ପତିଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ନିଜକୁ ସମର୍ପଣ କରି ଦେଇଥିଲେ । ୩ ଘଣ୍ଟା ପର୍ଯ୍ୟନ୍ତ ଧର୍ଷଣ କରିଥିଲେ ।

Spread the love

ରାଜସ୍ଥାନର ଅଲବରରେ ଏକ ଗଣ ଧର୍ଷଣର ଘଟଣା ସାମ୍ନାକୁ ଆସିଛି । ଅଲବର ଥାନାର ଗାଜି ଅଞ୍ଚଳରେ ଏକ ମହିଳାକୁ ତା ପତି ସାମ୍ନାରେ ତିନି ଘଣ୍ଟା ପର୍ଯ୍ୟନ୍ତ ଧର୍ଷଣ କରା ଯାଇଥିଲା ଏବଂ ପୁରା ଘଟଣାର ଭିଡ଼ିଓ ମଧ୍ୟ କରା ଯାଇଥିଲା । ବିରୋଧ କରିବା ପରେ ଆରୋପୀ ମାନେ ଦମ୍ପତିଙ୍କୁ ମାଡ଼ ମଧ୍ୟ ମାରିଥିଲେ ।

ମହିଳା ନିଜ ପତିଙ୍କ ସହ ବଜାରକୁ କିଛି କିଣିବା ପାଇଁ ଯାଇଥିଲେ । ପୁରା ଘଟଣାର ଭିଡ଼ିଓ କରି ମହିଳାଙ୍କୁ ଆରୋପୀ ମାନେ ବ୍ଲାକମେଲ କରିବା ଆରମ୍ଭ କରିଛନ୍ତି । ପୋଲିସ ଅନୁସାରେ ସବୁ ଆରୋପୀ ଟ୍ରକ ଡ୍ରାଇଭର କିମ୍ବା ହେଲ୍ପର ହୋଇପାରନ୍ତି ।

ପୀଡିତ ମହିଳା କହିବାନୁସାରେ, ମହିଳା ଯେତେ ବିରୋଧ କଲେ ଧର୍ଷଣକାରୀ ସେତେ ନୃଶଂସ ଭାବରେ ଧର୍ଷଣ କରି ଚାଲିଥିଲେ । ଘଟଣା ପରେ ଜଣେ ଆରୋପୀ ମହିଳାଙ୍କୁ ଫୋନ କରି ସୁଟିଂ କରିଥିବା ୧୧ଟି ଭିଡ଼ିଓ କ୍ଲିପ ଲିକ ନ କରିବା ପାଇଁ ଟଙ୍କା ମାଗିଥିଲା ।

ଘଟଣାର ତିନି ଜଣ ଆରୋପିଙ୍କୁ ପୋଲିସ କାବୁ କରିନେଇଛି । ଅନ୍ୟ ଆରୋପୀ ମାନଙ୍କୁ ଧରିବା ପାଇଁ ପୋଲିସ ତଲାସୀ ଜାରି ରଖିଛି । ଗାଜି ଥାନାର ଏସପିଙ୍କୁ ବହିଷ୍କାର କରିଦିଆ ଯାଇଛି ଏବଂ ଅଲବରର ଏସପିଙ୍କୁ ବଦଳି କରି ଦିଆଯାଇଛି ।

ଗଣ ଧର୍ଷଣରେ ସମ୍ପୃକ୍ତ ଟ୍ରକ ଡ୍ରାଇଭରର ନାମ ଇନ୍ଦ୍ରରାଜ ଗୁର୍ଜର କୁହାଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି; ସବୁ ଆରୋପିଙ୍କ ବୟସ ୨୦ ରୁ ୨୫ ହୋଇପାରେ । ପ୍ରଥମିକ ଯାଞ୍ଚରୁ ଜଣା ପଡିଛି ସମସ୍ତ ଆରୋପୀ ଟ୍ରକ ଡ୍ରାଇଭର କିମ୍ବା ହେଲ୍ପର ହୋଇପାରନ୍ତି । ପୋଲିସ କହିଛି ମୁକେଶ ଗୁଜର (୨୦) ନାମକ ଆରୋପୀ ହ୍ଵାଟ୍ସଆପରେ ଧର୍ଷଣ ଭିଡ଼ିଓ ଅପଲୋଡ଼ କରିବା ଆରୋପରେ ଗିରଫ ହୋଇଛି ।

ପିଡିତାଙ୍କ ଦିଅର ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି; ମୋ ଭାଇ ଜୟପୁରରେ କାମ କରେ ଏବଂ ଭାଉଜ ଥାନାଗାଜି ସ୍ଥିତ ନିଜ ବାପାଙ୍କ ଘରେ ରୁହନ୍ତି । ୨୬ ଏପ୍ରିଲରେ ଦୁହେଁ ମାର୍କେଟ ଯାଇଥିଲେ ଦୁହେଁ ନିଜ ବାଇକରେ ଥିଲେ । ସେହି ସମୟରେ ହିଁ ଅନ୍ୟ ବାଇକରେ ୫ ଜଣ ଯୁବକ ସେମାନଙ୍କର ପିଛା କରିଥିଲେ । ଜନଶୂନ୍ୟ ରାସ୍ତା ଦେଖି ସେମାନେ ବଳପୂର୍ବକ ବାଇକ ଅଟକାଇ ଥିଲେ ଏବଂ ପାଖରେ ଥିବା ଗାତରେ ପକାଇ ଦେଇଥିଲେ । ପରେ ସେମାନଙ୍କୁ ଟାଣି ଟାଣି ପାଖ ବାଲି ଗଦାକୁ ନେଇ ଯାଇଥିଲେ ।

ବାଲି ଗଦା ପାଖରେ ଦୁହିଁଙ୍କ କପଡା କାଢି ଦେଇଥିଲେ ଏବଂ ସେମାନଙ୍କ ଭିଡ଼ିଓ ସୁଟିଂ କରିଥିଲେ । ମହିଳାଙ୍କ ଦିଅର କହିଛନ୍ତି; ପାଞ୍ଚ ଜଣ ଯୁବକ ମୋ ଭାଇକୁ ବାଡ଼ିରେ ପିଟିବା ପାଇଁ ଲାଗିଲେ । ଭାଉଜ ଭାଇଙ୍କୁ ବଞ୍ଚାଇବା ପାଇଁ ଚେଷ୍ଠା କରିଥିଲେ, ସେହି ସମୟରେ ଯୁବକମାନେ ଦୁହିଁଙ୍କୁ ପିଟିବାରେ ଲାଗିଲେ । ନିଜ ପତିଙ୍କୁ ବଞ୍ଚାଇବା ପାଇଁ ନିଜକୁ ସେ ସମର୍ପଣ କରି ଦେଇଥିଲେ । ଯାହାପରେ ପାଞ୍ଚ ଯୁବକ ଜଣଙ୍କ ପରେ ଜଣେ ଧର୍ଷଣ କରି ଚାଲିଲେ ଏବଂ ଏହି ଘଟଣା ତିନି ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଧର୍ଷଣ କରିବା ପରେ ଦୁହିଁଙ୍କ ଠାରୁ ୨୦୦୦ଟଙ୍କା ମଧ୍ୟ ଲୁଟି ନେଇ ଚାଲି ଯାଇଛନ୍ତି ।