ସ୍ୱାମୀଙ୍କ ଦରିଦ୍ରତାର କାରଣ ହୋଇପାରେ ଝୁଣ୍ଟିଆ (ପାଦର ମୁଦି), ତେଣୁ ପତ୍ନୀକୁ ସର୍ବଦା ଏହି କଥାକୁ ଧ୍ୟାନ ରଖିବା ଉଚିତ ।

Spread the love

ହିନ୍ଦୁ ଧର୍ମରେ ବିବାହିତ ମହିଳାମାନେ ପଦରେ ଝୁଣ୍ଟିଆ ପିନ୍ଧନ୍ତି । ଆମର ଧର୍ମରେ ଦୁଇଟି ପାଦର ମଝି ଅର୍ଥାତ ପାଦର ଦ୍ଵିତୀୟ ଅଙ୍ଗୁଳିରେ ମୁଦି ବା ଝୁଣ୍ଟିଆ ପିନ୍ଧିବାର ନିୟମ ଅଛି । ମହିଳା ମାନଙ୍କ ପୁରା ଶୃଙ୍ଗାର ମୁଦି ଓ ସିନ୍ଦୁର ମଧ୍ୟରେ ହୋଇଥାଏ ଅର୍ଥାତ ଝୁଣ୍ଟିଆ ମହିଳାମାନଙ୍କ ଶେଷ ଆଭୂଷଣ ହୋଇଥାଏ । ମହିଳା ମାନଙ୍କ ମଥାରେ ସୁନାର ମାଙ୍ଗଟିକା ଏବଂ ପାଦରେ ରୂପାର ଝୁଣ୍ଟିଆ ପିନ୍ଧିବାର କାରଣ ଏହା ହୋଇଥାଏ ଯେ, ଆତ୍ମକାରକ ସୂର୍ଯ୍ୟ ଏବଂ ମନକାରକ ଚନ୍ଦ୍ର ଦୁହିଁଙ୍କ କୃପା ସାରା ଜୀବନ ଆପଣଙ୍କ ସହିତ ରହିବ । କିନ୍ତୁ ଏହି କଥା ବୋଧେ ଆପଣଙ୍କୁ ଜଣା ନଥିବ ଯେ, ଝୁଣ୍ଟିଆ ସ୍ୱାମୀଙ୍କର ଗରୀବ ବା ଦରିଦ୍ରତାର କାରଣ ହୋଇପାରେ । ହଁ, ଏହା ନିରାଟ ସତ୍ୟ କଥା ଯେ, ଝୁଣ୍ଟିଆ ସ୍ୱାମୀଙ୍କ ଗରୀବର କାରଣ ମଧ୍ୟ ହୋଇପାରେ ।

ଝୁଣ୍ଟିଆ କାହିଁକି ପିନ୍ଧନ୍ତି ମହିଳାମାନେ ?

ହିନ୍ଦୁ ଧର୍ମରେ ବିବାହିତ ଭାରତୀୟ ମହିଳାମାନେ ଝୁଣ୍ଟିଆ ପିନ୍ଧନ୍ତି । ଝୁଣ୍ଟିଆ କେବଳ ବିବାହିତର ପ୍ରତୀକ ଖାଲି ଏତିକି ନୁହେଁ ବରଂ ଏହା ପଛରେ ବୈଜ୍ଞାନିକ ତଥ୍ୟ ମଧ୍ୟ ରହିଛି । ବେଦ ଅନୁସାରେ ଏହା କୁହାଯାଏ ଯେ, ଝୁଣ୍ଟିଆ ଦୁଇ ପାଦରେ ପିନ୍ଧିଲେ ମହିଳାମାନଙ୍କ ମାସିକଚକ୍ର ନିୟମିତ ହୁଏ । ଭାରତର ସହରିଆ ଅଞ୍ଚଳରେ ଏହାକୁ କମ ବ୍ୟବହାର କରନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ଆଜି ମଧ୍ୟ ଏହାର ମହତ୍ୱ ବଜାୟ ରହିଛି । ଝୁଣ୍ଟିଆକୁ ସର୍ବଦା ଡ଼ାହାଣ ଓ ବାମ ପାଦର ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧନ୍ତି । ଏହା ଗର୍ଭାଶୟକୁ ନିୟନ୍ତ୍ରିତ କରିଥାଏ । କାରଣ ରୂପା ଏକ ଭଲ ସୁଚାଳକ ହୋଇଥାଏ ଅର୍ଥାତ ଏହା ପୃଥିବୀର ଧ୍ରୁବୀୟ ଉର୍ଜାକୁ ଠିକ ରଖି ଶରୀର ପର୍ଯ୍ୟନ୍ତ ପହଞ୍ଚାଇ ଥାଏ । ଫଳରେ ପୁରା ଶରୀର ସ୍ଫୁର୍ତ୍ତି ହୋଇଯାଏ ।

