ଏକଦା ରାସ୍ତାରେ ‘ସେଣ୍ଡବିଚ’ ବିକି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ବର୍ତ୍ତମାନ ସେ ବଲିଉଡର ଏକ ନାମିଦାମୀ ତାରକା ଅଟନ୍ତି ।

Spread the love

ବଲିଉଡରେ ପ୍ରତିଦିନ ନୂଆ କଳାକାରମାନଙ୍କର ଆଗମନ ହୁଏ କିନ୍ତୁ ଦିଲ୍ଲୀପ କୁମାରଙ୍କ ପରି କିଏ ମଧ୍ୟ ହୋଇପାରି ନାହାନ୍ତି । ସେ ଏପରି ଏକ ଅଭିନେତା ଯିଏକି ବଲିଉଡକୁ ଏଭଳି ଫିଲ୍ମ ଦେଇଥିଲେ ଯାହା ଦେଶରେ ନୁହଁ ବରଂ ବିଦେଶରେ ମଧ୍ୟ ବହୁତ ଲୋକପ୍ରିୟ ହେଲା । ତାଙ୍କର ପ୍ରକୃତ ନାମ ୟୁସୁଫ ଖାନ, ବଲିଉଡରେ ତାଙ୍କର ଅଭିନୟର ଶୈଳୀକୁ ଦେଖି ତାଙ୍କ ନାମ ଦିଲ୍ଲୀପ କୁମାର ରଖା ଯାଇଥିଲା । ଆଜି ଆମେ ଆପଣଙ୍କୁ ଦିଲ୍ଲୀପ କୁମାରଙ୍କ ବିଷୟରେ କହିବୁ ଯିଏ ଏକ ମହାନ ଅଭିନେତା ହେବା ପୂର୍ବରୁ ସେଣ୍ଡବିଚ ବିକି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ । ୧୧ ଡିସେମ୍ବର ୧୯୨୨ରେ ସେ ପେଶାବର ଏକ ଗରିବ ଘରେ ଜନ୍ମ ଗ୍ରହଣ କରିଥିଲେ । ବହୁତ କଠିନ ଜୀବନ ବିତାଇବା ପରେ ସେ ଏହି ସଫଳତାକୁ ପାଇଥିଲେ । ତାଙ୍କ ବିଷୟରେ କିଛି କଥା ଚାଲନ୍ତୁ ଜାଣିବା –

ଗରିବ ପରିବାରରେ ଜନ୍ମ ହୋଇଥିଲେ :

ଦିଲ୍ଲୀପ କୁମାର ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ପିତା ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଫଳ ବିକୁଥିଲେ । ପେଶାବରରେ ପରିବାରର ଗୁଜୁରାଣ ହୋଇ ନ ପାରିବାରୁ ସେମାନେ ମୁମ୍ବାଇ ଚାଲି ଆସିଥିଲେ ଏବଂ ଏଠାରେ ନିଜ ପିତାଙ୍କ ସହ ଦିଲ୍ଲୀପ କୁମାର ମଧ୍ୟ ଫଳ ବିକିବା ଆରମ୍ଭ କରିଥିଲେ । ପରେ ନିଜ ପିତାଙ୍କ ସହ ମତଭେଦ ହେବାରୁ ସେ ପୁଣେ ଚାଲିଆସି ସେଣ୍ଡବିଚ ବିକିବାକୁ ଲାଗିଲେ ।

ସଫଳତା ମିଳି ନଥିଲା :

ପୁଣେରେ ସେଣ୍ଡବିଚ ବିକି ନିଜର ଗୁଣୁରାଣ ମେଣ୍ଟାଇ ପାରୁନଥିଲା । ଯାହାଫଳରେ ସେ ପୁନଶ୍ଚ ମୁମ୍ବାଇ ଫେରି ଆସିଲେ ଯେଉଁଠି ତାଙ୍କ ପରିବାରର ଅବସ୍ଥା ପୂର୍ଵ ଅପେକ୍ଷା ଅଧିକ ଖରାପ ଥିଲା । ନିଜ ପରିବାରର ସ୍ଥିତି ଦେଖି ସେ ଆହୁରି ଦୁଃଖୀ ହୋଇପଡିଲେ ଏବଂ ଚାକିରୀ କରିବା ପାଇଁ ବାହାରି ପଡିଲେ । ଚାକିରିର ସନ୍ଧାନରେ ସେ ବୁଲି ବୁଲି ମୁମ୍ବାଇ ଟକିଜର ମାଳିକାଣି ଦେବିକା ରାଣୀଙ୍କ ସହ ସାକ୍ଷାତ ହୋଇଥିଲା ।

ସୁନ୍ଦର ଚେହେରାକୁ ଦେଖି ଆକର୍ଷିତ ହୋଇଥିଲେ :

