ପ୍ରତିଦିନ ଏହି ଝିଅ ସ୍କୁଲ ଯିବା ପାଇଁ ୪୦ କିମି ରାସ୍ତା ଅତିକ୍ରମ କରିବାକୁ ପଡିଥିଲା । ବର୍ତ୍ତମାନ ସେହି ଝିଅ ଇତିହାସ ରଚିଛନ୍ତି ।

Spread the love

ଉତ୍ତରାଖଣ୍ଡ ବିଦ୍ୟାଳୟ ଶିକ୍ଷା ବୋର୍ଡର ମଇ ୩୦ ତାରିଖରେ ୧୦ମ ଏବଂ ଦ୍ଵାଦଶ ବୋର୍ଡର ରେଜଲ୍ଟ ବାହାରିଛି । ଏହି ଥରର ରେଜଲ୍ଟରେ ଦଶମରେ ୭୬.୪୩ ପ୍ରତିଶତ ପିଲା ପାସ ହୋଇଛନ୍ତି ଏବଂ ଦ୍ଵାଦଶରେ ୮୦.୧୩ ପ୍ରତିଶତ ପିଲା ପାସ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ସତାକ୍ଷୀ ତିଵାରୀ ପରୀକ୍ଷାରେ ଟପ୍ କରି ୫୦୦ରୁ ୪୯୦ ନମ୍ବର ରଖିଛନ୍ତି । ସତାକ୍ଷୀ ଉତ୍ତରକାଶୀର ଚିନ୍ୟାଲୀଶୋଣ୍ଡର ଶ୍ରୀବିଦ୍ୟା ମନ୍ଦିର ଇଣ୍ଟର କଲେଜର ଛାତ୍ରୀ ଅଟନ୍ତି ।

ଉତ୍ତରାଖଣ୍ଡ ଇଣ୍ଟରମିଡିଏଟର ଟପର ସତାକ୍ଷୀ କହିଛନ୍ତି, ସେ ପ୍ରତିଦିନ ୨୦କିମି ଦୂରତା ଚିନ୍ୟାଲୀଶୋଣ୍ଡରକୁ ଯାଇ ପାଠ ପଡୁଥିଲେ । ପ୍ରତିଦିନ ସ୍କୁଲକୁ ଯିବା ଏବଂ ଆସିବା ପାଇଁ ୪୦କିମି ଦୂରତା ଅତିକ୍ରମ କରିବା ପାଇଁ ପଡୁଥିଲା । ପାଠ ପଢା ପାଇଁ ତାଙ୍କୁ ବହୁତ ସଂଘର୍ଷ କରିବା ପାଇଁ ପଡିଥିଲା । ଯେଉଁ ସ୍ଥାନରେ ସେ ରହୁଛନ୍ତି, ସେଠାରେ ସ୍କୁଲ କିମ୍ବା ପାଠ ପଢା ପାଇଁ କୌଣସି ସୁବିଧା ନାହିଁ ।

ଯେତେବେଳେ ସତାକ୍ଷୀକୁ ତାଙ୍କର ଭବିଷ୍ୟତ ବିଷୟରେ ପଚରା ଯାଇଥିଲା, ସେ କହିଛନ୍ତି ଭବିଷ୍ୟତରେ ସେ ଆଇଆଇଟିରେ ପ୍ରୋଫେସର ହେବା ପାଇଁ ଚାହଁନ୍ତି । ବର୍ତ୍ତମାନ ସେ ଜେଇ ମେନ୍ ପାଇଁ ପ୍ରସ୍ତୁତି କରୁଛନ୍ତି । ସେ ଦେହେରାଦୁନରେ କୋଚିଙ୍ଗ ନେଉଛନ୍ତି । ସତାକ୍ଷୀ କହିଛନ୍ତି, ତାଙ୍କର ପାଠ ପଢାରେ ତାଙ୍କ ପରିବାର ସହଯୋଗ କରୁଛି । ସତାକ୍ଷୀଙ୍କ ମାଆ ସୁନିତା ତିଵାରୀ କନ୍ଦିଶୋଡରେ ହେଲଥ ସୁପରବାଇଜର ଅଛନ୍ତି ଏବଂ ପିତା ଅନୁପ ତିଵାରୀ ଇଞ୍ଜିନିଅର ଅଟନ୍ତି ।

ଏହି ସ୍କୁଲର ସକ୍ଷମ ୪୮୯ ନମ୍ବର ରଖି ଦ୍ଵିତୀୟ ସ୍ଥାନ, କେଏନୟୁ ଜିଏମଆଇସି ପିଠୋରଗଡର ହରିଶ ସିଂହ ବୋରା ୯୬.୮୦ (୪୮୪) ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । କହିବା ପାଇଁ ଚାହୁଁଛୁ, ଉତ୍ତରାଖଣ୍ଡ ବୋର୍ଡ ଅଫ ସ୍କୁଲ ଏଜୁକେସନର ହାଇ ସ୍କୁଲରେ ୧,୪୯,୯୫୦ ଏବଂ ଇଣ୍ଟରମିଡିଏଟରେ ୧,୨୪,୮୬୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।