ପୂର୍ବରୁ ଗରିବ ସ୍ୱାମୀର ପତ୍ନୀ ଥିଲେ, ବର୍ତ୍ତମାନ ବଲିଉଡର ପ୍ରସିଦ୍ଧ ଅଭିନେତାଙ୍କ ପତ୍ନୀ । କିଏ ଏହି ସୁନ୍ଦରୀ ମହିଳା ଜାଣନ୍ତୁ ?

Spread the love

ବଲିଉଡ ଏହିପରି ଏକ ସ୍ଥାନ ଯେଉଁଠି ସୁନ୍ଦର ବ୍ୟକ୍ତିଙ୍କ ଆସର ଜମିଥାଏ । ଏଠାରେ କେବଳ ଫିଲ୍ମରେ କାମ କରିବା ଲୋକେ ନୁହେଁ ସେମାନଙ୍କ ପରିବାରର ସଦସ୍ୟ ମାନେ ମଧ୍ୟ ଗ୍ଲାମରର୍ସ ଏବଂ ବୋଲଡ଼ ଅଟନ୍ତି । ଖାସକରି ବଲିଉଡ ତାରକାଙ୍କ ପତ୍ନୀ ପ୍ରତିଦିନ ମିଡ଼ିଆର ନଜରରେ ଆସିଥାନ୍ତି । ଏହି ବିଷୟକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ବଡ଼ ତାରକାଙ୍କ ପତ୍ନୀଙ୍କ ବିଷୟରେ କହିବା ପାଇଁ ଯାଉଛୁ; ଯିଏ ପ୍ରଥମରୁ ଗରିବ ଥିଲେ କିନ୍ତୁ ଏହି ବଲିଉଡର ତାରକାଙ୍କ ପତ୍ନୀ ହେବା ପରେ ପ୍ରସିଦ୍ଧି ଲାଭ କରିଥିଲେ । ଆମେ ଏଠାରେ ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ବିଷୟରେ ଆପଣଙ୍କୁ ଜଣାଇବା ପାଇଁ ଚାହୁଁଛୁ ।

ମାନ୍ୟତା ସଞ୍ଜୟଙ୍କ ତୃତୀୟ ପତ୍ନୀ ଅଟନ୍ତି । ସଞ୍ଜୟ ସର୍ଵପ୍ରଥମେ ରିଚା ଶର୍ମାଙ୍କ ସହ ବିବାହ କରିଥିଲେ ଯାହାଙ୍କ ମୃତ୍ୟୁ କ୍ୟାନ୍ସର ଯୋଗୁଁ ହୋଇଯାଇଥିଲା । ଏହାପରେ ସଞ୍ଜୟ ଦ୍ଵିତୀୟ ବିବାହ ରିୟା ପିଲ୍ଲେଙ୍କ ସହ କରିଥିଲେ, ଯାହା କିଛି ବର୍ଷ ପରେ ଭାଙ୍ଗି ଯାଇଥିଲା । ଶେଷରେ ୭ ଫେବୃଆରୀ ୨୦୦୮ରେ ମାନ୍ୟତାଙ୍କ ସହ ଗୋଆରେ ବିବାହ କରି ନେଇଥିଲେ । ମାନ୍ୟତାଙ୍କ ସଞ୍ଜୟଙ୍କ ଜୀବନରେ ବହୁତ ବଡ଼ ଅବଦାନ ରହିଛି । ସଞ୍ଜୟଙ୍କ ଦୁଃଖ ସମୟରେ ମାନ୍ୟତା ସଂଜୟଙ୍କ ସହ ରହିଥିଲେ । ଏହି କଥାର ଉଲ୍ଲେଖ ନିକଟରେ ସଞ୍ଜୁ ଚଳଚିତ୍ରରେ ଦର୍ଶାଯାଇଛି । ଏହି ଫିଲ୍ମ ପରେ ମାନ୍ୟତାଙ୍କୁ ବହୁତ ପ୍ରସିଦ୍ଧି ଲାଭ ହୋଇଥିଲା ।

ସଞ୍ଜୟ ପ୍ରାୟତଃ ଫିଲ୍ମ ଶୁଟିଙ୍ଗରେ ବ୍ୟସ୍ତ ରହୁଥିଲେ । ଏହିଭଳି ସମୟରେ ମାନ୍ୟତା ଉଭୟ ଘର ଏବଂ ସଞ୍ଜୟଙ୍କ ଦୁଇ ଛୁଆଙ୍କୁ ସମ୍ଭାଳୁ ଥିଲେ । ୨୨ ଜୁଲାଇ ୧୯୭୯ରେ ମୁମ୍ବାଇରେ ଜନ୍ମିତ ମାନ୍ୟତାଙ୍କ ପ୍ରକୃତ ନାମ ଦିଲନବାଜ ଶେଖ ଅଟେ । ମାନ୍ୟତା ନିଜ ବାଲ୍ୟକାଳ ଦୁବାଇରେ ଅତିବାହିତ କରିଥିଲେ । ପରେ ନିଜ ଅଭିନୟ ଉପଲକ୍ଷେ ମୁମ୍ବାଇ ଆସିଥିଲେ ।

