ଆଜିର ସୁନା ରେଟ – ଜାଣନ୍ତୁ କଣ ରହିଛି ଆଜି ଭୁବନେଶ୍ୱରରେ ସୁନା ଦାମ ।

gold 1

ଏହି ବର୍ଷ ୨୦୨୦ ଟି କାହା ପାଇଁ ମଧ୍ୟ ଭଲ ରହି ନାହିଁ । କରୋନା ଭାଇରସ ର ତାଣ୍ଡବରେ ସାରା ବିଶ୍ଵ ଥରହର ହେଉଛି । ଯାହା ପାଇଁ ଦେଶର ଅର୍ଥନୀତି ମଧ୍ୟ ତଳକୁ ଖସି ଯାଇଥିଲା ଓ ସୁନାର ଦାମ ଆକାଶ ଛୁଆଁ ହୋଇଥିଲା । ଯେହେତୁ ଏବେ ସବୁ ଧୀରେ ଧୀରେ ସ୍ଵାଭାବିକ ହେଉଛି ଓ କରୋନା ଟୀକା ଆସିବାର ସମ୍ଭାବନା ଅବଢୁଛି ତେଣୁ ଡଲାର ର ମୂଲ୍ୟ ମଧ୍ୟ ଧୀରେ ଧୀରେ ସବୁ ବଢିବାକୁ ଲାଗିଛି । ତେଣୁ ସୁନାର ଦାମ ରେ କ୍ରମାଗତ ଭାବେ ଉତ୍ଥାନ ପତ୍ତନ ଲାଗି ରହିଛି । ତେଣୁ ଆଜି ଆମେ ଆପଣଙ୍କୁ ଆଜିର ସୁନା ର ଦାମ କଣ ରହିଛି ସେହି ବିଷୟରେ କହିବାକୁ ଯାଉଛୁ ।

ସ୍ଥିର ଅଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧,୯୮୦ ଟଙ୍କା ଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୬୫୦ ଟଙ୍କା ଓ ୫୧,୯୮୦ ଟଙ୍କା ଛୁଇଁଛି।

gold

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୬୫୦ ଟଙ୍କା ଓ ୫୧,୯୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୬୫୦ ଟଙ୍କା ଓ ୫୧,୯୮୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୭୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୦୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୬୫୦ ଟଙ୍କା ଓ ୫୧,୯୮୦ ଟଙ୍କା ରହିଛି।

ତେବେ ସବୁଦିନ ସୁନା ଦର ବିଷୟରେ ସବୁତକ ଖବର ନିଜ ମୋବାଇଲରେ ପଢିବା ପାଇଁ ଏବେ ହିଁ ଆମ ପେଜକୁ ଲାଇକ କରିବା ସହିତ ଅଧିକରୁ ଅଧିକ ଏହି ପୋଷ୍ଟକୁ ସେୟାର କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *