ସୁନ୍ଦର କନ୍ୟାକୁ ଦେଖି ବର କିଛି ଏପରି କରିଥିଲେ ଯାହା ଫଳରେ ଭାଙ୍ଗି ଯାଇଥିଲା ବାହାଘର ।

Spread the love

ଆମ ସମାଜରେ ଅନେକ ସମ୍ପର୍କ ରହିଥାଏ, ସେ ସମସ୍ତ ସମ୍ପର୍କମାନଙ୍କ ମଧ୍ୟରୁ ପତି ପତ୍ନୀଙ୍କ ସଂପର୍କ ଅଲଗା ଅଟେ । ପତିପତ୍ନୀଙ୍କ ସମ୍ପର୍କ ବିଶ୍ୱାସ ଓ ପ୍ରେମର ଦୁଇ ସ୍ତମ୍ଭରେ ଠିଆ ହୋଇଥାଏ । ଏହାର ଅର୍ଥ ସମ୍ପର୍କରେ ବିଶ୍ୱାସ ଭାଙ୍ଗି ଗଲେ ଵିଵାହ ମଧ୍ୟ ଭାଙ୍ଗି ଯାଇଥାଏ । ବିବାହରେ ଝିଅମାନେ ନିଜ ଭବିଷ୍ୟତକୁ ନେଇ ଖୁବ୍ ଚିନ୍ତାରେ ରହିଥାନ୍ତି ଓ ଭାବିଥାନ୍ତି ବିବାହର ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀ କିପରି ବ୍ୟବହାର କରିବେ ? କାରଣ ଝିଅମାନେ ଯାଇଥାନ୍ତି, ଯାହା ସହ ସେମାଙ୍କ ବିବାହ ହେବ ସାରା ଜୀବନ ସେହି ପତିକୁ ନେଇ ହିଁ ଜୀବନ ବିତାଇବା ପାଇଁ ପଡିବ । ସେଥିପାଇଁ ନିଜ ବିବାହକୁ ନେଇ ଖୁବ୍ ଚିନ୍ତିତ ରହିଥାନ୍ତି । ଆଜି ଆମେ ବିବାହ ସମ୍ବନ୍ଧିତ ଏକ ଘଟଣା ବିଷୟରେ ଜଣାଇବୁ, ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମେ ସମସ୍ତେ ଜାଣିଛେ; ଆଜିର ସମୟର ବିବାହ କିମ୍ବା ପାର୍ଟିରେ ଲୋକେ ନିଜ ସେଲ୍ଫି ଉଠାଇବା ପାଇଁ ପସନ୍ଦ କରିଥାନ୍ତି । ଆଜି ଆମେ ଏହି ସେଲ୍ଫିକୁ ନେଇ ହୋଇଥିବା ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିବା ପରେ ଆପଣଙ୍କ ହୋସ ଉଡ଼ିଯିବ । ଘଟଣାଟି ଗୁଜରାଟର ଅହମଦାବାଦର ଅଟେ । ଯେଉଁଠି ବିବାହ ସମୟରେ ଏକ ବର ନିଜ ପତ୍ନୀ ସହ ସେଲ୍ଫି ନେବା, ବରକୁ ମହଙ୍ଗା ପଡିଥିଲା । କହିବାପାଇଁ ଚାହୁଁଛୁ; କନ୍ୟା ଖୁବ ସୁନ୍ଦର ଅଟନ୍ତି, ତେଣୁ ବର କନ୍ୟାଙ୍କ ସହ ସେଲ୍ଫି ଉଠାଇବା ପାଇଁ ଜିଦ ଧରି ବସିଲେ । କିନ୍ତୁ କନ୍ୟା ପକ୍ଷ ଏହି କଥାରେ ସହମତି ନଥିଲେ ।

ଯାହାଫଳରେ ବର, କନ୍ୟାଙ୍କ ପିତାଙ୍କୁ ଚାପୁଡ଼ା ମାରି ଦେଇଥିଲେ । ଏହାପରେ ଘଟଣା ବିଗିଡି ଯାଇଥିଲା । ଘଟଣା ଏହିପରି ହୋଇଯାଇଥିଲା ଯେ, ବରଙ୍କୁ ବାରାତି ଫେରାଇ ନେବା ପାଇଁ ପଡିଥିଲା ଓ ଘଟଣା ପୋଲିସ ପାଖରେ ଯାଇ ପହଞ୍ଚିଥିଲା । ଅହମଦାବାଦର ଅମରାଇବାଡ଼ି କ୍ଷେତ୍ରରେ ରହୁଥିବା ହବୀବ ସେଠ, ଗଳିରେ ରହୁଥିବା ଜଣେ ଝିଅ ବିକମ୍ ପଡୁଛନ୍ତି । ସେହି ଝିଅର ବିବାହ ବସ୍ତ୍ରାଳ ନିବାସୀ ସଞ୍ଜୟ ଚୋହାନ ସହ ବିବାହ ସ୍ଥିର ହୋଇଥିଲା । ବିବାହ ଦିନ ବର ସଞ୍ଜୟ ରୁମକୁ ଆସିଥିଲା ଓ ନିଜ ମୋବାଇଲରେ ବିଭିନ୍ନ ଶୈଳୀରେ ଫୋଟୋ ଉଠାଇବାରେ ଲାଗିଥିଲା । ଏହା ପରେ ସେ କନ୍ୟା ପିତାଙ୍କୁ ଚାପୁଡ଼ା ମାରି ଦେଇଥିଲା ।