳତା ମିଳିଥାଏ । ଯଦି ଆପଣଙ୍କ ବ୍ୟବସାୟ ଠିକ ଭାବରେ ଚାଲୁ ନାହିଁ; ତେବେ ଆପଣ ବ୍ୟବସାୟ ସ୍ଥଳରେ ମଧ୍ୟ ହାତୀର ମୂର୍ତ୍ତି ରଖି ପାରିବେ । ଏହା ଛଡ଼ା ଯେଉଁ ଦମ୍ପତ୍ତିଙ୍କୁ ସନ୍ତାନ ହେଉ ନାହିଁ, ସେ ନିଜ ଘରେ ହାତୀ ଏବଂ ହାତୀର ଛୁଆଙ୍କ ମୂର୍ତ୍ତି ରଖନ୍ତୁ । ଏପରି କରିବା ଦ୍ୱାରା ତାଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ ।

ଡ୍ରେଗନର ମୂର୍ତ୍ତି :

ଡ୍ରେଗନକୁ ଉର୍ଜାର ପ୍ରତୀକ ଭାବେ ଗ୍ରହଣ କରାଯାଇଥାଏ ଓ ଘରେ ଡ୍ରେଗନର ମୂର୍ତ୍ତି ରଖିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ସବୁବେଳେ ରହିଥାଏ । କେବଳ ଏତିକି ନୁହେଁ ଘରେ ଟଙ୍କାର ଅଭାବ ମଧ୍ୟ ରହେ ନାହିଁ । ଫେଙ୍ଗସୁଇ ଅନୁସାରେ ଘରର ହଲରେ ଡ୍ରେଗନର ମୂର୍ତ୍ତି ରଖିବା ସବୁଠାରୁ ଉତ୍ତମ ଅଟେ । ଏଥିପାଇଁ ଆପଣ ଏହି ସ୍ଥାନରେ ହିଁ ଡ୍ରେଗନର ମୂର୍ତ୍ତି ରଖନ୍ତୁ ।

ବାଉଁଶ ଗଛ :

ବାଉଁଶ ଗଛକୁ ଘରେ ରଖିବା ଦ୍ୱାରା ଲୋକଙ୍କ ଆୟୁଷ ବୃଦ୍ଧି ହୁଏ ଓ ଘରେ ଶାନ୍ତିର ବାତାବରଣ ରହିଥାଏ । ଆପଣ ଏହି ଗଛକୁ ନିଜ ଘର ଦୁଆରରେ ରଖି ପାରିବେ କିମ୍ବା ଆପଣ ଏହାକୁ ନିଜ ହଲରେ ମଧ୍ୟ ରଖି ପାରିବେ । ବାଉଁଶର ଗଛକୁ ଶୋଇବା ଘରେ କେବେ ହେଲେ ରଖନ୍ତୁ ନାହିଁ ।

ଲାଫିଙ୍ଗ ବୁଦ୍ଧା :

ଲାଫିଙ୍ଗ ବୁଦ୍ଧାଙ୍କୁ ସୁଖ ଓ ସମୃଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଇ ଥାଏ । ଏଥିପାଇଁ ଆପଣ ଚାହିଁଲେ, ନିଜ ଘରେ ଲାଫିଙ୍ଗ ବୁଦ୍ଧାଙ୍କ ମୂର୍ତ୍ତି ମଧ୍ୟ ରଖିପାରିବେ । ଲାଫିଙ୍ଗ ବୁଦ୍ଧା ରଖିବା ଦ୍ୱାରା ଆପଣଙ୍କ ଘରୁ ନକରାତ୍ମକ ଉର୍ଜା ଦୂର ହୋଇଥାଏ । ଏହା ଛଡ଼ା ଉପହାର ରୂପରେ ମଧ୍ୟ କାହାକୁ ଦେବା ଶୁଭ ହୋଇଥାଏ ।