ମୋଦି ସରକାରଙ୍କ ଘୋଷଣା : ସବୁ ଗରିବଙ୍କୁ ମିଳିବ ମାଗଣା ଏଲ.ପି. ଜି

Spread the love

ଦେଶର ସବୁ ଗରିବ ପରିବାରକୁ ମାଗଣାରେ ଯୋଗାଇ ଦିଆଯିବ ଏଲ୍‌ପିଜି । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏହି ସୁବିଧା ପ୍ରଦାନ କରାଯିବ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା ସି ତାଲିକାରେ ନ ଥିବା ପରିବାର ବା ୭ଟି ବର୍ଗ ଯଥା ଅନୁସୂଚିତ ଜାତି/ଜନଜାତି ପରିବାର, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀ, ବନବାସୀ, ସର୍ବାଧିକ ପଛୁଆ ବର୍ଗ (ଏମ୍‌ବିସି), ଚା’ ବଗିଚା‌ର ବର୍ତ୍ତମାନ ଓ ପୂର୍ବତନ ଆଦିବାସୀ, ଦ୍ବୀପା ˚ଚଳ/ନଦୀ ଦ୍ବୀପା˚ ଚଳରେ ରହୁଥିବା ଅଧିବାସୀ ଯେଉଁମାନଙ୍କ ନାମ ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା ତାଲିକାରେ ନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ଅଧୀନରେ ସାମିଲ କରାଯିବାକୁ ବାରଣ କରାଯାଇଥିଲା ।

ତେବେ ଏଥିରେ ପରିବର୍ତନ ପାଇଁ ବିଭିନ୍ନ ଆଡ଼ୁ ପ୍ରସ୍ତାବ ଆସିବା ପରେ ସରକାର ନିୟମ ବଦଳାଇଛନ୍ତି । ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏଲ୍‌ପିଜି ସ˚ଯୋଗ ପାଇପାରି ନଥିବା ଏସବୁ ପରିବାରଗୁଡ଼ିକ ଆବଶ୍ୟକ କାଗଜପତ୍ର ଦେଖାଇବା ପରେ ଯୋଗ୍ୟତା ସର୍ତ୍ତାବଳୀ ଅନୁଯାୟୀ ଏଲପିଜି ସ˚ଯୋଗ ପାଇପାରିବେ। କେନ୍ଦ୍ର ପେଟ୍ରୋଲିୟମ ଏବ˚ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ‌ଏ ନେଇ ଏକ ପ୍ରସ୍ତାବ ଦେଇଥିଲା ଯାହାକୁ ଆଜିର ବୈଠକରେ ମଞ୍ଜୁରି ମିଳିଛି।ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ୨୦୧୬ ମେ ପହିଲାରେ ଆରମ୍ଭ ହୋଇଥିଲା । ଏହା ଅଧୀନରେ ଗରିବ ପରିବାରଗୁଡ଼ିକୁ ମାଗଣା ଏଲ୍‌ପିଜି ସ˚ଯୋଗ ଯୋଗାଇ ଦିଆଯାଉଥିଲା । ପ୍ରତି ସ˚ଯୋଗ ପିଛା ଭାରତ ସରକାରଙ୍କ ପକ୍ଷରୁ ୧୬୦୦ ଟଙ୍କାର ନଗଦ ସହାୟତା ଏବ˚ ତୈଳ ବିପଣନ କମ୍ପାନିଗୁଡ଼ିକ ପକ୍ଷରୁ ଚୁଲା ଏବ˚ ପ୍ରଥମ ଥର ପାଇଁ ଗ୍ୟାସ ଭର୍ତ୍ତି ନିମନ୍ତେ ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫.୮୬ କୋଟିରୁ ଅଧିକ ଏଲ୍‌ପିଜି ସ˚ଯୋଗ ଯୋଗାଇ ଦିଆଯାଇସାରିଲାଣି । ଏମାନଙ୍କ ମଧ୍ୟରୁ ୪୮%ରୁ ଅଧିକ ହିତାଧିକାରୀ ଏସସି/ଏସଟି ବର୍ଗର । ଦେଶରେ ୮ କୋଟି ଏଲ୍‌ପିଜି ସ˚ଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।