ପୂର୍ବରୁ ଏହି ଅଭିନେତ୍ରୀଙ୍କ ସମ୍ପର୍କ ଥିଲା ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ସହ । ବର୍ତ୍ତମାନ ଏହି ଅକଭିନେତ୍ରୀ ଜଣକ ମୋଦୀଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ ।

Spread the love

ଅଭିନେତ୍ରୀ ରିୟା ସେନଙ୍କ ମାଆ ଅଭିନେତ୍ରୀ ମୁନମୁନ୍ ସେନ୍ ପଶ୍ଚିମବଙ୍ଗର ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ । ବର୍ତ୍ତମାନ ଭାରତରେ ନିର୍ବାଚନର ତାତି ଚାଲିଛି । ଏହି ପରିସ୍ଥିତିରେ ବହୁତ ଗୁଡିଏ କଳାକାର ଅନେକ ରାଜନୈତିକ ଦଳରେ ଯୋଗ ଦେଇ, ରାଜନୀତିତର ମୋହଲରେ ହଲଚଲ୍ ସୃଷ୍ଟି କରିଛନ୍ତି । ଏହି ସମୟରେ ପଶ୍ଚିମବାଙ୍ଗରେ ବିଜେପିକୁ ହରାଇବା ପାଇଁ ମମତା ବାନାର୍ଜୀ, ବଙ୍ଗାଳୀ ଅଭିନେତ୍ରୀଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପାର୍ଟି ୩ ଜଣ ବଙ୍ଗାଳୀ ଅଭିନେତ୍ରୀଙ୍କୁ ନିର୍ବାଚନ ମଇଦାନରେ ଓଲ୍ଲାଇ ସାରିଛନ୍ତି । ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ନୁସରତ୍ ଜାହାଁ, ମିମୀ ଚକ୍ରବର୍ତୀ ଓ ବର୍ତମାନ ମୁନମୁନ୍ ସେନ୍ ଦଳରେ ଯୋଗ ଦେଇଛନ୍ତି । ବଲିଉଡ୍ ଅଭିନେତ୍ରୀ ରିୟା ସେନଙ୍କ ମାଆ ମୁନମୁନ୍ ସେନ୍ ପଶ୍କିମବଙ୍ଗର ଆସନରେ ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବେ । ସୂତ୍ର ଅନୁସାରେ, ଅତୀତରେ ମୁନମୁନ୍ ସେନଙ୍କ ସମ୍ପର୍କ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ରହିଥିଲା ଓ ଏହା ସହ ବଲିଉଡ୍ ସହ ମଧ୍ୟ ସମ୍ପର୍କ ରହିଥିଲା ।

ଅତୀତରେ ଏହି ଅଭିନେତ୍ରୀଙ୍କ ସମ୍ପର୍କ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ରହିଥିଲା :

ଗତ ସପ୍ତାହରେ ମମତା ବାନାର୍ଜୀ ମୁନମୁନ୍ ସେନଙ୍କୁ ଦଳରେ ସାମିଲ କରାଇଛନ୍ତି । ଆପଣମାନେ ଜାଣିଛନ୍ତି; ଏହି ଥର ମମତା ବାନାର୍ଜୀ ନିଜ ଦଳରେ ୪୧ ପ୍ରତିଶତ ମହିଳାଙ୍କୁ ନିଜ ଦଳରେ ସାମିଲ କରିଛନ୍ତି । ମୁନମୁନ୍ ସେନ୍ ୨୦୧୪ ମସିହାରେ ପଶ୍ଚିମବଙ୍ଗ ରାଜନୀତିରେ ଯୋଗ ଦେଇଥିଲେ ଓ ଚଳଚିତ୍ର ଦୁନିଆରେ ଜଣେ ଆଇଟମ୍ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି । ଏହି ଅଭିନେତ୍ରୀ ଜଣକ ହିନ୍ଦୀ ଚଳଚିତ୍ର ସହ ବଙ୍ଗାଳୀ, ତେଲୁଗୁ, ତାମିଲ, କନ୍ନଡ ଓ ମରାଠି ଚଳଚିତ୍ରରେ କାମ କରି ସାରିଛନ୍ତି ।

ମୁନମୁନ୍ ସେନ୍ ବିଗତ ଦିନର ଅଭିନେତ୍ରୀ ସୁଚିତ୍ରା ସେନଙ୍କ ସୁକନ୍ୟା ଅଟନ୍ତି । ମାଆ ଯେଉଁ ରାସ୍ତାରେ ଚାଲୁଥିଲେ, ସେହି ରାସ୍ତାକୁ ଅନୁସରଣ କରି ମୁନମୁନ୍ ବହୁତ ଗୁଡିଏ ଚଳଚିତ୍ର ସହ ଅନେକ ଗୁଡିଏ ଧାରାବାହିକରେ ମଧ୍ୟ କାମ କରିସାରିଛନ୍ତି । ଗୋଟିଏ ସମୟ ଥିଲା ମୁନମୁନ୍ ଙ୍କ ନାମ ବର୍ତ୍ତମାନର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କ ସହ ଯୋଡି ହୋଇଥିଲା ଓ ଏହା ମଧ୍ୟ କୁହାଯାଉଥିଲା, ମୁନମୁନ୍ ବିବାହ ପରେ ମଧ୍ୟ ଇମରାନ୍ ଙ୍କ ସହ ବନ୍ଧୁତ୍ଵର ସମ୍ପର୍କ ଛିନ୍ନ କରି ନାହାନ୍ତି । ସେହି ସମୟର ଏକ ମ୍ୟଗାଜିନର ପ୍ରଥମ ପୃଷ୍ଠାରେ ଇମରାନ ଓ ମୁନମୁନଙ୍କ ଏକ ଅନ୍ତରଙ୍ଗ ଚିତ୍ର ନଜରକୁ ଆସିଥିଲା ।

