କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତକୁ ଏକ ବଡ ଝଟକା ଦେବାର ପ୍ରସ୍ତୁତିରେ ଲାଗିଛନ୍ତି ଟ୍ରମ୍ପ ! କିଛି ଦିନ ମଧ୍ୟରେ ନେଇପାରନ୍ତି ଏହି ବଡ ସିଦ୍ଧାନ୍ତ… !

Spread the love

କରୋନା ଭୁତାଣୁର ଭ୍ୟାବହତା ମଧ୍ୟରେ ଗୋଟିଏ ପଟେ ଯେଉଁଠି ଆମେରିକା ଚୀନ ବିରୋଧରେ ଲଗାତାର ଦୋଷାରୋପ କରିଚାଲିଛି ଏବଂ ଅନ୍ୟପଟେ ଆଉ ଏକ ଖବର ମଧ୍ୟ ମିଳିଛି ଯେ ଯଥା ଶୀଘ୍ର ଆମେରିକାର ରାଷ୍ଟ୍ରପତି ଡନାଲ୍ଡ଼ ଟ୍ରମ୍ପ ଭାରତକୁ ଏକ ବଡ ଝଟକା ଦେବାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହି କରୋନା ମହାମାରୀର ଏହି ଭୟାବହତା ସମୟରେ ଉତ୍ପନ୍ନ ହୋଇଥିବା ବେରୋଜଗାରୀକୁ ନଜରରେ ରଖି ଟ୍ରମ୍ପ ଯଥା ଶୀଘ୍ର ଏଚ୍-୧ ବି, ଏଲ୍-୧ ବି ଭିସା ସମେତ ଅନ୍ୟ ଭିସାଗୁଡିକୁ ମଧ୍ୟ ନୀଲମ୍ବିତ କରବାକୁ, ଏକ ଆଦେଶନାମା ଉପରେ ଟ୍ରମ୍ପ ହସ୍ତାକ୍ଷର କରିପାରନ୍ତି ।

ଏହିପରି ମନେ କରାଯାଉଛି ଯେ, ଟ୍ରମ୍ପଙ୍କର ଏହି ସିଦ୍ଧାନ୍ତରେ ଭାରତୀୟ ସୂଚନା ଉଦ୍ୟୋଗୀକମାନେ ସର୍ବାଧିକ ପ୍ରଭାବିତ ହୋଇପାରନ୍ତି । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଏଚ୍-୧ ବି ଭିସା ଗୋଟିଏ ଇମିଗ୍ରେସନ୍ ଭିସା ଅଟେ । ଏହା ଅନୁଯାୟୀ ଆମେରିକୀୟ କମ୍ପାନୀମାନଙ୍କୁ ନିଜର ସୂଚନା ପ୍ରଯୁକ୍ତିବିଦ୍ୟା ନିଯୁକ୍ତି ପାଇଁ ସହଜ ହୋଇଥାଏ । କୁହାଯାଉଛି ଯେ, ଟ୍ରମ୍ପ ଏହି ସିଦ୍ଧାନ୍ତ କରୋନା ମହାମାରୀ ଯୋଗୁଁ ଭାରତରେ ଉତ୍ପନ୍ନ ହୋଇଥିବା ବେରୋଜଗାରୀ ଯୋଗୁଁ ନେଉଛନ୍ତି । ଏହି ବିଷୟରେ NPR ନ୍ୟୁଜ୍ ସମ୍ଭାବନା ବ୍ୟକ୍ତ କରି କହିଛନ୍ତି ଯେ, ବର୍ଷ ଶେଷ ପର୍ଯ୍ୟନ୍ତ ଏଚ୍-୧ ବି, ଏଲ୍-୧ ବି ଏବଂ ଅନ୍ୟାନ୍ୟ ଅସ୍ଥାୟୀ କାର୍ଯ୍ୟ ଭିସା ସ୍ଥଗିତ ରଖିବାକୁ ଏକ ନିର୍ଦ୍ଦେଶରେ ଦସ୍ତଖତ କରିବାର ସମ୍ଭାବନା ରହିଛି । କିନ୍ତୁ ଟ୍ରମ୍ପଙ୍କର ଏହି ନିଷ୍ପତି ଯୋଗୁଁ ଆମେରିକାରେ ପୂର୍ବରୁ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା ଖୁବ କମ୍ ।

ଏଚ୍-୧ ବି ଭିସା କଣ :-

Google

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଏଚ୍-୧ ବି ଭିସା ଭାରତୀୟ ସୂଚନା ଉଦ୍ୟୋଗୀପତିଙ୍କ ମଧ୍ୟରେ ଏଚ୍-୧ ବି ଭିସା ବହୁତ ଲୋକପ୍ରିୟ । ଏହିପରି ଭିସା ମାଧ୍ୟମରେ ଆମେରିକୀୟ କମ୍ପାନୀମାନେ ନିଜର ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତ କରନ୍ତି । ଗୋଟିଏ ଆକଳନ ଅନୁଯାୟୀ ଆମେରିକୀୟ ସରକାର ପ୍ରତିବର୍ଷ ଏଚ୍-୧ ବି ଭିସାକୁ ୮୫,୦୦୦ ପର୍ଯ୍ୟନ୍ତ ସୀମିତ କରି ଦେଇଛନ୍ତି, ଯେଉଁଥିରୁ ୭୦% ଭାରତୀୟମାନଙ୍କ ହାତକୁ ଯାଏ । ତେବେ ଏହି ପରିସ୍ଥିତିରେ ମନେ କରାଯାଉଛି ଯେ, ଟ୍ରମ୍ପଙ୍କର ଏହି ସିଦ୍ଧାନ୍ତ ଭାରତୀୟ ଚାକିରିଆମାନଙ୍କୁ ଖାସ ପ୍ରଭାବ ପକାଇ ପାରେ ।