ଜାଣନ୍ତୁ କିପରି ମାନ୍ୟତା ସଞ୍ଜୟ ଦତ୍ତଙ୍କ ପତ୍ନୀ ହୋଇଥିଲେ :

ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ସଞ୍ଜୟ ଦତ୍ତଙ୍କ ସହ ମାନ୍ୟତାଙ୍କ ପ୍ରଥମ ବିବାହ ନୁହେଁ । ପୂର୍ବରୁ ୨୦୦୩ରେ ମାନ୍ୟତା ମିରାଜ ଉଲ୍ଲ ରେହାମାନ ନାମକ ଜଣେ ସାଧାରଣ ବ୍ୟକ୍ତି ସହ ବିବାହ କରିଥିଲେ କିନ୍ତୁ ପରେ ଦୁହିଙ୍କ ବିବାହରେ ବିରହ ହୋଇଯାଇଥିଲା ।ଏହାପରେ ସଞ୍ଜୟ ମାନ୍ୟତାଙ୍କ ଜୀବନରେ ଆସିଥିଲେ ଏବଂ ଦୁହେଁ ସବୁଦିନ ପାଇଁ ଏକାଠି ହୋଇଯାଇଥିଲେ । ମାନ୍ୟତା ସଞ୍ଜୟଙ୍କ ଠାରୁ ୨୦ ବର୍ଷ ଛୋଟ ଅଟନ୍ତି । ଏହି ଦୁହିଙ୍କ ପ୍ରେମ ସଂପର୍କ ବହୁତ ମଜାଳିୟା ଅଟେ ।

ମାନ୍ୟତା ଯେତେବେଳେ ବଲିଉଡରେ ଏଣ୍ଟ୍ରି କରିଥିଲେ, ସେହି ସମୟରେ ସାରା ଖାନ୍ ରୂପରେ ପରିଚିତ ଥିଲେ । ସେ ୨୦୦୩ରେ ଗଙ୍ଗାଜଳ ଫିଲ୍ମରେ ଆଇଟମ ଗାର୍ଲ ରୂପେ ଅଭିନୟ କରିଥିଲେ । ଏହାପରେ ତାଙ୍କର ନାମ ମାନ୍ୟତା ହୋଇଥିଲା । ସଞ୍ଜୟ ଏବଂ ମାନ୍ୟତାଙ୍କ ଭେଟ ୨୦୦୬ରେ ହୋଇଥିଲା । ପ୍ରାୟତଃ ଆୱାର୍ଡ ଶୋ’ ଗୁଡିକରେ ଦୁହିଙ୍କୁ ଦେଖିବା ପାଇଁ ମିଳୁଥିଲା । ଏହି ସମୟରେ ସଞ୍ଜୟଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ବନ୍ଧୁଙ୍କୁ ସଞ୍ଜୟ, ମାନ୍ୟତାଙ୍କୁ ଭେଟାଇ ଥିଲେ ଏବଂ କହିଥିଲେ ମୁଁ ଏହି ଝିଅ ସହ ଖୁବ ଶୀଘ୍ର ବିବାହ କରିବା ପାଇଁ ଯାଉଛି । ପରେ ୨୦୦୮ରେ ଦୁହେଁ ବିବାହ କରି ନେଇଥିଲେ ।

ବିବାହ ପରେ ସଞ୍ଜୟ ଏବଂ ମାନ୍ୟତାଙ୍କ ଦୁଇଟି ସନ୍ତାନ ହେଲେ ଯେଉଁଥିରେ ଜଣେ ପୁଅ ସହରାନ ଦତ୍ତ ଏବଂ ଝିଅ ଇକରା ଦତ୍ତ ସାମିଲ ଅଟନ୍ତି । ନିକଟରେ ମାନ୍ୟତାଙ୍କ ଏକ ଫୋଟ ଭାଇରଲ ହୋଇଛି । ଏହି ଫୋଟରେ ସେ ଲାଲ ଶାଢ଼ୀ ପିନ୍ଧିଛନ୍ତି ଏବଂ ବହୁତ ସୁନ୍ଦର ଦେଖାଯାଉଛନ୍ତି ।