ଆସନ୍ତା କାଲି ପ୍ରାତଃରେ ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ !

Spread the love

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ୍‌ ପରୀକ୍ଷା ଫଳ । ପରୀକ୍ଷାଫଳ ଜାଣିବା ପାଇଁ ଏହି ୱେବସାଇଟ୍‌କୁ ଲଗ୍‌ଇନ୍‌ କରନ୍ତୁ ।

ଭୁବନେଶ୍ୱର: ଅଭିଭାବକଙ୍କ ଠାରୁ ଆରମ୍ବ କରି ଛାତ୍ରଛାତ୍ରୀ ସମସ୍ତେ ଉତ୍କଣ୍ଠର ସହ ଅପେକ୍ଷା କରିଛନ୍ତି ୧୦ମ ବୋର୍ଡ ପରୀକ୍ଷା ଫଳାଫଳକୁ । ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ ୨୦୧୯ର ମାଟ୍ରିକ ପରୀକ୍ଷା ଫଳ ଆସନ୍ତା କଲି ପ୍ରକାଶ ପାଇବା । ଓଡ଼ିଶା ବୋର୍ଡ ୧୦ମ ଶ୍ରେଣୀ ପରୀକ୍ଷା ଫଳକୁ ମଇ ୨୦ ତାରିଖରେ ଜାରି କରାଯିବ ବୋଲି ସୂଚନା ଦେଇଛି । ଛାତ୍ରଛାତ୍ରୀ ନିଜ ପରୀକ୍ଷାଫଳ ଅଧିକାରିକ ୱେବସାଇଟ orissaresults.nic.in କିମ୍ବା bseodisha.nic.in ରେ ଯାଇ ଦେଖି ପାରିବେ ।

ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେସନ (ବିଏସ୍‌ଇ) ୧୦ଶ୍ରେଣୀ ପରୀକ୍ଷା ଫଳ ମଇ ୨୦ ସୋମବାର ୯.୩୦ ଘଣ୍ଟ ସମୟରେ ଜାରି କରିବାର ସୂଚନା ରହିଛି । ଗତବର୍ଷ ମଇ ୭ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ମାଧ୍ୟମିକ ଶିକ୍ଷା ବୋର୍ଡର ୧୦ମ ପରୀକ୍ଷା ୨୦୧୯ ମାର୍ଚ୍ଚ ୨ରେ ଶେଷ ହୋଇଥିଲା ।

ଏହି ସବୁ ୱେବସାଇଟ୍‌କୁ ଯାଇ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଫଳ ଦେଖି ପାରିବେ

୧. bseodisha.nic.in

୨. orissaresults.nic.in

୩. bseodisha.ac.in

୪. examresults.net

କେମିତି ଦେଖି ପାରିବେ ପରୀକ୍ଷା ଫଳ

୧. ଛାତ୍ରଛାତ୍ରୀ ପ୍ରଥମେ ନିଜ ପରୀକ୍ଷା ଫଳ ଦେଖିବା ପାଇଁ orissaresults.nic.in, bseodisha.nic.in ୱେବସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ ।

୨. ୱେବସାଇଟ୍‌ରେ ଲଗଇନ୍‌ କରିବା ପାଇଁ ଆପଣଙ୍କୁ ରେଜଲ୍ଟର ଲିଙ୍କ୍‌ ଦେଖାଇବ । ଏହି ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ।

୩. ଲିଙ୍କ୍‌ ଉପରେ କ୍ଲିକ୍‌ କରିବା ପରେ ନିଜ ରୋଲ୍ ନମ୍ବର ଦିଅନ୍ତୁ ।

୪. ଏହାପରେ ଆପଣଙ୍କ ପରୀକ୍ଷା ଫଳ ନିଜ ସ୍କ୍ରିନ୍‌ରେ ଆସିଯିବ ।

ଏଥିସହିତ ଛାତ୍ରଛାତ୍ରୀ ନିଜ ପରୀକ୍ଷା ଫଳ ଏସ୍‌ଏମ୍‌ଏସ୍‌ ଜରିଆରେ ମଧ୍ୟ ପାଇ ପାରିବେ । ତେବେ ଛାତ୍ରଛାତ୍ରୀଙ୍କୁ RESULTROLLNO ଲେଖି ୫୬୨୬୩କୁ ପଠାଇବାକୁ ପଡ଼ିବ ।