ଦେଶ ଓ ସରକାରଙ୍କ ନାଁ’ରେ ଅସମ୍ମାନସୂଚକ ଅନ୍ଲାଇନ୍ ପୋଷ୍ଟ୍ କରୁଥିବା ବ୍ୟକ୍ତିଙ୍କୁ ଜରିମାନା ଓ ଜେଲ୍ ଦଣ୍ଡ ଦେବେ ରୁଷ୍ ସରକାର

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଭାବେ ପରିଚିତ Facebook ଲଗାତର ନିଜ ପଲିସିରେ ପରିବର୍ତ୍ତନ ଆଣୁଛି । ଇତିମଧ୍ୟରେ ବୁଧବାର ଦିନ ରୁଷର ପାର୍ଲିଆମେଣ୍ଟରେ ଏକ ବିବାଦୀୟ ଆଇନ୍ ପାସ୍ ହୋଈଛି । ଯେଉଁ ବ୍ୟକ୍ତି ଫେସବୁକରେ କୌଣସି ଦେଶ, ସମାଜ, ରାଷ୍ଟ୍ର ବା ରାଷ୍ଟ୍ରପତି ବା ସରକାରୀ କର୍ମଚାରୀଙ୍କୁ ଅସମ୍ମାନ ହେବ ଭଳି କୌଣସି ପୋଷ୍ଟ କରିଲେ, ଉକ୍ତି ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଆଇନ ଅନୁଯାୟୀ ଜରିମାନା ଦେବାକୁ ପଡିବ ଓ ଜେଲ୍ ଦଣ୍ଡମାଧ୍ୟ ଦିଆଯିବ ।
ଉପରେ ସୂଚିତ ତଥ୍ୟକୁ ଭିତ୍ତି କରି ଯଦି କୌଣସି ଫେସବୁକ ଆକାଉଣ୍ଟଧାରୀଙ୍କ ବ୍ୟକ୍ତି ଏହି ନିୟମକୁ ଭଙ୍ଗ କରେ ରିବେ, ଭାରତୀୟ ମୁଦ୍ରାରେ ପ୍ରାୟ ୧,୦୬,୩୧୫ ଟଙ୍କା ଜରିମାନା ରଖାଯାଇଛି । ଯଦି ଆକାଉଣ୍ଟଧାରୀ ବ୍ୟକ୍ତି ଥରକୁ ଥର ଏ ଭଳି ପୋଷ୍ଟ୍ କରେ, ତେବେ ଏହି ଜରିମାନା ରାଶି ଦୁଇଗୁଣା ଦେବାକୁ ପଡ଼ିବ ।
ରୁଷୀୟ ପାର୍ଲାମେଣ୍ଟ୍ ସମ୍ବନ୍ଧରେ ବିଦ୍ରୂପ କରିବା ‘ପୁତିନ୍ ଜଣେ ଜାରଜ’ ଭଳି ଅସମ୍ମାନସୂଚକ ମନ୍ତବ୍ୟ ଦେଉଥିବା ଲୋକେ ବିଚାରର ସମ୍ମୁଖୀନ ହେବେ ବୋଲି ମସ୍କୋସ୍ଥିତ ‘ସୋଭା ସେଣ୍ଟର୍’ର ମୁଖ୍ୟ ଆଲେକ୍ଜାଣ୍ଡାର୍ ବେର୍ଖୋଭସ୍କି କହିବା ପରେ ଏହି ନୂଆ ଆଇନ ପ୍ରତି ଲୋକେ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଏହି ଆଇନ୍ରେ ଥିବା କେତେକ ଅସ୍ପଷ୍ଟ ଅର୍ଥ ଶବ୍ଦ ସଂକ୍ରାନ୍ତରେ ମଧ୍ୟ ଅନେକ ବ୍ୟକ୍ତି ଚିନ୍ତା ପ୍ରକଟ କରିଛନ୍ତି ।
‘ମିଥ୍ୟା’ ବୋଲି ବିବେଚନା କରାଯାଉଥିବା କୌଣସି ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ୱେବ୍ସାଇଟ୍କୁ ମଧ୍ୟ ରୁଷୀୟ ସରକାରୀ ଅଧିକାରୀମାନେ ବ୍ଲକ୍ କରିବା ପାଇଁ ଏହି ଆଇନ୍ରେ ବ୍ୟବସ୍ଥା ରହିଛି ।
ଦକ୍ଷିଣପନ୍ଥୀ ଏହି ଆଇନ୍ ଉପରେ ସେନ୍ସର୍ ଦାବି କରିଛି।