ଭାରତୀୟ ପରମ୍ପରା ଅନୁସାରେ, ପ୍ରତ୍ୟେକ ମହିଳା ବିବାହା ପରେ ନିଜ ପାଦରେ ଝୁଣ୍ଟିଆ ପିନ୍ଧନ୍ତି । ଏଠାରେ ଏହି କଥା ମଧ୍ୟ ଧ୍ୟାନ ରଖନ୍ତୁ ଯେ, କେବେଳ ବିବାହିତ ମହିଳାମାନେ ହିଁ ଝୁଣ୍ଟିଆ ପିନ୍ଧିବା ଉଚିତ । କୁଆଁରୀ ଝିଅମାନେ ଝୁଣ୍ଟିଆ ପିନ୍ଧିବା ଅନୁଚିତ । ଝୁଣ୍ଟିଆ ପଛରେ ମାନ୍ୟତା ଅଛି ଯେ, ଏହା ଦ୍ୱାରା ମହିଳାମାନଙ୍କର ମାସିକ ଚକ୍ର ନିୟମିତ ରୂପରେ ହୋଇଥାଏ । ଏହା ଛଡ଼ା ମହିଳାମାନେ ଝୁଣ୍ଟିଆ ପିନ୍ଧିଲେ ଗର୍ଭଧାରଣର ମଧ୍ୟ କୌଣସି ସମସ୍ୟା ଆସେ ନାହିଁ । କିନ୍ତୁ, ଏହି କଥା ବହୁତ କମ ଲୋକକୁ ଜଣାଥାଏ ଯେ, ଯଦି କୌଣସି ପତ୍ନୀ ନିଜ ପାଦର ଝୁଣ୍ଟିଆ ଠିକ ରୂପେ ପିନ୍ଧନ୍ତି ନାହିଁ; ତେବେ ଝୁଣ୍ଟିଆ ସ୍ୱାମୀର ଦରିଦ୍ରତାର କାରଣ ହୋଇପାରେ ।

ଝୁଣ୍ଟିଆ କିପରି ସ୍ୱାମୀର ଦରିଦ୍ରତାର କାରଣ ହୋଇପାରେ :

