ବାଇକ ଚାଳକଙ୍କ ମୁଣ୍ଡ ଉପରେ ଟ୍ରକ୍ ଚଢି ଯାଇଥିଲା, ପରେ କଣ ହୋଇଥିଲା, ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ?

Spread the love

ଭାରତୀୟ ଟ୍ରାଫିକ୍ ବ୍ୟବସ୍ଥା, ଆମ୍ଭମାନଙ୍କୁ ସର୍ବଦା ଟ୍ରାଫିକ ନିୟମ ମାନିଚାଲିବ ପାଇଁ ତାଗିତ କରିଥାନ୍ତି । ଯଦି ଆମେ ସମସ୍ତେ କୋଠର ଭାବରେ ଏହି ନିୟମ ଗୁଡିକ ମାନି ସାବଧାନତା ଅବଲମ୍ବନ କରିବା; ତେବେ ଦୁର୍ଘଟଣା ହେବା ସମ୍ଭାବନା କମିଯିବ । କିନ୍ତୁ ଭାରତରେ ବହୁତ ଲୋକ ଅଛନ୍ତି; ଯେଉଁମାନେ ଟ୍ରାଫିକ ନିୟମକୁ ମାନନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ଏପରି ଏକ ଭିଡିଓ ଦେଖାଇବୁ ଯେଉଁଥିରେ କିପରି ଜଣେ ବାଇକ ଚାଳକ ଟ୍ରାଫିକ୍ ନିୟମ ମାନି ନ ଥିବାରୁ କିପରି ମରଣ ମୁଖରେ ପଡିଥାନ୍ତେ, ଜାଣନ୍ତୁ ।

ଆଜିକାଲି ଇନ୍ଟରନେଟ୍ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖି ସାରିବାପରେ ଲୋକେ ବିଶ୍ଵାସ କରିପାରୁ ନାହାନ୍ତି; କିପରି ଜଣେ ମରଣ ମୁହଁରୁ ବର୍ତ୍ତୀ ଯାଇପାରୁଛି ? ଏହି ଭିଡିଓରେ ଜଣେ ବାଇକ୍ ଚାଳକ ରାସ୍ତାରେ ନିଜ ବାଇକ୍ ଚଳାଇ ଯାଉଥିଲେ । ସେହି ବାଇକ୍ ଚାଳକ ସାମ୍ନାରେ ଗୋଟିଏ ବଡ ଟ୍ରକ୍ ଯାଉଥିଲା । କିଛି ସମୟ ପରେ ବାଇକ୍ ଚାଳକ ଜଣକ ଟ୍ରକ୍-ଟିକୁ ଅତିକ୍ରମ କରିବା ପାଇଁ ଚେଷ୍ଠା କରିଥିଲା । କିନ୍ତୁ ଅତିକ୍ରମ କରିବା ପାଇଁ ସେଠାରେ ଜାଗା ନଥିଲା, ଏହି କାରଣରୁ ବାଇକ ଚାଳକ ଜଣକ ନିଜର ଭାରସାମ୍ୟ ହରାଇ ବସିଥିଲେ ଓ ସିଧା ଯାଇ ଟ୍ରକ୍ ତଳେ ପଡି ଯାଇଥିଲେ । ଠିକ୍ ସେହି ସମୟରେ ଟ୍ରକର ଚକ ବାଇକ ଚାଳକଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ପଛରେ ଆସୁଥିବା ବାହାନଗୁଡିକ ରହି ଯାଇ ଦେଖିଥିଲେ, କାଳେ ବାଇକ ଚାଳକ ଟ୍ରକ୍ ଚକ ତଳେ ପଡି ମାରିଗଲେ !

କିନ୍ତୁ ସମସ୍ତଙ୍କୁ କିଛି ଏପରି ଘଟଣା ଦେଖା ଯାଇଥିଲା; ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ ଓ ପୁରା ଘଟଣା ଉପରେ ବିଶ୍ଵାସ କରି ପାରୁନଥିଲେ ! ଘଟଣା ଅନୁସାରେ ବାଇକ୍ ଚାଳକ ଜଣକ ହେଲ୍-ମେଟ୍ ପିନ୍ଧିଥିଲେ; ଯାହାଫଳରେ ଟ୍ରକ୍ ଟି ତାଙ୍କ ମୁଣ୍ଡ ଉପରେ ଚଡି ଯାଇଥିବା ସତ୍ତ୍ୱେ ମଧ୍ୟ ବାଇକ୍ ଚାଳକ ବଞ୍ଚି ଯାଇଥିଲେ । ପିନ୍ଧିଥିବା ହେଲ୍-ମେଟ୍ ଟି ପୁରା ଟ୍ରକର ଭାରକୁ ସମ୍ଭାଳି ନେଇଥିଲା; ଯାହା ଫଳରେ ବାଇକ୍ ଚାଳକଙ୍କର କୌଣସି କ୍ଷତି ହୋଇ ନଥିଲା । ଏହି ଘଟଣାରେ ହେଲ୍-ମେଟ୍ ଟି ପୁରାପୁରୀ ଚୁରମାର ହୋଇଯାଇଛି; କିନ୍ତୁ ହେଲ୍-ମେଟ୍ ପିନ୍ଧି ଥିବା କାରଣରୁ ବାଇକ ଚାଳକ ବଞ୍ଚି ଯାଇଛନ୍ତି ।

ଏହି ପୁରା ଘଟଣାର ଭିଡିଓ ଆଇ.ପି.ଏସ୍ ଅଫିସର ରାଜ ତିଳକ ରୋଷନ ନିଜ ଟୁଇଟର୍ ଆକାଉଣ୍ଟରେ ଶେୟାର କରିଛନ୍ତି ଓ ଲେଖିଛନ୍ତି କିପରି ହେଲ୍-ମେଟ୍ ଏହି ବ୍ୟକ୍ତିଙ୍କ ଜୀବନ ରକ୍ଷା କରିଛି । ଏହି ଭିଡିଓଟି ବର୍ତମାନ ଇଣ୍ଟରନେଟ୍ ରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟିକୁ ବହୁତ ଲୋକ ଶେୟର କରିଛନ୍ତି ଓ ଯେଉଁମାନେ ଏହି ଭିଡିଓକୁ ଦେଖୁଛନ୍ତି; ସେମାନେ ଏହି ଘଟଣା ଉପରେ ବିଶ୍ଵାସ କରିପାରୁ ନାହାନ୍ତି ।

ଏହି ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ଜୀବନ ବଞ୍ଚି ଯିବା କୌଣସି ଚମତ୍କାରରୁ କମ୍ ନୁହେଁ । ଏହି ଚମତ୍କାରର ପୁରା ଶ୍ରେୟ ହେଲ୍-ମେଟ୍ କୁ ଦିଆଯାଇ ପାରିବ । ଯଦି ସେହି ବାଇକ୍ ଚାଳକ ହେଲ୍-ମେଟ୍ ପିନ୍ଧି ନଥାନ୍ତେ; ତେବେ ଏହି ଦୁର୍ଘଟଣାରେ ନିଜ ଜୀବନ ହରାଇ ବସିଥାନ୍ତେ । ଟ୍ରାଫିକ୍ ନିୟମ ପାଳନ କରନ୍ତୁ ଓ ନିଜ ଜୀବନ ବଞ୍ଚାନ୍ତୁ ।