ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

alerted

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ ବି ରହିବ । ଗତକାଲି ମାତ୍ର ଦେଢ ଘଣ୍ଟା ଭିତରେ ପୁରା ଓଲଟପାଲଟ ହୋଇଗଲା ରାଜଧାନୀର ପାଣିପାଗ ।

ତାପମାତ୍ରା ଏକାବେଳେ ୩୩. ୮ ଡିଗ୍ରୀ ରୁ ୨୦. ୮ ଡିଗ୍ରୀ କୁ ଖସିଗଲା । ଫଳରେ ଉଦୁଉଦିଆ ଖରାବେଳଟାରେ ରାଜଧାନୀ ବାସୀ କାଲୁଆ ହୋଇଗଲେ। ପଶ୍ଚିମା ଝଡ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁ ରାଜଧାନୀ ପାଣିପାଗରେ ଏମିତି ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଆଉ କିଛି ସମୟ ଭିତରେ ପାରଦ ୧୨.୮ ଡିଗ୍ରୀ ଖସିଯାଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

rain 1

ସେହିପରି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଆଉ ଜଗତସିଂହପୁର ଆଦି ୭ଟି ଜିଲ୍ଲାରେ ଗତକାଲି ଅପରାହ୍ନରେ କୂଆ ପଥର ବର୍ଷା ହୋଇଛି । ଆକାଶରୁ ପୁଳା ପୁଳା କୂଆ ପଥର ପଡିବା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବୋହିବାରୁ ଏହି ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସୂଚନା ମିଳିଛି ।

ତେବେ ୨୩ ତାରିଖରୁ ଅର୍ଥାତ୍ ଆସନ୍ତା କାଲି ଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶାରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଣୁ ଆସନ୍ତା ୪ଦିନ ରାଜ୍ୟରେ ଠାଏ ଠାଏ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

ତେବେ ଆଜି ମଧ୍ୟ ପଶ୍ଚିମା ଝଡର ପ୍ରଭାବ ୧୨ଟି ଜିଲ୍ଲା ଉପରେ ରହିବ । ଏହି ୧୨ଟି ଜିଲ୍ଲାରେ କିଛି କିଛି ସ୍ଥାନରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେସବୁ ଜିଲ୍ଲା ଗୁଡିକ ହେଲା- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ,ଗଞ୍ଜାମ ,ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଆଉ ଭଦ୍ରକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *