କେବଳ ବ୍ରଶ କରିବା ଯଥେଷ୍ଟ ନୁହଁ, ବ୍ରଶ କରିବା ସଙ୍ଗେ ସଙ୍ଗେ ଦାନ୍ତକୁ ମଜଭୁତ କରିବା ପାଇଁ ଖାଆନ୍ତୁ ଏହି ୧୦ଟି ଜିନିଷ ।

ଚେହେରାର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ ଦାନ୍ତ । ତେଣୁ ଦାନ୍ତ ଆମ ଶରୀରର ଏକ ମହତ୍ଵପୂର୍ଣ୍ଣ ଅଙ୍ଗ ଅଟେ । ଯଦି ଆପଣଙ୍କ ଦାନ୍ତ ମଜଭୁତ ରହିଛି, ତେବେ ଆପଣ କୌଣସି ମଧ୍ୟ ଖାଦ୍ୟର ମଜା ନେଇ ପାରିବେ । ଦାନ୍ତକୁ ମଜଭୁତ ଏବଂ କିଟାଣୁ ମୁକ୍ତ ରଖିବା ପାଇଁ ଆମେ ପ୍ରତିଦିନ ବ୍ରଶ କରି ଦାନ୍ତକୁ ସଫା ରଖିଥାଉ । କେବଳ ବ୍ରଶ କରି ଦେବା ଦ୍ୱାରା ଦାନ୍ତ ମଜଭୁତ ହୋଇନଥାଏ, ଦାନ୍ତକୁ ମଜଭୁତ କରିବା ପାଇଁ ହେଲେ ଆପଣଙ୍କୁ ଏହି ଦଶଟି ଖାଦ୍ୟକୁ ଖାଇବା ଉଚିତ୍ । ଯଦି ଆପଣ ଏହି ଜିନିଷ ଗୁଡିକ ପ୍ରତ୍ୟହ ନିଜ ଖାଦ୍ୟରେ ସାମିଲ କରିବେ; ତେବେ ଆପଣଙ୍କ ଦାନ୍ତ ନିଃସନ୍ଧେହ ମଜଭୁତ ହୋଇଯିବ ।
ଚିଜ :
ଚିଜରେ କ୍ୟାଲସିୟମର ମାତ୍ରା ବହୁ ପରିମାଣରେ ରହିଛି । ଏହାର ସେବନ ଫଳରେ ଆମ ଦାନ୍ତ ଏବଂ ମାଢି ମଜଭୁତ ହୋଇଥାଏ । ଚିଜ ଖାଇବା ଦ୍ୱାରା ମୁହଁର ଏସିଡ଼ ମାତ୍ରା କମ ହୋଇଥାଏ ଏବଂ ଲାଳ ଅଂଶ ବୃଦ୍ଧି ହୋଇଥାଏ । ଲାଳ ଆମ ମୁହଁରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏହି କାରଣରୁ ଖାଦ୍ୟରେ ଚିଜର ସାମିଲ କରିବା ଦ୍ଵାରା ଦନ୍ତ ମଜବୁତ ହୋଇଥାଏ ।
କ୍ଷୀର :
ଚିଜ ପରି କ୍ଷୀରରେ ମଧ୍ୟ କ୍ୟାଲସିୟମର ମାତ୍ରା ବହୁ ପରିମାଣରେ ରହିଛି । କ୍ଷୀର ପ୍ରତ୍ୟହ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକୀୟ ପୋଷାକ ତତ୍ୱ ମିଳିଥାଏ । କ୍ଷୀର ମୁହଁର ଏସିଡ଼ ମାତ୍ରା କମ କରିଥାଏ ଏବଂ ଦାନ୍ତକୁ ନଷ୍ଟ ହେବାରୁ ରକ୍ଷା କରିଥାଏ ।
କଳା ଏବଂ ସବୁଜ ଚାହା :
କଳା ଏବଂ ସବୁଜ ଚାହା ପିଇବା ଦ୍ୱାରା ଦାନ୍ତ ମଜଭୁତ ହୋଇଥାଏ । କଳା ଏବଂ ସବୁଜ ଚାହାରେ Polyphenolsର ତତ୍ୱ ରହିବା କାରଣରୁ ବ୍ୟାକ୍ଟେରିଆ ନଷ୍ଟ କରିବାରେ ସାହାଯ୍ୟ କରିଥାଏ । ଏଥିରେ Polyphenolsର ପରିମାଣ ଅଧିକ ରହିବା କାରଣରୁ ଏହା ଦାନ୍ତକୁ ମଜଭୁତ କରିଥାଏ । ଆପଣଙ୍କୁ କଳା ଏବଂ ସବୁଜ ଚାହା ବିନା ଚିନିରେ ପିଇବା ଉଚିତ୍ ।
ଡ୍ରାଇ ଫ୍ରୁଟ୍ସ :
ଏଥିରେ ବହୁ ପରିମାଣରେ କ୍ୟାଲସିୟମ ଏବଂ ଫସଫରସ ରହିଥାଏ, ଯାହା ଦାନ୍ତ ଏବଂ ମାଢିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ । ଆପଣ ନିଜର ଦାନ୍ତ ମଜଭୁତ କରିବା ପାଇଁ ଚାହାନ୍ତି, ତେବେ ଆପଣ କାଜୁ, ବାଦାମ ଏବଂ ଅଖରୋଟ ଖାଆନ୍ତୁ ।
ଚୁଇଁଗମ :
ଖାଇବା ପରେ ଚୁଇଁଗମ ଚୋବେଇବା ଭଲ ହୋଇଥାଏ । ଏହା ଆପଣଙ୍କ ମୁହଁର ଲାଳର ମାତ୍ରା ବଢ଼ାଇଥାଏ । ଯାହା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ ।
ଗାଜର :
ଆପଣମାନେ ଠେକୁଆକୁ ଗାଜର ଖାଇବାର ଦେଖିଥିବେ । ଯାହା ଦ୍ୱାରା ଠେକୁଆର ଦାନ୍ତ ମଜଭୁତ ହୋଇଥାଏ । ଗାଜରରେ ଭିଟାମିନ ଏବଂ ମିନେରାଲ ତତ୍ୱ ଥିବା କାରଣରୁ ଏହା ଦାନ୍ତକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।
କଳା କଫି :
ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି, ଚିନି ମିଶ୍ରିତ କଳା କଫି ପିଇବା ଦ୍ୱାରା ଦାନ୍ତ ମଜଭୁତ ହୋଇଥାଏ ।
ପିଆଜ :
କଞ୍ଚା ପିଆଜରେ ଏଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି; ଯାହା ଦାନ୍ତ ଏବଂ ମାଡ଼ିକୁ କୀଟାଣୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ।
କିସମିସ୍ :
କିସମିଶରେ phytochemicals ଏବଂ oleanolic ରହିଛି ଯାହା ବ୍ୟାକ୍ଟେରିଆ ସୃଷ୍ଟି କରୁଥିବା କୀଟାଣୁକୁ ନଷ୍ଟ କରିଥାଏ । ଏଥିରେ ଏଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି, ଯାହା ଦାନ୍ତ ଏବଂ ମାଡ଼ିକୁ କୀଟାଣୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ ।
ଦହି :
ଦହିରେ କ୍ୟାଲସିୟମ, ପ୍ରୋ-ବାୟୋଟିକସ ରହିଥିବା କାରଣରୁ ଦାନ୍ତକୁ ବ୍ୟାକ୍ଟେରିଆ, କୀଟାଣୁରୁ ରକ୍ଷା କରି ଦାନ୍ତ ଏବଂ ମାଡ଼ିକୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।