ଏହି କାରଣରୁ ଭାରତ ଏବଂ ଚୀନ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ହୋଇଯିବ । ବଣିକ ଗୋଷ୍ଠୀ ପଛଘୁଞ୍ଚା ଦେଇଛି ।

Spread the love

କରୋନା ଯୋଗୁଁ ବହୁ ପୁରାତନ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । କରୋନା ଯୋଗୁଁ ଆମ ଦିନଚାର୍ଯ୍ୟାରେ ମଧ୍ୟ ପରିବର୍ତ୍ତନ ହୋଇଯାଇଛି । କରୋନା ଆମ ସମସ୍ତଙ୍କ ଜୀବନରେ ଏକ ପରିବର୍ତ୍ତନ ନେଇଆସିଛି । ଆଗକୁ ଦେଖିବା ପାଇଁ ବାକି ରହିଛି ଏହି ପରିବର୍ତ୍ତନ କେତେ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ପରିସ୍ଥିତିରେ ଭାରତ ଏବଂ ଚୀନ ମଧ୍ୟରେ ବାଣିଜ୍ୟକ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଦେଖିବା ପାଇଁ ମିଳିବ । କହିବା ପାଇଁ ଚାହୁଁଛୁ ଭାରତ ଏବଂ ଚୀନ ମଧ୍ୟରେ ୧୯୯୧ ମସିହାରୁ ବାଣିଜ୍ୟ ସ୍ଥଳ ଭାଗରେ ଚାଲି ଆସୁଅଛି । ଭାରତୀୟ ବାଣିଜ୍ୟ ସର୍ବଦା ନେପାଳ ଏବଂ ଚୀନ ମଧ୍ୟରେ ଚାଲି ଆସୁଅଛି କିନ୍ତୁ ବର୍ତ୍ତମାନ ଏହି ବାଣିଜ୍ୟ ସମ୍ପର୍କରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି ।

Google

ଖବର ଅନୁସାରେ ଭାରତୀୟ ବେବସାୟୀ ମାନେ ଚୀନର ତକଲାକୋଟ ମଣ୍ଡିକୁ ଯିବା ପାଇଁ ମନା କରିଦେଇଛନ୍ତି । ପ୍ରତି ବର୍ଷ କୈଳାସ ମାନସରୋବର ଯାତ୍ରା ସହ ଇଣ୍ଡୋ ଚାଇନା ବାଣିଜ୍ୟର ପ୍ରାରମ୍ଭ ହୋଇଥାଏ । ଏହି ବାଣିଜ୍ୟ ସମୟରେ ପିଥୋରାଗଡ଼ ବଡ଼ରର ତହସିଲ ଧର୍ଚୁଲାରର ବଣିକ ମାନେ ଏଥିରେ ଅଂଶଗ୍ରହଣ କରିଥାନ୍ତି । ବସ୍ତୁ ବିନିମୟ ଆଧାରରେ ବ୍ୟବସାୟରେ ଚୀନ ସୀମା ନିକଟବର୍ତ୍ତୀ ଭାରତୀୟ ଗ୍ରାମୀଣ ଅଧିବାସୀ ମାନେ ନିଜ ନିଜ ବ୍ୟବସାୟ ଚଳାଉଥିଲେ ।

Google

ଯେତେବେଳେ ୧୯୬୨ର ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ଯୁଦ୍ଧ ଫଳରେ ଉଭୟ ଦେଶ ନିଜ ନିଜ ସୀମା ସିଲ କରିନେଇଥିଲେ କିନ୍ତୁ ୧୯୯୧ ମସିହାରେ ଦୁଇଦେଶ ଆପୋଷ ବୁଝାମଣାରେ ପୁଣିଥରେ ବ୍ୟବସାୟ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଥିଲା । କରୋନା ସଙ୍କଟକୁ ଆଖି ଆଗରେ ରଖି ଭାରତୀୟ ବ୍ୟବସାୟୀ ମାନେ ଚୀନ ସହ ବାଣିଜ୍ୟ କରିବା ପାଇଁ ମନା କରିଦେଇଛନ୍ତି । ଭାରତୀୟ – ଚୀନ ବେପାରୀ ସଂଘର ପୁଷ୍ଠପୋଷାକ ବିଶନ ଗବ୍ୟାଲଙ୍କ ନେତୃତ୍ୱରେ ବ୍ୟବସାୟୀ ମାନେ ଧାରଚୁଲା ଏସଡିଏମଙ୍କ ସହ ଭେଟି ନିଜର ଇଛା ପ୍ରକଟ କରିଛନ୍ତି ।