ଦେବିକା ରାଣୀ ତାଙ୍କର ସୁନ୍ଦର ଚେହେରାକୁ ଦେଖି ଆକର୍ଷିତ ହୋଇଥିଲେ । ସେ ତାଙ୍କୁ ଉପଦେଶ ଦେଇଥିଲେ ଯେ, ଦିଲ୍ଲୀପ କୁମାରଙ୍କୁ ବଲିଉଡର ଫିଲ୍ମରେ କାମ କରିବା ଦରକାର ଅଟେ । ଯାହାପାଇଁ ସେ ବହୁତ ପରିଶ୍ରମ କରିବା ପରେ ତାଙ୍କୁ “ଜୁଆର ଭଟ୍ଟା” ଫିଲ୍ମରେ କାମ କରିବାକୁ ସୁଯୋଗ ମିଳିଲା । କିନ୍ତୁ ଏହି ଫିଲ୍ମ ବଡ଼ ପରଦାରେ କିଛି କମାଲ ଦେଖାଇ ପାରିନଥିଲା ।

ନିରାଶା ହୋଇ ନ ଥିଲେ । ଯଦ୍ୟପି ତାଙ୍କର ପ୍ରଥମ ଫିଲ୍ମ ସେତେଟା ଭଲ ପ୍ରଦର୍ଶନ କରିନଥିଲା କିନ୍ତୁ ସେ ହତାଶ ନ ହୋଇ ଚେଷ୍ଟା କରିବା ଛାଡି ନ ଥିଲେ । ବହୁତ ପରିଶ୍ରମ ଏବଂ ଇଛା ଶକ୍ତିରେ ଫିଲ୍ମ “ଅନ୍ଦାଜ” ଜରିଆରେ ସେ ପ୍ରଶଂସକଙ୍କ ହୃଦୟରେ ଏକ ଅଲଗା ପରିଚୟ ସ୍ଥାପନ କରିଥିଲେ ଏବଂ ଧୀରେ ଧୀରେ ବଲିଉଡର ବଡ଼ ପରଦାରେ ବ୍ୟାପି ଗଲା । ନିଜର ବଲିଉଡ କ୍ୟାରିଅରରେ କୋହିନୁର, ଦେବଦାସ, ଦିଦାର, ମୁଘଲ-ଏ-ଆଜମ ଭଳି ଅନେକ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରି ନିଜର ଅଭିନୟ ଦ୍ଵାରା ବଲିଉଡରେ ନିଜକୁ ମହାନ ଅଭିନେତା ସିଦ୍ଧ କରିପାରିଥିଲେ ।

ସାୟରାଙ୍କ ସହ ବିବାହ କରିଥିଲେ :

ବ୍ୟକ୍ତିଗତ ଜୀବନରେ ସେ କୌଣସି ଅଭିନେତାଙ୍କ ଠାରୁ କମ୍ ନଥିଲେ । ସେ ୪୪ବର୍ଷରେ ୨୨ବର୍ଷିୟ ସାଇରା ବାନୋଙ୍କ ସହ ୧୯୬୬ ମସିହାରେ ବିବାହ କରିଥିଲେ । ଉଭୟଙ୍କ ବିବାହ ପରେ ବଲିଉଡରେ ତାଙ୍କ ନାମରେ ବହୁତ ଚର୍ଚ୍ଚା ହେଲା । ତାଙ୍କର ଅଭିନୟ ପାଇଁ ତାଙ୍କୁ ବହୁତ ଗୁଡିଏ ଆୱାର୍ଡ ମଧ୍ୟ ଦିଆ ଯାଇଥିଲା । ଫିଲ୍ମ କ୍ୟାରିଅର ବ୍ୟତୀତ ସେ ରାଜନୀତିରେ ମଧ୍ୟ ଭଲ ଭୂମିକା ସମ୍ପାଦନା କରିଲେ ଏବଂ ରାଜ୍ୟସଭାର ସଦସ୍ୟ ମଧ୍ୟ ହୋଇଥିଲେ । ତାଙ୍କର ଦର୍ଶକ ଏବଂ ପ୍ରସଂଶକ ତାକୁ ବହୁତ ଆଦର ଏବଂ ସମ୍ମାନ କରୁଥିଲେ । ତାଙ୍କ ଭଳି ଅଭିନେତା ନା ଆଜି ପର୍ଯ୍ୟନ୍ତ ହୋଇଛନ୍ତି ନା ଭବିଷ୍ୟତରେ ମଧ୍ୟ କେବେ ହେବେ ।

ଏହି ଅନୁଛେଦଟିକୁ ନେଇ ଆପଣଙ୍କ ମନ୍ତବ୍ୟ କଣ ? Comment କରି ଜାଣନ୍ତୁ ! ଧନ୍ୟବାଦ !