ଲୋକଙ୍କୁ ମିଳିଲା ମୁକ୍ତି ଆଉ ଦବାକୁ ପଡ଼ିବ ନାହିଁ ମୋଟା ଅଙ୍କର ଟଙ୍କା । ଓଡିଶା ପାଇଁ ଏକ ନୂଆ ଟ୍ରାଫିକ ନିୟମ ଆସିଗଲା ।

Spread the love

ଟ୍ରାଫିକ ନିୟମ ଉଲଂଘନରେ ନିଆଯାଉଥିବା ଏକାଧିକ ଫାଇନକୁ ନେଇ ଏକ ନୂଆ ନିଷ୍ପତି । ଏଥର ଆଉ ଏକାଧିକ ଫାଇନ ରୂପେ ଟଙ୍କା ଆଦାୟ କରାଯିବ ନାହିଁ । ରାଜ୍ୟ ପରିବହନ ସଚିବ ଜି.ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି । ତେବେ କେବଳ ସିରିଏଲ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି ପରିବହନ ସଚିବ କହିଛନ୍ତି । ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ଲାଗୁ କରିବା ଫଳରେ ଜନ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଟ୍ରାଫିକ ନିଯମରେ ସାମାନ୍ୟ କହଲ କରିଛନ୍ତି । ୧ ମାସ ପାଇଁ ପଲ୍ଲୁସନ ସାର୍ଟିଫିକେଟ ଚେକିଙ୍ଗକୁ କହଲ କରାଯାଇଛି । ଏହାସହ ଯାଞ୍ଚ ଅଧିକାରଙ୍କ ଉପରେ ଲଗାମ କରିଛନ୍ତି ସରକାର ।

ଭୁଲ୍ ବଶତଃ ଯଦି ଲୋକଙ୍କ ଉପରେ ଫାଇନ ପକାଗଲା, ନିୟମ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଦୁଇଗୁଣ ଫାଇନ ଆଦାୟ କରିବାକୁ ସ୍ଥିର କରିଛନ୍ତି । ଏପଟେ ରାସ୍ତା ପାଇଁ ପ୍ରଶ୍ନ ଉଠୁଥିବା ବେଳେ ଏନ.ଏଚ.ଏ.ଆଇ କିମ୍ବା ପୂର୍ବତନ ବିଭାଗ ଅନୁଦାନ ନାହିଁ କହି ହାତ ଟେକି ଦେଇଥିବା ବେଳେ ଏହାକୁ ନେଇ ଉଭୟ ଶାସକ ନେତା ଓ ବିରୋଧୀ ନେତା ତାତି ଛନ୍ତି ।

ପଲ୍ଲୁସନ ସାର୍ଟିଫିକେଟ ପାଇବା ପାଇଁ ଭିତ୍ତିଭୂମି ନଥିବାରୁ ଅଧିକାଂଶ ସରକାରୀ ଗାଡ଼ିରେ ମଧ୍ୟ ପଲ୍ଲୁସନ ସାର୍ଟିଫିକେଟ ନାହିଁ । ଯେଉଁଥିପାଇଁ ୧ ମାସ ପର୍ଯ୍ୟନ୍ତ ପଲ୍ଲୁସନ ସାର୍ଟିଫିକେଟ ଚେକିଙ୍ଗ କରାଯିବ ନାହିଁ । କେବଳ ଏତିକି ହିଁ ନୁହେଁ ଏବେ ଆଉ ଏକାଧିକ ଫାଇନ ଦେବାକୁ ପଡ଼ିବ ନାହିଁ ଏହା ପରିବହନ ସଚିବ କହିଛନ୍ତି । କେବଳ ସିରିଏଲ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି ପରିବହନ ସଚିବ କହିଛନ୍ତି । ଏପଟେ ଅନ ଲାଇନ ବଦଳରେ ମାନୁଆଲ ସାର୍ଟିଫିକେଟ୍ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଭିନ୍ନ ଚାଳକଙ୍କ ଉପରେ ଜବରଦସ୍ତ ଫାଇନକୁ କିଛିଟା ମାତ୍ରାରେ ଲଗାମ କରାଯାଇଛି । ଯଦି ଭୁଲ୍ ବଶତଃ କୌଣସି ଚାଳକଙ୍କ ଉପରେ ଅଧିକ ଫାଇନ ଆଦାୟ କରିବାର ପ୍ରମାଣ ମିଳିଥାଏ, ତେବେ ନୂଆ ନିୟମ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଦୁଇଗୁଣ ଫାଇନ ଆଦାୟ କରିବାକୁ ସ୍ଥିର କରିଛନ୍ତି ।

ସେହିଭଳି ଯଦି କୌଣସି ଚାଳକ କାଗଜପତ୍ର ଧରି ନାହାନ୍ତି ଏବଂ ଫାଇନ ପଡ଼ିଛି; ସେ କ୍ଷେତ୍ରରେ ଆବଶ୍ୟକ କାଗଜପତ୍ର ଦେଖାଇବା ପରେ ଫାଇନ ପେରାସ୍ତ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ସଚିବ । ଲୋକଙ୍କ ମନରେ ଆଉ ଗୋଟିଏ ଆପତ୍ତି ଥିଲା, ପତି ପତ୍ନୀ ଓ ଛୋଟ ପିଲା ବାଇକରେ କେମିତି ଯିବେ ? ଏଥିରେ ମଧ୍ୟ କହଲ କରାଯିବା ସହ ଆବାସ ଦିଆଯାଇଛି । ସର୍ବାଧିକ ଗୋଟିଏ ୧୨ ବର୍ଷର ପିଲା ହିଁ ବାପା ମାଆଙ୍କ ସହ ବାଇକରେ ବସି ଯାଇପାରିବେ । ତେବେ ସମସ୍ତେ ହେଲମେଟ ପିନ୍ଧିଥିଲେ ଫାଇନ ଆଦାୟ କରାଯିବ ନାହିଁ ବୋଲି ପୋଲିସ କମିଶନର କହିଛନ୍ତି । ସେପଟେ ଟ୍ରାଫିକ ନିୟମ ଉଲଂଘନ କରିବା ପାଇଁ ଅଧିକ ଫାଇନ ଗଣୁଥିବା ବେଳେ, ଭୁବନେଶ୍ୱରର ରାସ୍ତାଘାଟ ଖରାପ ପାଇଁ ଜଣ ଅସନ୍ତୋଷ ବ୍ୟାପିବାରେ ଲାଗୁଛି ।

Share କରି ଅନ୍ୟଙ୍କୁ ଜାଣନ୍ତୁ । ହଁ Share କରିବା ପୂର୍ବରୁ ଗୋଟିଏ Like କରନ୍ତୁ ଏବଂ ନିଜ ମତାମତ Comment ଜରିଆରେ ଆମକୁ ପ୍ରଦାନ କରନ୍ତୁ ।