ମୋଦି ସରକାରଙ୍କ ଜବରଦସ୍ତ ସ୍କିମ : ପ୍ରତି ବର୍ଷକୁ ମିଳିବ 60,000 ଟଙ୍କା !

Spread the love

ଆଜିର ଦୁନିଆରେ କୌଣସି ବ୍ୟକ୍ତିଙ୍କର 250ରୁ 300 ଟଙ୍କା ଖର୍ଚ୍ଚ ହେବା ଏକ ସାଧାରଣ କଥା ଅଟେ । ଯେତେବେଳେ କୌଣସି ଛୁଟି କିମ୍ବା ପର୍ବ ପାଳନ ହୁଏ ତା’ହାଲେ ବାହାରକୁ ଗଲେ, ସେହି ସମୟରେ ବାହାରେ ଖାଇବା ଓ ଫିଲ୍ମ ଟିକେଟ ଦ୍ୱାରା ଅଧିକ ଖର୍ଚ୍ଚ ହୋଇଯାଏ । ଯଦି ଆମେ ଆପଣ କହିବୁ, ଆପଣ ଏହି ବାହାର ଖର୍ଚ୍ଚ କମ କରି, ଫିଲ୍ମ ନ ଯାଇ, ସେହିଥିରୁ ସଞ୍ଚିୟ କରି 300 ଟଙ୍କା ଏକ ସ୍କିମ୍ ରେ ନିବେଶ କରିବେ ତା’ହାଲେ ଆପଣ ଆପଣଙ୍କ ଆସୁଥିବା ସମୟରେ ଜୀବନକୁ ଖୁସି ସମୃଦ୍ଧି ଭାବରେ କାଳାତିପାତ କରି ପାରିବେ ।

ଏହା ଏକ ସତ କଥା ଯେ, ବୃଦ୍ଧା ଅବସ୍ଥାରେ ବ୍ୟକ୍ତିଙ୍କୁ ପଇସାର ଅଵଶ୍ୟକ ରହିଥାଏ । ସେହି ବୟସରେ କୌଣସି ବ୍ୟକ୍ତିଙ୍କୁ କିଛି କାମ ମଧ୍ୟ ମିଳିନଥାଏ । ଯଦି ଅବା କାମ ମିଳେ ତଥାପି ସେମାନେ କାମ କରିବା ପାଇଁ ସକ୍ଷମ ହୋଇ ପାରନ୍ତି ନାହିଁ ଏବଂ ଅଧିକ ରୋଗରେ ପୀଡିତ ହୋଇ ରହୁଥାନ୍ତି । ଏମିତିରେ ଆପଣ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହି ସ୍କିମ ଗୋଟିଏ ବଡ ସୁବିଧା ହାଇଥାଏ । ଏହି ସ୍କିମ ଦ୍ୱାରା ଆପଣ ମାତ୍ର 250 ଟଙ୍କା ପ୍ରତି ମାସରେ ନିବେଶ କରିବାକୁ ପଡିବ ଏବଂ ଏହାର ବଦଳରେ ଆପଣଙ୍କୁ 60 ହଜ଼ାର ଟଙ୍କା ମିଳିବ ପ୍ରତି ବର୍ଷ । କେବଳ ଏତିକି ନୁହେଁ ଏହି 60ହଜ଼ାର ଆପଣଙ୍କୁ ଆପଣଙ୍କ ମୃତ୍ୟୁ ପର୍ଯନ୍ତ ମିଳିବ । ତ ଆସନ୍ତୁ ଜାଣିବା ଏହି ସ୍କିମ ବିଷୟରେ ଏବଂ ଏହାର କିପରି ଲାଭ ପାଇବା ଏବଂ କଣ ସବୁ କରିବାକୁ ପଡିବ… ?

ବାସ୍ତବରେ ଏହି ସ୍କିମଟିର ନାମ ହୋଉଛି ଅଟଳ ପେନସନ ଯୋଜନା । ସରକାରଙ୍କ ଦ୍ୱାରା ପରିଚାଳିତ ଏହି ସ୍କିମର ମୁଳ ଲକ୍ଷ, ଏହା କି ବୃଦ୍ଧା ଅବସ୍ଥାରେ ଖୁସିରେ ଜୀବନ ଯାପନ କରି ପାରିବେ । ଏହି ସ୍କିମ୍ ର ଲାଭ ଉଠାଇବା ପାଇଁ ଆପଣଙ୍କୁ ଅତି କମରେ 18 ବର୍ଷ ଓ ଅଧିକରେ 40 ବର୍ଷ ହେବା ଦରକାର । ଅଟଳ ପେନସନ ଯୋଜନା ମାଧ୍ୟମରେ ଆପଣଙ୍କୁ ମାତ୍ର 248 ଟଙ୍କା ପ୍ରତି ମାସରେ ନିବେଶ କରିବାକୁ ପଡିବ । ଏହିପିରି ଆପଣ 20ବର୍ଷ ପର୍ଯ୍ୟନ୍ତ ଜମା କରିବାକୁ ପଡିବ । 30 ବର୍ଷ ପରେ ଆପଣଙ୍କୁ ସରକାର 60 ହଜ଼ାର ଟଙ୍କା ପ୍ରତି ବର୍ଷ ଦେବେ । ଆଶ୍ଚର୍ଯ୍ୟର କଥା ଏହା କି ଆପଣଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କୁ ସରକାର ପ୍ରତି ବର୍ଷ60 ହଜ଼ାର ଟଙ୍କା ପ୍ରଦାନ କରିବେ । ଏହି ମଧ୍ୟରେ ଯଦି ଆପଣଙ୍କ ମୃତ୍ୟୁ ହୋଇଯାଏ ତା’ହାଲେ ଏହି ସ୍କିମରେ ଆପଣଙ୍କ ପତ୍ନୀ ଅଂଶୀଦାର ଭାବେ ଯୋଗଦାନ କରି ଏହି ସ୍କିମର ଲାଭ ଉଠାଇ ପାରିବେ ଓ ଆଉ ଏକ ଉପାୟ ରହିଛି ଏହି ସ୍କିମରେ ଆପଣଙ୍କ ପତି ଓ ପତ୍ନୀ ମୃତ୍ୟ ପରେ ଏକା ଥରକେ 8.5 ଲକ୍ଷ ଟଙ୍କା ମଧ୍ୟ ନେଇପାରିବେ । ସେହି ଦୁହିଁଙ୍କ ମୃତ୍ୟୁ ସ୍ଥିତିରେ ଏହି ସ୍କିମର ଟଙ୍କା nomin ବ୍ୟକ୍ତିଙ୍କୁ ମିଳିବ ।

କିଏ ନେଇ ପାରିବ ଏହି ଲାଭ ??

ସରକାରଙ୍କ ଦ୍ୱାରା ଚାଲୁଥିବା ଏହି ସ୍କିମ୍ ରେ ଯେ କୌଣସି ବ୍ୟକ୍ତି ମଧ୍ୟ ସାମିଲ ହୋଇପାରିବେ । ଏହି ସ୍କିମରେ ଗୋଟିଏ ଛାତ୍ର, କିମ୍ବା ଚାରିକି କରୁଥିବା ବ୍ୟକ୍ତି କିମ୍ଭା ବ୍ୟବସାୟ କରୁଥିବା ବ୍ୟକ୍ତି ମଧ୍ୟ ସାମିଲ ହୋଇପାରିବେ । ଏହି ସ୍କିମକୁ ନେବା ପାଇଁ ଆପଣଙ୍କୁ ମାତ୍ର 2ଟି ନିୟମ ଜାଣିବାକୁ ପଡିବ । ପ୍ରଥମଟି ହୋଉଛି ଆପଣଙ୍କୁ କମରେ 18 ରୁ 40 ବର୍ଷ ମଧ୍ୟରେ ହେବା ଦରକାର ଏବଂ ଦ୍ଵିତୀୟଟି ହୋଉଛି ଆପଣ ଜଣେ ଭାରତୀୟ ନାଗରିକ ହେବା ଦରକାର । ଏବଂ ଆଉ ଏକ କଥା ମନ ରଖିବା ଦରକାର ଯାହାକି ଏହି ଯୋଜନା ଲାଭ ଉଠାଇବା ପାଇଁ ଆପଣଙ୍କ ବ୍ୟଙ୍କରେ ସଂଚୟ ଖାତା ବା saving account ରହିବା ଦରକାର ଏବଂ id proof ଭାବରେ adhar card କିମ୍ବା voter card ଥିବା ଦରକାର ।

କମ ବୟସରେ ଏହି ସ୍କିମ୍ ର ଲାଭ ଉଠାନ୍ତୁ …

ଏହି ସ୍କିମର ଲାଭ ଉଠାଇବା ପାଇଁ ଆପଣ ଶୀଘ୍ର ରୁ ଅତି ଶୀଘ୍ର ଏହି ସ୍କିମରେ ଯୋଗ ଦାନ କରନ୍ତୁ । ଯେପରି ଆମେ ଆପଣଙ୍କୁ କହିଲୁ ଏହି ସ୍କିମରେ ଯୋଗ ଦାନ ପାଇଁ ଆପଣଙ୍କୁ କମରେ 20 ବର୍ଷ ପର୍ଯ୍ୟନ୍ତ 248 ଆପଣ ପ୍ରତି ମାସରେ ପୈଠ କରିବାକୁ ପଡିବ । ପ୍ରତିବଦଳରେ ଆଜୀବନ ଆପଣଙ୍କୁ ପ୍ରତିବର୍ଷ 60 ହଜ଼ାର ଟଙ୍କା ମିଳିବ । ଯଦି ଆପଣଙ୍କ ବୟସ 20 ବର୍ଷ ହୋଇଛି ତାହାଲେ ଆପଣ ଏହି ସ୍କିମ୍ ରେ ଯୋଗଦାନ କରନ୍ତୁ ଏବଂ 40 ବର୍ଷ ପରେ ଆପଣଙ୍କୁ ଆଜୀବନ ପର୍ଯ୍ୟନ୍ତ 60 ହଜ଼ାର ଟଙ୍କା ମିଳିବ । ଏହାର ବିପରୀତ ଭାବରେ 40 ବର୍ଷ ବୟସରେ ସ୍କିମ ଯଦି ଯୋଗଦାନ କରିବେ ତାହାଲେ ଆପଣଙ୍କୁ 60 ବର୍ଷ ପରେ ଆପଣ ଏହାର ଲାଭ ଉଠାଇ ପାରିବେ ।