ଆମ ଦେଶରେ ମହିଳାମାନେ ଷୋହଳ ଶୃଙ୍ଗାର କରିବା ପାଇଁ ପ୍ରସିଦ୍ଧ । ମଥାର ବିନ୍ଦି ଠାରୁ ଆରମ୍ଭ କରି ପାଦରେ ପିନ୍ଧୁଥିବା ଝୁଣ୍ଟିଆ ପର୍ଯ୍ୟନ୍ତ ପ୍ରତ୍ୟେକର ଏକ ନିଜସ୍ୱ ମହତ୍ୱ ରହିଛି । କଣ ଆପଣ ଜାଣନ୍ତି କି ମହିଳାଙ୍କ ଦ୍ଵାରା ପାଦରେ ପିନ୍ଧା ଯାଉଥିବା ଝୁଣ୍ଟିଆ ତାଙ୍କ ଗର୍ଭାଶୟ ସହ ଗଭୀର ସମ୍ବନ୍ଧ ରହିଛି । ବିବାହାପରେ ମହିଳାମାନେ ଝୁଣ୍ଟିଆ ପିନ୍ଧିବାର ନିୟମ ରହିଛି । କିଛି ଲୋକ ଏହାକୁ ବିବାହର ପ୍ରତୀକ ଏବଂ ପରମ୍ପରା ବୋଲି ଭାବୁଛନ୍ତି । କିନ୍ତୁ ଆପଣ କଣ ଜାଣନ୍ତି କି ଝୁଣ୍ଟିଆର ଗର୍ଭାଶୟ ସହ ବୈଜ୍ଞାନିକ ସମ୍ବନ୍ଧ ରହିଛି । ଗୋଡ଼ର ଦ୍ଵିତୀୟ ଆଙ୍ଗୁଠିରେ ଏକ ବିଶେଷ ଶିର ଥାଏ ଯାହା ସିଧା ଗର୍ଭାଶୟ ସହ ଜଡିତ ହୋଇଥାଏ, ଯାହା ଗର୍ଭାଶୟକୁ ନିୟନ୍ତ୍ରଣ କରେ ଏବଂ ରକ୍ତଚାପକୁ ସନ୍ତୁଳିତ ରଖିଥାଏ । ଝୁଣ୍ଟିଆର ପ୍ରଭାବ ଯୋଗୁଁ ରକ୍ତଚାପ ନିୟମିତ ଭାବେ ନିୟନ୍ତ୍ରିତ ରହିଥାଏ ।

କିନ୍ତୁ, ଝୁଣ୍ଟିଆ ସ୍ୱାମୀର ଗରୀବର କାରଣ ମଧ୍ୟ ହୋଇପାରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଝୁଣ୍ଟିଆ ପିନ୍ଧିବା କାରଣ ଏହା ଯେ, ଏହାକୁ ସୂର୍ଯ୍ୟ ଓ ଚନ୍ଦ୍ରର ପ୍ରତୀକ ଧରାଯାଏ । ଏମିତି ସ୍ୱୀକୃତି ଅଛି ଯେ, ଝୁଣ୍ଟିଆ ପିନ୍ଧିଲେ ସୂର୍ଯ୍ୟ ଏବଂ ଚନ୍ଦ୍ରର କୃପା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କ ଉପରେ ପଡ଼ିଥାଏ । ଏହି କଥାକୁ ମଧ୍ୟ ବିଶେଷ ଧ୍ୟାନ ଦେବା ଉଚିତ ଯେ, ଝୁଣ୍ଟିଆ ସର୍ବଦା ରୂପାର ହିଁ ପିନ୍ଧିବ । ଭୁଲରେ ମଧ୍ୟ କେବେ ସୁନାର ଝୁଣ୍ଟିଆ ପିନ୍ଧିବା ଉଚିତ ନୁହେଁ । ସ୍ତ୍ରୀଙ୍କର ଝୁଣ୍ଟିଆ ଏତେ ଢିଲା ନ ହେଉ ଯେପରି ଆଙ୍ଗୁଠିରୁ ବହାରି ଯାଉଥିବ । ଏହି କଥାକୁ ମଧ୍ୟ ବିଶେଷ ଭାବେ ଧ୍ୟାନ ରଖନ୍ତୁ ଯେ, ନିଜର ପିନ୍ଧିଥିବା ଝୁଣ୍ଟିଆ ଅନ୍ୟ କାହାକୁ ଦେବେ ନାହିଁ । ଏମିତି କରିବା ଦ୍ୱାରା ସ୍ୱାମୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥାଏ ଏବଂ ସ୍ଵାମୀ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ହୋଇପାରନ୍ତି ।

ଆଶା କରୁଛୁ ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବ । ଅନୁଛେଦଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ବନ୍ଧୁ ଓ ପରିବାରଙ୍କ ମଧ୍ୟରେ ଶେୟାର କରନ୍ତୁ । ହଁ ଆଜ୍ଞା, ମତାମତ Comment ଜରିଆରେ ନିଶ୍ଚୟ ପ୍ରଦାନ କରନ୍ତୁ । ଧନ୍ୟବାଦ !