ଆଜି ୨୦ ମାର୍ଚ୍ଚ | ଆଜି ବିଜୁଳି,ଘଡଘଡି ଓ ବର୍ଷା ପବନ ସମ୍ଭାବନା |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ରାଜ୍ୟର ଉପକୂଳ ତଥା ସଂଲଗ୍ନ ଓଡିଶାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ରହୁଥିବା ବେଳେ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏ ରହିବ । ଅର୍ଥାତ୍ ବିଜୁଳି ଘଡଘଡି ସହ ଝଡ ବର୍ଷା ହେବ । ଆଜିପାଇଁ ୧୭ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ଝଡ ବର୍ଷାର ସମ୍ଭାବନାକୁ ନେଇ ଉକ୍ତ ୨୭ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ତେବେ ଅଭ୍ୟନ୍ତରୀଣ କର୍ଣାଟକ ଅଞ୍ଚଳରୁ ଏକ ନିମ୍ନ ଚାପ ରେଖା ଛତିଶଗଡ଼ ଆଉ ପୂର୍ବ ମଧ୍ୟପ୍ରଦେଶ ଅଞ୍ଚଳକୁ ଅଭ୍ୟନ୍ତରୀଣ ଓଡିଶାର କିଛି ଅଞ୍ଚଳ ଦେଇ ଝାଡଖଣ୍ଡ ଯାଏ ଲମ୍ବିଛି । ଆଉ ଏହା ପ୍ରଭାବରେ ବାୟୁ ମଣ୍ଡଳର ତଳ ଭାଗରେ ଦକ୍ଷିଣ ପୂର୍ବ ତଥା ପୂର୍ବ ଦିଗରୁ ଜଳୀୟ ବାଷ୍ପ ପୂର୍ଣ୍ଣବାୟୁ ବଙ୍ଗୋପସାଗରରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ।ଆଉ ଏଥି ସହ ଏହା ପଶ୍ଚିମା ଝଡର ପ୍ରଭାବ ଯୋଗୁ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ଆଉ ଏହି ଦୁଇ ଭିନ୍ନ ଧରଣର ବାୟୁ ପରସ୍ପର ସଙ୍ଗ ସ୍ପର୍ଶରେ ଆସି ବିଜୁଳି ଘଡଘଡି ସହ ବର୍ଷା ସୃଷ୍ଟି ହେଉଛି । ଆଉ କିଛି ସ୍ଥାନରେ ଏଥିଯୋଗୁ କୂଆ ପଥର ବର୍ଷା ହେଉଥୁବା ମଧ୍ୟ ପାଣିପାଗ କାର୍ଯାଳୟ ପକ୍ଷରୁ ସୂଚନା ମିଳିଛି ।

rain 1

ତେବେ ଗତକାଲି ରାଜ୍ୟର କେତେକ ଅଞ୍ଚଳରେ କୂଆ ପଥର ବର୍ଷା ହୋଇଯାଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼ ଆଉ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ କିଛି କିଛି ସ୍ଥାନରେ କୂଆ ପଥର ବର୍ଷା ହୋଇଛି । ଆଉ କିଛି କିଛି ସ୍ଥାନରେ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମିଟର ଯାଏ ପହଞ୍ଚିଥିଲା ।

ଆଉ ଆଜି ରାଜ୍ୟର ୧୭ଟି ଜିଲ୍ଲାରେ କାଳ ବୈଶାଖୀ ବର୍ଷା ସମ୍ଭାବନା ଥିବା ବେଳେ ପବନର ବେଗ ୪୦ ରୁ ୫୦ କିଲୋମିଟର ଯାଏ ରହିବ । ଅର୍ଥାତ୍ ବିଜୁଳି ଘଡଘଡି ସହ ଝଡ ବର୍ଷା ହେବ । ଏଣୁ ଉକ୍ତ ୧୭ଟି ଜିଲ୍ଲାକୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେସବୁ ଜିଲ୍ଲା ଗୁଡିକ ହେଲା- ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ବୌଦ୍ଧ ,କନ୍ଧମାଳ ଆଉ ଅନୁଗୁଳ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *