ଯଦି ଆପଣଙ୍କ ଶରୀରରେ ରକ୍ତକୁ ଶୀଘ୍ର ବଢାଇବାକୁ ଚାହୁଁଛନ୍ତି, ତେବେ ଏହି ତିନୋଟି ଜିନିଷକୁ ୧୫ ଦିନ ନିରନ୍ତର ସେବନ କରନ୍ତୁ ।

Spread the love

ଶରୀରରେ ରକ୍ତର ପରିମାଣ କମିବା ଆଜିକାଲି ଅଧିକାଂଶ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହା ଖାସ୍ କରି ଅଧିକାଂଶ ସମୟରେ ମହିଳାଙ୍କ କ୍ଷେତ୍ରରେ ଦେଖା ଯାଇଥାଏ । ଆସନ୍ତୁ ଆଜି ଆମେ ସେହି ତିନୋଟି ଜିନିଷ ବିଷୟରେ ଜାଣିବା ଯାହାକୁ କି, ନିରନ୍ତର କେବଳ ୧୫ ଦିନ ସେବନ କରିବା ମାତ୍ରେ ଶରୀରରେ ରକ୍ତର ପରିମାଣ ବଢିବାକୁ ଲାଗିବ ଓ ସନ୍ତୁଳନରେ ରହିଥାଏ । ଏହାକୁ ସେବନ କରିବା ଦ୍ୱାରା ନିରନ୍ତର ନୂଆ ରକ୍ତ ନିର୍ମାଣ ହୋଇଥାଏ ।

ମନୁଷ୍ୟକୁ ବଞ୍ଚିବାକୁ ହେଲେ ଶରୀରରେ ଭରପୁର ରକ୍ତ ରହିବା ଆବଶ୍ୟକ । ଯଦି କୌଣସି କାରଣରୁ ଆପଣଙ୍କ ଶରୀରରେ ରକ୍ତର ପରିମାଣ କମିଯାଏ, ତେବେ ଆପଣଙ୍କ ଶରୀରକୁ ଅନେକ ପ୍ରକାରର ରୋଗ ଆକ୍ରମଣ କରିବାକୁ ଲାଗିବ । ଏଭଳି ପରିସ୍ଥିତିରେ ଆମକୁ ଅନେକ ପ୍ରକାରର ଅସୁବିଧା ଗୁଡ଼ିକୁ ସାମ୍ନା କରିବାକୁ ପଡ଼ିଥାଏ । ଏଥିପାଇଁ ମନୁଷ୍ୟ ଶରୀରରେ ପର୍ଯ୍ୟାପ୍ତ ପରିମାଣରେ ରକ୍ତ ରହିବା ଆବଶ୍ୟକ । ଆସନ୍ତୁ ସେହି ତିନୋଟି ଜିନିଷ ବିଷୟରେ ଜାଣିବା ।

୧) ବିଟ୍ –

ବିଟ୍ ଗୋଟିଏ ଏଭଳି ଏକ ଫଳ ଅଟେ, ଯାହାକି ଶରୀରରେ ରକ୍ତର ପରିମାନକୁ ବହୁତ ଶୀଘ୍ର ବଢ଼ାଇ ଥାଏ । ଏହାକୁ ନିରନ୍ତର ସେବନ କରିବା ଦ୍ୱାରା ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ବଢିଥାଏ । ଯଦି ଏହାକୁ ହଲୁଆ କରି ସେବନ କରିଥାଅ, ତେବେ ଏହା ଆପଣଙ୍କ ଶରୀରରେ ରକ୍ତକୁ ବଢାଇବା ପାଇଁ ଏକ ରାମବାଣ ଔଷଧ ରୂପେ କାମ କରିଥାଏ । ଏଭଳି ସେବନ କରିଲେ ତିନିଗୁଣ ଅଧିକ ରକ୍ତ ବଢିଥାଏ ।

୨) ଅଞ୍ଜିର –

ଅଞ୍ଜିର ଗୋଟିଏ ଏଭଳି ଫଳ ଅଟେ, ଆପଣଙ୍କ ଶରୀରର ଦୁର୍ବଳତାକୁ ଦୂର କରିବା ସହ ଶରୀରର ରକ୍ତର ଅଭାବକୁ ପୂରଣ କରି ଶକ୍ତି ପ୍ରଦାନ କରିଥାଏ । ଏହାକୁ ରାତ୍ରରେ ପାଣିରେ ବତୁରାଇ ସକାଳେ ସେବନ କରିଲେ ଏହା ବହୁତ ପରିମାଣରେ ରକ୍ତକୁ ବଢ଼ାଇ ଥାଏ ।

୩) ଡ଼ାଲିମ୍ବ –

ଡ଼ାଲିମ୍ବକୁ ସେବନ କରିଲେ ମଧ୍ୟ ଶରୀରରେ ଦ୍ରୁତଗତିରେ ରକ୍ତର ପରିମାଣ ବଢିଥାଏ । ଆପଣଙ୍କୁ ଯେତେବେଳେ ମଧ୍ୟ ନିଜ ଶରୀରରେ ରକ୍ତର ପରିମାଣ କମ୍ ହେଲା ଭଳି ଅନୁଭବ ହୋଇଥାଏ, ତେବେ ଏହି ତିନୋଟି ଜିନିଷକୁ ନିଶ୍ଚୟ ସେବନ କରନ୍ତୁ ।