ସେହି ସମୟରେ ଯେତେବେଳେ ମୁନମୁନଙ୍କୁ ନିଜ ସମ୍ପର୍କ ବିଷୟରେ ପଚରା ଯାଇଥିଲା; ସେହି ସମୟରେ ମୁନମୁନ୍ ଯାହା କହିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ମୁନମୁନ୍ ଏହା ମଧ୍ୟ କହିଥିଲେ, ତାଙ୍କୁ ଇମରାନଙ୍କ ସହ ସମୟ ବିତାଇବା ପାଇଁ ଭଲ ଲାଗେ ଓ ଏହି କଥାକୁ ନେଇ ମୁନମୁନଙ୍କ ପତିଙ୍କୁ କୌଣସି ଆପତି ନାହିଁ । ମୁନମୁନ୍ ଙ୍କ ଏହି ଉତ୍ତରରେ ପରିବାର ଲୋକେ ବହୁତ ଚିନ୍ତାଗ୍ରସ୍ତ ହୋଇପଡିଥିଲେ । ଏହା ପରେ ମୁନମୁନ୍ ଙ୍କୁ ନିଜ ଘରେ ହିଁ ରହିବାକୁ ପଡିଥିଲା ଓ ଧୀରେ ଧୀରେ ମୁନମୁନ୍ ଙ୍କ ନାମ ସହ ଇମରାନଙ୍କ ନାମ ଯୋଡି ହେବା ବନ୍ଦ ହେବାରେ ଲାଗିଲା ।

ଦୁଇ ଅଭିନେତ୍ରୀ ଝିଅଙ୍କ ମାଆ ହେଉଛନ୍ତି ମୁନମୁନ୍ ସେନ୍ :

ମୁନମୁନ୍ ସେନ୍ ଙ୍କ ଦୁଇ ଜଣ ଝିଅଙ୍କ ନାମ ରୀୟ ଓ ରାଇମା ଅଟେ । ଦୁଇ ଜଣ ଝିଅ ନିଜ ମାଆଙ୍କ ପରି ହିନ୍ଦୀ, ତେଲୁଗୁ, ଓଡିଆ, ମାଲୟାଲମ, ତାମିଲ, ବଙ୍ଗାଳୀ ଓ ମାରାଠି ଚଳଚିତ୍ରରେ କାମ କରି ଚାଲିଛନ୍ତି । ଚଳଚିତ୍ର ଗୁଡିକରେ ନିଜର ହଟ୍ ଆଣ୍ଡ୍ ବୋଲ୍ଡ ଅବତାର ପାଇଁ ବହୁତ ନାମ କମେଇଛନ୍ତି ମୁନମୁନ୍ ସେନ୍ । ୧୯୮୪ ମସିହାରେ ଆସିଥିବା ବଲିଉଡ୍ ଚଳଚିତ୍ର “ଅନ୍ଦର ବାହାର୍” ଜରିଆରେ ବଲିଉଡ୍ ରେ ପଦାର୍ପଣ କରିଥିଲେ । ଏହି ଚଳଚିତ୍ରରେ ଜ୍ୟାକି ସୋରଫ୍ ଓ ଅନିଲ୍ କପୁର୍ ମୁଖ୍ୟ କଳାକାର ରୂପରେ କାର୍ଯ୍ୟ କରିଥିଲେ । ନିଜର ପଦାର୍ପଣ ଚଳଚିତ୍ରରେ ହିଁ ମୁନମୁନ୍ ସେନ୍ ନିଜର ବୋଲ୍ଡ ଅବତାରର ଜ୍ଜଲବ୍ୱା ବିଛାଇ ସାରିଥିଲେ । ଯାହା ଫଳରେ ମୁନମୁନ୍ ସେନ୍ ଙ୍କୁ ବହୁତ ଗୁଡିଏ ଚଳଚିତାରେ କାମ କରିବା ପାଇଁ ସୁଯୋଗ ମିଳିଥିଲା । କିନ୍ତୁ ନିଜ ଅଭିନୟ ପ୍ରତିବଦଳରେ ଏହି ଅଭିନେତ୍ରୀ ଜଣକ ନିଜ ସମ୍ପର୍କକୁ ନେଇ ବହୁତ ଚର୍ଚାରେ ରହିଥିଲେ ।